ETV Bharat / state

ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ତଦାରଖ କଲା ASI ଟିମ୍‌, ନାଟମଣ୍ଡପ ବିମ୍ ଉପରେ ଫୋକସ୍

author img

By

Published : Aug 21, 2023, 7:34 PM IST

ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ଅସୁରକ୍ଷିତ ଥିବା ଆମିକସ୍ କ୍ୟୁରୀ ଏନ୍‌କେ ମହାନ୍ତି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଏଦିଗରେ ଏଏସ୍‌ଆଇ ତତ୍ପର ହୋଇଛି । ଆଜି ନାଟମଣ୍ଡପ ସମେତ ଶ୍ରୀମନ୍ଦିରରେ ଚାଲିଥିବା ମରାମତି ଓ ସଂରକ୍ଷଣ କାର୍ଯ୍ୟ ତଦାରଖ କରି ASI ଟିମ୍‌ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ତଦାରଖ କଲା ASI ଟିମ୍‌
ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ତଦାରଖ କଲା ASI ଟିମ୍‌

ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ତଦାରଖ କଲା ASI ଟିମ୍‌

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ଅସୁରକ୍ଷିତ ଥିବା ଆମିକସ୍ କ୍ୟୁରୀ ଏନ୍‌କେ ମହାନ୍ତି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ବିଭିନ୍ନ ମହଲରେ ଏଏସ୍‌ଆଇର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଏଏସ୍‌ଆଇ ତତ୍ପର ହୋଇଛି । ଏଏସ୍‌ଆଇ ନିର୍ଦ୍ଦେଶକ ଏବଂ ଓଡିଶା ଏଏସ୍‌ଆଇ ଅଧିକ୍ଷକ ମିଳିତ ଭାବେ ଶ୍ରୀମନ୍ଦିର ଯାଇ ନାଟମଣ୍ଡପ ବିମ୍‌ର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ତେବେ ନାଟମଣ୍ଡପ ବିମ୍ ଯଦିଓ ଦୁର୍ବଳ ରହିଛି, ହେଲେ ହଠାତ ସେଭଳି କିଛି ଅଘଟଣ ଘଟିବାର ସମ୍ଭାବନା ନଥିବା ସ୍ଥିତି ଅନୁଧ୍ୟାନ ପରେ ଏଏସ୍‌ଆଇର ଓଡ଼ିଶା ଅଧିକ୍ଷକ ଜିବି ଗଡ଼ନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ନାଟମଣ୍ଡପ ବିମ୍‌ରେ ଥିବା ଫାଟର ମରାମତି ଓ ଏହାର ସୁରକ୍ଷା ପାଇଁ ଏଏସ୍‌ଆଇ ଏବଂ ଶ୍ରୀମନ୍ଦିର କୋର କମିଟି ସଦସ୍ୟମାନେ ନଜର‌ ରଖିଛନ୍ତି । ଏହାର ମରାମତି ମଧ୍ୟ ସଠିକ୍ ଭାବରେ କରାଯିବ ।" ଏଏସ୍‌ଆଇ ଟିମ୍ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ବେଳେ ରଥଯାତ୍ରା ସମୟରେ ହୋଇଥିବା ମରାମତି ଏବଂ ସଂରକ୍ଷଣ କାର୍ଯ୍ୟର ସମୀକ୍ଷା କରିଥିଲେ । ସେହିପରି ଆଗାମୀ ଦିନରେ ମରାମତି ଓ ସଂରକ୍ଷଣ କାର୍ଯ୍ୟ କିଭଳି ସଠିକ୍ ଭାବେ ହୋଇପାରିବ ତାହା ମଧ୍ୟ ସମୀକ୍ଷା କରିଛନ୍ତି ଏଏସ୍‌ଆଇ ଟିମ୍‌ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଫାଟ: ଆନ୍ଦୋଳନ ଚେତାବନୀ ଦେଲା ଜିଲ୍ଲା କଂଗ୍ରେସ ଓ ଜଗନ୍ନାଥପ୍ରେମୀ

ଏହା ମଧ୍ୟ ପଢ଼ନ୍ତୁ...ଅସୁରକ୍ଷିତ ନାଟମଣ୍ଡପ, କୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ !

ସେପଟେ ଶ୍ରୀମନ୍ଦିର ପାର୍ଶ୍ଵ ଦେବଦେବୀ ମନ୍ଦିର ଗୁଡ଼ିକ ବହୁ ପୁରାତନ ହୋଇଥିବାରୁ କିଛି ମନ୍ଦିରରେ ପାଣି ଗଳୁଥିବା ନଜରକୁ ଆସିଛି । ତେଣୁ ଏହାର ମରାମତି କାର୍ଯ୍ୟ ମଧ୍ୟ ଆସନ୍ତା କାର୍ତ୍ତିକ ମାସ ପରେ କରାଯିବ ବୋଲି ସୂଚନା ଦେଇଛନ୍ତି ଏଏସ୍‌ଆଇ ଅଧିକ୍ଷକ ଜିବି ଗଡ଼ନାୟକ । ଉତ୍ତର ଦ୍ଵାର ପଟେ ଦିବ୍ୟାଙ୍ଗ ଭକ୍ତଙ୍କ ଯାତାୟାତ ପାଇଁ ରାମ୍ପ୍‌ ବ୍ୟବସ୍ଥା ମଧ୍ୟ କରାଯିବ । ଶ୍ରୀମନ୍ଦିରରେ ଏବେ ଅଧିକ ଭିଡ଼ ଲାଗି ରହୁଥିବାରୁ କାର୍ତ୍ତିକ ମାସ ପରେ ଏହି ସବୁ କାର୍ଯ୍ୟ କରାଯିବ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି । ତେବେ ଶ୍ରୀମନ୍ଦିରର ମରାମତି ଓ ସଂରକ୍ଷଣ ଦିଗରେ ଏଏସ୍‌ଆଇ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ଐତିହ୍ୟ କୀର୍ତ୍ତିରାଜି ଶ୍ରୀମନ୍ଦିରର ସୁରକ୍ଷା ଦିଗରେ ଏଏସ୍‌ଆଇ ସଠିକ୍ ଭାବରେ କାର୍ଯ୍ୟ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.