ETV Bharat / state

ଚିଲିକାରେ ଅଛନ୍ତି 11 ଲକ୍ଷ 37 ହଜାର ପକ୍ଷୀ

author img

By ETV Bharat Odisha Team

Published : Jan 4, 2024, 10:03 PM IST

Updated : Jan 5, 2024, 6:03 PM IST

Chilika Bird Census: ଚିଲିକାରେ ଶେଷ ହୋଇଛି ପକ୍ଷୀ ଗଣନା । ଚଳିତ ଥର ଆସିଛନ୍ତି ମୋଟ 11 ଲକ୍ଷ 37 ହଜାର 759ଟି ପକ୍ଷୀ । ଦଶ ବର୍ଷ ପରେ ପଲାଜ ଫିସ ଇଗଲ ନାମକ ଏକ ନୂଆ ପ୍ରଜାତିର ପକ୍ଷୀ ଆସିଛି । ଅଧିକ ପଢନ୍ତୁ

ଚିଲିକାରେ  ପକ୍ଷୀ ଗଣନା
bird census in chilika

bird census in chilika
ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା

ପୁରୀ/ଖୋର୍ଦ୍ଧା: ପକ୍ଷୀଙ୍କ ଭୂସ୍ବର୍ଗ କୁହାଯାଉଥିବା ଚିଲିକାରେ ଶେଷ ହୋଇଛି ପକ୍ଷୀ ଗଣନା । ଚଳିତ ଥର ଚିଲିକାକୁ ଆସିଛନ୍ତି 187 ପ୍ରଜାତିର 11 ଲକ୍ଷ 37 ହଜାର 759ଟି ପକ୍ଷୀ । ଦଶ ବର୍ଷ ପରେ ଚିଲିକାରେ ଏକ ନୂଆ ପ୍ରଜାତିର ପକ୍ଷୀ ଆସିଛି । ଯାହାର ନାମ ପଲାଜ ଫିସ ଇଗଲ । ନଳବଣରେ ସର୍ବାଧିକ 3 ଲକ୍ଷ 47 ହଜାର 280 ପକ୍ଷୀ ଦେଖିବାକୁ ମିଳିଛି । ନର୍ଦନ ପିଙ୍କଟେଲ ପ୍ରଜାତିର ପକ୍ଷୀ ସର୍ବାଧିକ 2 ଲକ୍ଷ 18 ହଜାର 614 ଆସିଥିବା ବେଳେ ପେଲିକାନ ପ୍ରଜାତି ଗୋଟିଏ ମାତ୍ର ଦେଖାଯାଇଛି । ଗତ ବର୍ଷ ଚିଲିକାରେ 184 ପ୍ରଜାତିର 11 ଲକ୍ଷ 31 ହଜାର 929 ଆସିଥିବା ବେଳେ ଚଳିତ ବର୍ଷ 5 ହଜାର 830ଟି ପକ୍ଷୀ ବୃଦ୍ଧି ପାଇଛି ।

  • Chilika lagoon is proud to host 11.37 lakh birds as per today’s census results. It’s the largest wintering ground for migratory birds in Indian Subcontinent. Now for the second consecutive year, it is hosting more than one Million birds 🦅 pic.twitter.com/GucVpP6GJC

    — Susanta Nanda (@susantananda3) January 4, 2024 " class="align-text-top noRightClick twitterSection" data=" ">

ଗତ ବର୍ଷ ବିଦେଶାଗତ ପକ୍ଷୀ 105 ପ୍ରଜାତିର 10 ଲକ୍ଷ 93 ହଜାର 49ଟି ଥିବାବେଳେ ଦେଶୀ ପକ୍ଷୀ 79 ପ୍ରଜାତିର 38 ହଜାର 880 ଥିଲେ । ଚଳିତ ବର୍ଷ ସମନ୍ତରାଳ ଭାବେ 108 ପ୍ରଜାତିର 10 ଲକ୍ଷ ୯୮ ହଜାର 813 ବିଦେଶୀ ପକ୍ଷୀ ଆସିଥିବାବେଳେ ଘରୋଇ ପକ୍ଷୀଙ୍କ ସଂଖ୍ୟା 38 ହଜାର 946ଟି 79 ପ୍ରଜାତିର ଦେଖିବାକୁ ମିଳିଛି । ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କହିଛନ୍ତି ଚିଲିକା ଡ଼ିଏଫଓ । ଗୁରୁବାର ସକାଳ 6 ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନରେ ଶେଷ ହୋଇଥିଲା । ମୋଟ 21ଟି ଟିମ ବାଲୁଗାଁଟାଙ୍ଗୀ ସାତପଡ଼ା, ରମ୍ଭା, ଚିଲିକା ଓ ନୂଆପଡ଼ାରେ ପକ୍ଷୀ ଗଣନାରେ ନିୟୋଜିତ ହୋଇଥିଲେ । ମୋଟ 118 ଜଣ କର୍ମଚାରୀ ପକ୍ଷୀ ଗଣନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ଚିଲିକାରେ ପକ୍ଷୀ ଗଣନା, 21 ଟିମ୍ ନିୟୋଜିତ

ପକ୍ଷୀ ଗଣନା ଟିମରେ ପକ୍ଷୀ ବିଶାରଦ, ବିଭିନ୍ନ ସଙ୍ଗଠନକୁ ସାମିଲ କରାଯାଇଥିଲା । ବାଇନାକୁଲର ସାହାର୍ଯ୍ୟରେ ପକ୍ଷୀ ଗଣନା କରାଯାଇଥିଲା । ବନ କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ନର୍ଦନପିଣ୍ଟେଲ, ସୋଭଲର, ବ୍ଲାକ ହେଡ ଆଇବିସ ପ୍ରଜାତିର ପକ୍ଷୀ କୃଷ୍ଣପ୍ରସାଦ ଅଞ୍ଚଳରେ ଅଧିକ ଦେଖିବାକୁ ମିଳିଥିଲା । ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ତରଫରୁ ବିହିତ ପଦକ୍ଷେପ ନିଆଯାଇଛି । ଶିକାରୀମାନଙ୍କ ଠାରୁ ସେମାନଙ୍କୁ କିଭଳି ସୁରକ୍ଷା ରକ୍ଷା କରାଯାଇପାରିବ ସେନେଇ ବନ ବିଭାଗ ସଜାଗ ରହିଛି । ଲାଇନ ଟ୍ରଞ୍ଜାକ୍ଟ ପଦ୍ଧତିରେ ଜିପିଏସ ମାଧ୍ୟମରେ କେଉଁ କେଉଁ ଅଞ୍ଚଳ ଅତିକ୍ରମ କରାଯାଉଛି, ତାହାର ରେକର୍ଡ ରଖାଯାଇଛି । କୃଷ୍ଣ ପ୍ରାସାଦ ଅଞ୍ଚଳରେ ପାଣି କମ୍ ଥିବାରୁ ପକ୍ଷୀ ସଂଖ୍ୟା କମ୍ ରହିଛି ।

ଇଟିଭି ଭାରତ, ପୁରୀ

Last Updated :Jan 5, 2024, 6:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.