ETV Bharat / state

ଅନାସ୍ଥା ପ୍ରସ୍ତାବ ଭୋଟିଂ ପରେ ଭୋଟ ଗଣତି ସ୍ଥଗିତ

author img

By

Published : Nov 2, 2019, 3:24 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ନୂଆପଡା

ନୂଆପଡା ଜିଲ୍ଲାର ଖଡ଼ିଆଳ ବ୍ଲକ ଚେୟାରମ୍ୟାନ ବାଳକୃଷ୍ଣ ଶବରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଭିନ୍ନମୋଡ଼ । ଅନାସ୍ଥା ପ୍ରସ୍ତାବ କରିବା ପାଇଁ ନୂଆପଡା ନିର୍ବାଚନ ଅଧିକାରୀ ଉପ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ । ଅଧିକ ପଢନ୍ତୁ...

ନୂଆପଡା: ଜିଲ୍ଲାର ଖଡ଼ିଆଳ ବ୍ଲକ ଚେୟାରମ୍ୟାନ ବାଳକୃଷ୍ଣ ଶବରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଭିନ୍ନମୋଡ଼ । ଅନାସ୍ଥା ପ୍ରସ୍ତାବ ଭୋଟିଂ ପରେ ଭୋଟ ଗଣତି ସ୍ଥଗିତ ହୋଇଛି ।

ବ୍ଲକ ଚେୟାରମ୍ୟାନ ବାଳକୃଷ୍ଣ ଶବର ସମିତି ସଭ୍ୟ, ସରପଞ୍ଚ ଏବଂ ଜନପ୍ରତିନିଧିଙ୍କୁ ଗାଳିଗୁଲଜ ସହ ଦୁର୍ବବ୍ୟହାର କରୁଥିବା କାରଣରୁ ଦୀର୍ଘ ଦିନଧରି ଅଶାନ୍ତର ଦାନା ବାନ୍ଧୁଥିଲା ।
ଗତ ଅଗଷ୍ଟ ମାସ 30 ତାରିଖ ଦିନ ସମିତି ବୈଠକ ଚାଲିଥିବାବେଳେ ସମୂହ ସରପଞ୍ଚ ସମିତି ସଭ୍ୟ ଚେୟାରମ୍ୟାନଙ୍କ ବିରୁଦ୍ଧରେ ବୈଠକକୁ ପ୍ରତ୍ୟାଖାନ କରିଥିଲେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ନୂଆପଡା

ପରେ ଅନାସ୍ଥା ପ୍ରସ୍ତାବ କରିବା ପାଇଁ ନୂଆପଡା ନିର୍ବାଚନ ଅଧିକାରୀ ଉପ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଶୁକ୍ରବାର ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଠାରେ ଅନାସ୍ଥା ପ୍ରସ୍ତାଵ ଭୋଟିଂ ହୋଇଥିଲା । 54 ଜଣ ସରପଞ୍ଚ ସମିତି ସଭ୍ୟ ଭୋଟର ମଧ୍ୟରୁ 52 ଜଣ ଚେୟାରମ୍ୟାନଙ୍କ ସପକ୍ଷ ଓ ବିପକ୍ଷବାଦୀ ଭୋଟ ଦେଇଥିଲେ ।

ସମସ୍ତଙ୍କ ଆଶା ଥିଲା ଚେୟାରମ୍ୟାନ ବାଳକୃଷ୍ଣ ଶବର ଗାଦିରୁ ହଟିବେ ବୋଲି । ହେଲେ ତାହା ହେଲାନାହିଁ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭୋଟ ଗଣତି ସ୍ଥଗିତ ରହିଥିବା ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ତରଣୀ ସେନ ନାଏକ ।

ଅପରପକ୍ଷେ ପଞ୍ଚାୟତିରାଜ ନିୟମ 46 ସେକ୍ସନ ଟୁ ପ୍ଲସ ସି କୁ ନୂଆପଡା ଜିଲ୍ଲା ପ୍ରଶାସନ ବ୍ୟତିକ୍ରମ କରିଛି । ଯେଉଁଥିପାଇଁ ମୁଁ ହାଇକୋର୍ଟର ଆଶ୍ରୟ ନେଇଥିଲି । କୋର୍ଟର ନିର୍ଦ୍ଦେଶ ମୁତାବକ ଭୋଟିଂ ପରେ ଭୋଟ ବାକ୍ସରେ ହିଁ ରହିଲା । ମୁଁ ବଳବତ୍ତର ଅଛି ବୋଲି ପ୍ରତିକ୍ରିୟାରେ ଚେୟାରମ୍ୟାନ ବାଳକୃଷ୍ଣ ଶବର କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:ନୂଆପଡା ଜ଼ୀଲ୍ଲା ଖଡ଼ିଆଳ ବ୍ଲକ ଚେରମେନ ବାଳକୃଷ୍ଣ ଶବର ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ ର ଭିନ୍ନମୋଡ଼ । ଅନାସ୍ଥା ପ୍ରସ୍ତାବ ଭୋଟିଂ ପରେ ଭୋଟ ଗଣତି ସ୍ଥଗିତ । ବ୍ଲକ ଚେରମେନ ବାଳକୃଷ୍ଣ ଶବର ସମିତି ସଭ୍ୟ , ସରପଞ୍ଚ ଏବଂ ଜନ ପ୍ରତିନିଧି ମାନକୁ ଗାଳିଗୁଲଜ ଦୂର ବ୍ୟବହାର କରୁଥିବା କାରଣ ରୁ ଦୀର୍ଘ ଦିନଧରି ଅଶାନ୍ତ ର ଦାନା ବାନ୍ଧୁଥିଲା । ଗତ ଅଗଷ୍ଟ ମାସ 30 ତାରିଖ ଦିନ ସମିତି ବୈଠକ ଚାଲିଥିବା ବେଳେ ସମୂହ ସରପଞ୍ଚ ସମିତି ସଭ୍ୟ ଚେରମେନ ବିରୁଦ୍ଧରେ ବୈଠକ କୁ
ପ୍ରତ୍ୟା କ୍ଷାନ କରିଥିଲେ । ପରେ ଅନାସ୍ଥା ପ୍ରସ୍ତାବ କରିବାପାଇଁ ନୂଆପଡା ନିର୍ଵାଚନ ଅଧିକାରୀ
ଉପ ଜ଼ୀଲ୍ଲା ପାଳ ଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିର୍ତିକରି ଶୁକ୍ରବାର ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଠାରେ ଅନାସ୍ଥାପ୍ରସ୍ତାଵ ଭୋଟିଂ ହୋଇଥିଲା 54 ଜଣ ସରପଞ୍ଚ ସମିତି ସଭ୍ୟ ଭୋଟର ମଧ୍ୟରୁ 52 ଜଣ ଚେରମେନ ଙ୍କ ସପକ୍ଷ ଓ ବିପକ୍ଷ ବାଦୀ ଭୋଟ ଦେଇଥିଲେ । ସମସ୍ତଙ୍କ ଆଶାଥିଲା ଚେରମେନ ବାଳକୃଷ୍ଣ ଶବର ଗାଡି ରୁ ହଟିବେ ବୋଲି ହେଲେ ତାହା ହେଳାନାହିଁ । ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଭୋଟ ଗଣତି ସ୍ଥଗିତ ରହିଥିବା ନିର୍ବାଚନ ଅଧିକାରୀ ଉପ ଜ଼ୀଲ୍ଲାପାଳ ତରଣୀ ସେନ ନାଏକ କହିଛନ୍ତି । ଅପରପକ୍ଷେ ପଞ୍ଚାୟତ ରାଜ ନିୟମ 46 ସେକ୍ସନ 2 ପ୍ଲସ c କୁ ନୂଆପଡା ଜ଼ୀଲ୍ଲା ପ୍ରଶାସନ ବ୍ୟତିକ୍ରମ କରିଛି ଯେଉଁଥିପାଇଁ ମୁଁ ମାନ୍ୟବର ହାଇକୋର୍ଟ ର ଆଶ୍ରୟ ନେଇଥିଲି କୋର୍ଟ ର ନିର୍ଦ୍ଦେଶ ମୁତାବକ ଭୋଟିଂ ପରେ ଭୋଟ ବାକ୍ସରେ ରେ ହିଁ ରହିଲା । ମୁଁ ବଳବତ୍ତର ଅଛି ବୋଲି ପ୍ରତିକ୍ରିୟାରେ ଚେରମେନ ବାଳକୃଷ୍ଣ ଶବର କହିଛନ୍ତି ।
Byte-1 ବାଳକୃଷ୍ଣ ଶବର (ବ୍ଲକ ଚେରମେନ ଖଡ଼ିଆଳ)
Byte-2 ତରଣୀ ସେନ ନାଏକ (ନିର୍ବାଚନ ଅଧିକାରୀ ନୂଆପଡା)Body:ସConclusion:ସସ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.