ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ନ୍ୟାୟ ପାଇଁ ଥାନା ଘେରିଲେ ଗ୍ରାମବାସୀ

author img

By

Published : Sep 9, 2022, 4:36 PM IST

ନ୍ୟାୟ ପାଇଁ ଥାନା ଘେରିଲେ ଗ୍ରାମବାସୀ

ନୂଆପଡା ଜିଲ୍ଲା କାପସି ଗ୍ରାମର ଯୁବକ ତୁଲାରମ ତାଣ୍ଡିଙ୍କ ସନ୍ଦେହ ଜନକ ମୃତ୍ୟୁ । ନ୍ୟାୟ ପାଇଁ ଦଳିତ ଅଧିକାର ମଞ୍ଚ ସହାୟତାରେ ଗ୍ରାମବାସୀଙ୍କ ସିନାପାଲି ଥାନା ଘେରାଉ । ଅଧିକ ପଢନ୍ତୁ

ନୂଆପଡା: ଜିଲ୍ଲା କାପସି ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ନ୍ୟାୟ ପାଇଁ ଦଳିତ ଅଧିକାର ମଞ୍ଚ ସହାୟତାରେ ଗ୍ରାମବାସୀଙ୍କ ସିନାପାଲି ଥାନା ଘେରାଉ। ମୃତ ଯୁବକ ହେଲେ ତୁଲାରମ ତାଣ୍ଡି । ସୂଚନା ଅନୁସାରେ, ଯୁବକ ତୁଲାରମ ତାଣ୍ଡି ଘରେ ରହିଥିବାବେଳେ ଦୁର୍ବୃତ୍ତମାନେ ଗତ ୨ତାରିଖ ଦିନ ଘରୁ ଡାକିନେଇ ହତ୍ୟା କାରିଥିବା ମୃତ ଯୁବକଙ୍କ ଭଉଣୀ ସିନାପାଲି ଥାନାରେ ଅଭିଯୋଗ କରିଥିଲେ ।

ମାତ୍ର ଘଟଣାର ସପ୍ତାହେ ପୁରିଯାଇଥିଲେ ସୁଦ୍ଧା ମୃତ ପରିବାର ବର୍ଗଙ୍କୁ ନ୍ୟାୟ ମିଳିପାରିନଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଥାନା ଅଧିକାରୀଙ୍କୁ ଗୁହାରି କରିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ଫେଲ୍‌ ମାରିଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ଏନେଇ ଆଜି(ଶୁକ୍ରବାର) ସିନାପାଲି ଥାନାକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଗାମୀ ୪୮ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି ।

ନ୍ୟାୟ ପାଇଁ ଥାନା ଘେରିଲେ ଗ୍ରାମବାସୀ

ଏହା ମଧ୍ୟ ପଢନ୍ତୁ:ସରକାରୀ ସୁବିଧା ଦାବିରେ ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ

ଗତ କିଛିଦିନ ପୂର୍ବରୁ ଖଡ଼ିଆଳ ସ୍ଥିତ ମିଶନ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ସ୍କୁଲ ଛାତ୍ରଛାତ୍ରୀମାନେ ହାତରେ ପ୍ଲା କାର୍ଡ ଧରି ବିଦ୍ୟାଳୟ ମୁଖ୍ୟ ଗେଟରେ ତାଲା ପକାଇ ପ୍ରତିବାଦ କରିଥିଲେ । ୧୯୨୮ ମସିହାଠାରୁ ବେସରକାରୀ ଭାବରେ ମିଶନ ସଂସ୍ଥା ଦ୍ୱାରା ମିଶନ ପ୍ରାଥମିକ ଓ ଉପ୍ରା ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।

ଏଠାରେ ସରକାରଙ୍କ ବିନା ସାହାଯ୍ୟରେ ଏବଂ ମିଶନ ସଂସ୍ଥାର ସହଯୋଗରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଏ ପାଠ ପଢୁଥିଲେ । ପରବର୍ତ୍ତୀ ସମୟରେ ଗଣଶିକ୍ଷା ବିଭାଗ ଦ୍ଵାରା ସେହି ବିଦ୍ୟାଳୟର ଷଷ୍ଠ ସପ୍ତମକୁ ଅପଗ୍ରେଡେଡ୍ କରି ସରକାରୀ ବିଦ୍ୟାଳୟର ମାନ୍ୟତା ଦିଆଯାଇଥିଲା । ସ୍ଥାନୀୟ ମୁକ୍ତାପୁର, ସାଗୁନଡୁଙ୍ଗରି ଗ୍ରାମର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଥମରୁ ଅଷ୍ଟମ ଯାଏଁ ସରକାରୀ ବିଦ୍ୟାଳୟ ଆରମ୍ଭ କରିଥିଲେ ସରକାର ।

ସେହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ, ସ୍କୁଲ ପୋଷାକଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ପାଉଥିବାବେଳେ, ମିଶନ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରୁ ବଞ୍ଚିତ ହୋଇ ଆସୁଛନ୍ତି । ବେସରକାରୀ କ୍ୟାମ୍ପସରେ ସରକାରୀ ବିଦ୍ୟାଳୟ ଏହାସହ ଶ୍ରେଣୀ ଗୃହ ବେସରକାରୀ ପ୍ରାଥମିକ ମିଶନ ବିଦ୍ୟାଳୟର ହୋଇ ମଧ୍ୟ ସରକାରୀ ସୁବିଧା ପାଉନଥିବାରୁ ଏହାକୁ ବିରୋଧ କରି ଛାତ୍ରଛାତ୍ରୀମାନେ ତାଲା ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.