ETV Bharat / state

ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ବିଜେପିର ଦୀପଦାନ

author img

By

Published : Jul 18, 2022, 7:50 AM IST

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା ନେଇ ମହାପ୍ରଭୁଙ୍କ ନିକଟରେ ଦୀପଦାନ
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା ନେଇ ମହାପ୍ରଭୁଙ୍କ ନିକଟରେ ଦୀପଦାନ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଛୁଟୁଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ । ଏହି କ୍ରମରେ ଜିଲ୍ଲା ବିଜେପି ପକ୍ଷରୁ କରାଯାଇଛି ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା । ଅଧିକ ପଢ଼ନ୍ତୁ

ପୁରୀ: ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବାକୁ ବିଜେପିର ସମସ୍ତ ବିଧାୟକ । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରିଛନ୍ତି । ଜଣେ ପ୍ରଥମ ଓଡ଼ିଆ ଆଦିବାସୀ ମହିଳା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବାଛିଥିବାରୁ ପ୍ରତ୍ୟେକ ଓଡ଼ିଆ ଏଥିପାଇଁ ଗର୍ବିତ ।

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା ନେଇ ମହାପ୍ରଭୁଙ୍କ ନିକଟରେ ଦୀପଦାନ

ତାଙ୍କ ବିଜୟ, ଦୀର୍ଘାୟୁ କାମନା କରି ଏହି ଦୀପଦାନ କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ଓ ଆଶୀର୍ବାଦରେ ଏହା ହୋଇଛି ବୋଲି ବିଜେପି ବିଧାୟକ କହିଛନ୍ତି । ବିଜେଡ଼ି ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ଜଣାଇଛି । ଜଣେ ଆଦିବାସୀ ମହିଳା ହୋଇ ରାଇସିନା ହଲରେ ବସିବା କମ ଗର୍ବର କଥା ନୁହେଁ ବୋଲି ବିଜେପି ବିଧାୟକ କହିଛନ୍ତି l


ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.