ETV Bharat / state

ପୁରୀରେ 5T ସଚିବ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Sep 24, 2022, 8:03 PM IST

ପୁରୀରେ 5ଟି ସଚିବ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜୋରଦାର କରିବାକୁ ଦେଲେ ନିର୍ଦ୍ଦେଶ
ପୁରୀରେ 5ଟି ସଚିବ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜୋରଦାର କରିବାକୁ ଦେଲେ ନିର୍ଦ୍ଦେଶ

ପୁରୀରେ 5T ସଚିବ ଭିକେ ପାଣ୍ଡିଆନ । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା । ଅଧିକ ପଢନ୍ତୁ

ପୁରୀ: ପୁରୀ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ପୁରୀରେ ପହଁଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି 5T ସଚିବ । ଏହା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନେଇ ସମୀକ୍ଷା କରଛନ୍ତି । NMA ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ NOC ମିଳିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜୋରଦାର କରିବାକୁ 5T ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସବୁଜ ବଳୟ ସହିତ ସୌନ୍ଦର୍ଯ୍ୟକରଣ କରାଯିବା ଯୋଜନା ରହିଛି ।

ପୁରୀରେ 5ଟି ସଚିବ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜୋରଦାର କରିବାକୁ ଦେଲେ ନିର୍ଦ୍ଦେଶ

ଭକ୍ତଙ୍କ ପରିକ୍ରମା ପାଇଁ ବାହାରେ ଓ ଭିତରେ ପ୍ରଦିକ୍ଷଣ ପଥ ରହିବ । ଚାରିପାଖରେ ଥିବା ମଠ ଓ ମନ୍ଦିରର ପୁନଃବିକାଶ କରାଯିବ । ରଥଯାତ୍ରା ଓ ଅନ୍ୟାନ୍ୟ ଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ବତନ୍ତ୍ର ପ୍ରଦିକ୍ଷଣ ପଥ, ଭକ୍ତଙ୍କ ସାମଗ୍ରୀ ରଖିବା ନିମନ୍ତେ ଗୃହ, ସମସ୍ତ ଦ୍ବାରରେ ସୂଚନା ଓ ଦାନ କେନ୍ଦ୍ର, ତୀର୍ଥଯାତ୍ରୀଙ୍କ ପାଇଁ ଆରକ୍ଷୀ ସେବାକେନ୍ଦ୍ର, ପାନୀୟଜଣ, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଶୌଚାଳୟ ଏବଂ ATM ସୁବିଧା, ଶ୍ରୀନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟ ପୁନର୍ବିନ୍ୟାସ, ୬୦୦୦ ଭକ୍ତଙ୍କ ସୁବିଧା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ, ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ବରେ ଭକ୍ତଙ୍କ ପାଇଁ ଆଶ୍ରୟସ୍ଥଳୀ ହେବାର ଯୋଜନା ରହିଛି ।

ନିକଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତଥା ଐତିହ୍ୟ କରିଡରକୁ NOC ପ୍ରଦାନ କରିଛି ଜାତୀୟ ଐତିହ୍ୟ ପ୍ରାଧୀକରଣ(National Monuments Authority) । ଏନଏମଏ NMA ପକ୍ଷରୁ ଏନଓସି NOC ମିଳିବା ପରେ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିବା ଅଞ୍ଚଳରେ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ, କ୍ଲକ୍ ରୁମ, ମିନି କ୍ଲକ୍ ରୁମ, ସେଲଟର ପାଭିଲିଅନ ଆଦି ନିର୍ମାଣ କରାଯିବ । ଏନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

ତେବେ ଭକ୍ତଙ୍କ ସୁବିଧା ଓ ସୁରକ୍ଷା ପାଇଁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ଦର୍ଶାଇଥିଲେ ରାଜ୍ୟ ସରକାର । ଏନେଇ ସୁପ୍ରିମକୋର୍ଟ କୌଣସି ଆପତ୍ତି ନକରି ମାମଲା ଖାରଜ କରିଦେଇଥିଲେ । ପରେ NMA ପକ୍ଷରୁ ଏହି ପ୍ରକଳ୍ପ କାମ ପାଇଁ NOC ପ୍ରଦାନ କରାଯାଇଥିଲା । ତେବେ NMA ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ NOC ମିଳିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜୋରଦାର କରିବାକୁ 5T ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.