ETV Bharat / state

ପୁରୀରେ ଗୋଷ୍ଠୀ ସଙ୍ଘର୍ଷ, ୨୦ ଗିରଫ

author img

By

Published : May 28, 2022, 8:43 PM IST

ପୁରୀରେ ଗୋଷ୍ଠୀ ସଙ୍ଘର୍ଷ, ୨୦ ଗିରଫ
ପୁରୀରେ ଗୋଷ୍ଠୀ ସଙ୍ଘର୍ଷ, ୨୦ ଗିରଫ

ପୁରୀରେ ଗୋଷ୍ଠୀ ସଙ୍ଘର୍ଷ । ମେରାଇନ ଥାନା ଅନ୍ତର୍ଗତ ବାଲିପାଟଣା, ନାଗାପାଟଣା ଓ ନାଗେଶ୍ବର ପାଟଣାରେ ଉତ୍ତେଜନା, ୨୦ ଗିରଫ । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ । ଅଧିକ ପଢ଼ନ୍ତୁ

ପୁରୀ: ମେରାଇନ ଥାନା ଅନ୍ତର୍ଗତ ବାଲିପାଟଣା ଗ୍ରାମରେ ଉତ୍ତେଜନା । କୌଣସି କାରଣରୁ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଗୋଟିଏ ଗୋଷ୍ଠୀର ଯୁବକମାନେ ସାଧାରଣ ଲୋକଙ୍କ ବାଡି଼ ଭିତରେ ପଶି ଗଛ କାଟି ଦେବା ସହ ଗାଡି଼ମଟର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ବିଗତ କିଛିଦିନ ହେଲା ପୁରୀ ମେରାଇନ ଥାନା ଅନ୍ତର୍ଗତ ବାଲିପାଟଣା, ନାଗାପାଟଣା ଓ ନାଗେଶ୍ବର ପାଟଣାରେ ଉତ୍ତେଜନା ଦେଖାଦେଇଛି । କୌଣସି କାରଣରୁ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ଢେଲା ପଥର ମାଡ଼ ମଧ୍ୟ ଚାଲିଥିଲା । ତେବେ ଗୋଟିଏ ଗୋଷ୍ଠୀର ଯୁବକ ଅନ୍ୟ ଗୋଷ୍ଠୀକୁ ଭୟଭୀତ କରିବା ପାଇଁ ଘର ଭିତରେ ପଶିବା ସହ ଆସବାବପତ୍ର ଭଙ୍ଗାରୁଜା କରି ପୋଡି଼ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ମେରାଇନ ଥାନା ପୋଲିସ ୨୦ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.