ETV Bharat / state

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚେୟାରମ୍ୟାନଙ୍କ ନୂଆପଡ଼ା ଗସ୍ତ

author img

By

Published : Jun 2, 2022, 9:59 PM IST

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚେୟାରମ୍ୟାନଙ୍କ ନୂଆପଡ଼ା ଗସ୍ତ
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚେୟାରମ୍ୟାନଙ୍କ ନୂଆପଡ଼ା ଗସ୍ତ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚେୟାରମ୍ୟାନ ଅସିତ ତ୍ରିପାଠୀ ନୂଆପଡ଼ା ଜିଲ୍ଲାକୁ ଗସ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ

ନୂଆପଡ଼ା : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚେୟାରମ୍ୟାନ ଅସିତ ତ୍ରିପାଠୀ ନୂଆପଡ଼ା ଜିଲ୍ଲାକୁ ଗସ୍ତ କରିଛନ୍ତି । ଗସ୍ତ କାଳରେ ନୂଆପଡ଼ା ନେସନାଲ କଲେଜ ପରିସରରେ ୭କୋଟି ୫୨ଲକ୍ଷ ଅଟକଳ ପରିମାଣରେ ନିର୍ମାଣ ହେବାକୁ ଥିବା ଟାଉନହଲ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍ତି । ସେହିଭଳି ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ 9.8କୋଟି ଅଟକଳ ପରିମାଣରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ଟାଉନହଲ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍ତି ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚେୟାରମ୍ୟାନଙ୍କ ନୂଆପଡ଼ା ଗସ୍ତ

ଉଭୟ ଟାଉନହଲ ନିର୍ମାଣ ଦାୟିତ୍ୱ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିବାବେଳେ, ଏହା ୧୮ମାସ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ ଚେୟାରମ୍ୟାନ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ଜିଲ୍ଲାର ଯୁବ ଚାଷୀ ମାନଙ୍କୁ ଉତ୍ସାହ କରିଛନ୍ତି ।

ଚାକିରୀ ପଛରେ ନପଡି କୁକୁଡ଼ା ଚାଷ, ମାଛ ଚାଷ, ମାଣ୍ଡିଆ ଚାଷ, କପା ଚାଷକୁ ଆପଣାଇ ଅଧିକ ଲାଭାନ୍ୱିତ ହେବାକୁ ପରାମର୍ଶ ଦେଇଛନ୍ତି । ନିର୍ମାଣ ହେବାକୁ ଥିବା ପ୍ରେକ୍ଷାଳୟ ଦ୍ୱାରା ନୂଆପଡା ଖଡ଼ିଆଳ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇବା ସହ ବିଭିନ୍ନ ପ୍ରୋଗ୍ରାମ, ଫନସନ କରି ଜନସାଧାରଣ ଉପକୃତ ହେବେ ବୋଲି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.