ETV Bharat / state

ବାଘ ଛାଲ ଡିଲ୍ ବେଳେ ମାଡିବସିଲା ବନ ବିଭାଗ, 7 ଗିରଫ

author img

By ETV Bharat Odisha Team

Published : Jan 11, 2024, 2:19 PM IST

Updated : Jan 11, 2024, 2:27 PM IST

Tiger skin seized: ଚାଲିଥିଲା ବାଘ ଛାଲ ବିକ୍ରି ପାଇଁ ଡିଲ । ଚଢାଉ କରି 2ଟି ବାଘ ଛାଲ ଜବତ କଲା ଖଡ଼ିଆଳ ବନ ବିଭାଗ । ଅଧିକ ପଢନ୍ତୁ

ବାଘ ଛାଲ ଜବତ
tiger skins seized

tiger skins seized

ନୂଆପଡା: ଖଡ଼ିଆଳ ବନ ବିଭାଗକୁ ବଡ ସଫଳତା । ବାଘ ଛାଲ ଡିଲ୍ ବେଳେ ମାଡିବସିଲା ବନ ବିଭାଗ । 2ଟି ବାଘ ଛାଲ ଜବତ କରିବା ସହ 7 ଜଣଙ୍କୁ ଗିରଫ କରାଯାଇଛି । ଖଡ଼ିଆଳ ଶ୍ୟାମକୁମ ଲଜ ଓ ବରପଦର ଛକ ନିକଟରୁ ଦୁଇଟି ବାଘ ଛାଲ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଗିରଫ ଅଭିଯୁକ୍ତମାନେ ଖଡ଼ିଆଳ ଶ୍ୟାମକୁମ ଲଜ ଓ ଖଡିଆଳ ବରପଦର ଛକରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ କରୁଥିଲେ । ଏନେଇ ଏକ ବିଶେଷ ସୂତ୍ରରୁ ସୂଚନା ପାଇଥିଲା ଖଡ଼ିଆଳ ବନ ବିଭାଗ । ଏହାପରେ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ଉକ୍ତ ଦୁଇ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ 2ଟି ବାଘ ଛାଲ ସହ 6ଟି ମୋବାଇଲ ଫୋନ ଓ 7 ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ ।

ଏହା ମଧ୍ୟ ପଢନ୍ତୁ-ରାୟଗଡାରେ ବାଘ ଛାଲ ଜବତ କଲା ଏସଟିଏଫ୍, ଦୁଇ ଗିରଫ

ଗିରଫ ଅଭିଯୁକ୍ତମାନେ ହେଲେ ଖଡ଼ିଆଳ ବ୍ଲକ ଖାଇରପଦର ଗାଁର ଲିଙ୍ଗରାଜ ମାଝୀ, ଚୁମ୍ବକ ଲାଲ ପଟେଲ, ବରକୁହୁଟି ଗାଁର ଯୁମ୍ବେଶ୍ୱର ପଟେଲ, ଶୁଶୀଲ ପଟେଲ, ବିରିଘାଟ ମହୁଲଝରଣ ଗାଁର ନିରନ ମାଝୀ, ବୋଡାପାଲି ଗାଁର ଜଗଦୀଶ ମାଝୀ, ବଲାଙ୍ଗୀର ଜୁଲ୍ଲା ବୋରୋବାହାଲ ଗାଁର ଚିତରାମ ପଟେଲ ବୋଲି ଜଣାପଡିଛି । ଆଜି ଅଭିଯୁକ୍ତମାନଙ୍କୁ ବେଆଇନ ବନ୍ୟଜନ୍ତୁ ଶିକାର ଏବଂ ବେଆଇନ ବାଘ ଛାଲ ବ୍ୟବସାୟ ନିୟମରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନୂଆପଡା ଜିଲ୍ଲାରେ ଦିନକୁ ଦିନ ବେଆଇନ ବାଘ ଛାଲ, ନଖ ବ୍ୟବସାୟୀ ସକ୍ରିୟ ହେଉଥିବା ବେଳେ ବନ ବିଭାଗ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ଗତ ନଭେମ୍ବର ମାସରେ ରାୟଗଡାରୁ ଏସଟିଏଫ୍ 2ଟି ବାଘ ଛାଲ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଥିଲା । ଚାନ୍ଦିଲି ଥାନା ତାମ୍ପରାବିଦୁଣି ଛକରେ ଚଢାଉ କରି ବାଘ ଛାଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍‌ । ଗିରଫ ଦୁଇ ଜଣ ହେଲେ ବିଜାପୁର ଗ୍ରାମର ବିକ୍ରମ ମାଝୀ ଏବଂ ରାଜା ମାଝୀ । ଏନେଇ ଏସ୍‌ଟିଏଫ୍‌ କେସ ନମ୍ବର 27ରେ ମାମଲା ରୁଜୁ କରିଥିଲା ।

ଇଟିଭି ଭାରତ, ନୂଆପଡା

Last Updated :Jan 11, 2024, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.