ETV Bharat / state

ବିଜେଡି ହାତରୁ ଗଲା ବିରରାମଚନ୍ଦ୍ରପୁର ପଞ୍ଚାୟତ, ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ

author img

By

Published : Aug 12, 2023, 10:48 AM IST

Updated : Aug 12, 2023, 12:02 PM IST

Biraramachandrapur panchayat bypoll
Biraramachandrapur panchayat bypoll

ବିରରାମଚନ୍ଦ୍ରପୁର ପଞ୍ଚାୟତ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ବିଜୟ । ବର୍ଷାରାଣୀ ସେଠୀ ହେଲେ ସରପଞ୍ଚ । ଅଧିକ ପଢନ୍ତୁ

Biraramachandrapur panchayat bypoll

ପୁରୀ: ବିରରାମଚନ୍ଦ୍ରପୁର ପଞ୍ଚାୟତ ଉପନିର୍ବାଚନ ବିଜେଡିକୁ ଝଟକା । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହେଲେ ବିଜେପି ସମର୍ଥିତ ପ୍ରାର୍ଥୀ ବର୍ଷାରାଣୀ ସେଠୀ । ପ୍ରତିଦ୍ବନ୍ଦୀ ପ୍ରାର୍ଥୀଙ୍କ ଠାରୁ 201ଖଣ୍ଡ ଭୋଟ ବ୍ୟବଧାନରେ ବିଜେୟୀ ହୋଇ ବିରରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ହୋଇଛନ୍ତି ବର୍ଷାରାଣୀ ସେଠୀ । ପୂର୍ବରୁ ଏହି ଆସନ ବିଜେଡି ହାତରେ ଥିଲା । ଏବେ କିନ୍ତୁ ବିଜେଡି ହାତରୁ ଚାଲିଯିବାରୁ ସତ୍ୟବାଦୀ ବିଜେଡିକୁ ଲାଗିଛି ବଡ଼ ଝଟକା । ଏହି ଆସନ ପାଇଁ 2 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଏଥିରେ ପ୍ରତିମା ବେହେରା 2096 ଖଣ୍ଡ ଭୋଟ ପାଇଥିବା ବେଳେ ବର୍ଷାରାଣୀ ସେଠି 2217 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି l ଏନେଇ ବିଧିବଦ୍ଧ ଭାବେ ସତ୍ୟବାଦୀ ବ୍ଲକ ବିଡ଼ିଓ ଲୋଚନ ଦାସ ସୂଚନା ଦେଇଛନ୍ତି ।

ପୂର୍ବରୁ ଏହି ଆସନରେ ଦୀପା ବେହେରା ସରପଞ୍ଚ ଥିଲେ । ତିନି ମାସ ପୂର୍ବେ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେବାରୁ ବିରରାମଚନ୍ଦ୍ରପୁର ପଞ୍ଚାୟତର ସରପପଞ୍ଚ ଆସନ ଖାଲି ପଡିଥିଲା । ଏହାପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେପଟେ ବିଜେଡ଼ି ପଞ୍ଚାୟତ ଉପନିର୍ବାଚନରେ ପରାଜୟ ବିଧାୟକ ଉମା ସାମନ୍ତରାୟଙ୍କ ଚିନ୍ତା ବଢାଇ ଦେଇଛି । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ରହିଛି। ଏହା ପୂର୍ବରୁ ପଞ୍ଚାୟତ ଉପନିର୍ବାଚନ ପରାଜୟ ଉମାଙ୍କ ଲୋକପ୍ରିୟତା ଉପରେ ପ୍ରଭାବ ପଡିବାର ଆଶଙ୍କା ରହିଛି । ଗତ ବର୍ଷ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀର 32 ଓ 33 ନମ୍ୱର୍ ଜିଲ୍ଲା ପରିଷଦ ବିଜେପି ଜିତିଥିଲା । ତେବେ ବର୍ଷେ ପରେ ପଞ୍ଚାୟତ ଉପ ନିର୍ବାଚନରେ ପରାଜୟ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ଚିନ୍ତା ବଢାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ-Sambalpur Politics: ଧର୍ମେନ୍ଦ୍ରଙ୍କ ବିରୋଧରେ ଦେବଗଡ ରାଣୀଙ୍କ ବିଷୋଦଗାର, ନିର୍ବାଚନ ଲଢିବାକୁ ଖୋଲା ଆହ୍ୱାନ

ବିଶେଷ କରି ଏହି ବିଫଳତା ଆଗାମୀ ବିଧାନସଭା ନିର୍ବାଚନରେ ଉମାଙ୍କ ପାଇଁ କଣ୍ଟା ସଦୃଶ ହୋଇଛି । କେବଳ ସେତିକି ପୁରୀ ଜିଲ୍ଲା ବିଜେଡିରେ ଅନ୍ତଃ କନ୍ଦଳ ଚାଲିଥିବା ନଜିର ମଧ୍ୟ ରହିଛି । ପୂର୍ବରୁ ଗୋପର 11 ନମ୍ୱର୍ ଜୋନ ଜିଲ୍ଲା ପରିଷଦ ଆସନ ମଧ୍ୟ ବିଜେଡି ହାତରୁ ଖସିଯାଇ ବିଜେପି ହାତକୁ ଚାଲିଯାଇଥିଲା । ଯାହା ବିଧାୟକ ସମୀର ରଞ୍ଜନ ଦାଶଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ଆଗାମୀ ବିଧାନସଭା ନିର୍ବାଚନରେ ପୁରୀ ସତ୍ୟବାଦୀ ଓ ନିମାପଡ଼ା ନିର୍ବାଚନ ମଣ୍ଡଳୀକୁ ନେଇ ବିଜେଡିର କଣ ରଣନୀତି ରହୁଛି ତାହା ଉପରେ ସମସ୍ତଙ୍କ ନଜର ।

ଏନେଇ ବିଜେୟୀ ପ୍ରାର୍ଥୀ ବର୍ଷାରାଣୀ କହିଛନ୍ତି ଯେ, ବିରରାମଚନ୍ଦ୍ରପୁର ପଞ୍ଚାୟତ ଉପନିର୍ବାଚନରେ ଏଥର ବିଜେପିର ବାଜିମାତ ହୋଇଛି । ଏଥି ପାଇଁ ସମସ୍ତ ବିଜେପି କର୍ମକର୍ତ୍ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଧର୍ମର ଜୟ ହୋଇଛି, ଅଧର୍ମର କ୍ଷୟ ହୋଇଛି ।

ଇଟିଭି ଭାରତ, ପୁରୀ

Last Updated :Aug 12, 2023, 12:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.