ସରକାରୀ ସୁବିଧା ଦାବିରେ ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ

author img

By

Published : Aug 10, 2022, 10:09 PM IST

ସରକାରୀ ସୁବିଧା ପାଉନଥିବାରୁ ତାତିଲେ ଛାତ୍ରଛାତ୍ରୀ

ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ମିଶନ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ । ବେସରକାରୀ କ୍ୟାମ୍ପସରେ ସରକାରୀ ବିଦ୍ୟାଳୟ ହୋଇଥିଲେ ସୁଦ୍ଧା ସରକାରୀ ସୁବିଧା ପାଉନଥିବାରୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ନୂଆପଡା: ଜିଲ୍ଲା ଖଡ଼ିଆଳ ସ୍ଥିତ ମିଶନ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ସ୍କୁଲ ଛାତ୍ରଛାତ୍ରୀମାନେ ହାତରେ ପ୍ଲା କାର୍ଡ ଧରି ବିଦ୍ୟାଳୟ ମୁଖ୍ୟ ଗେଟରେ ତାଲା ପକାଇ ପ୍ରତିବାଦ କରିଛନ୍ତି ।

ସରକାରୀ ସୁବିଧା ପାଉନଥିବାରୁ ତାତିଲେ ଛାତ୍ରଛାତ୍ରୀ

ସୂଚନା ଅନୁସାରେ, 1928 ମସିହା ଠାରୁ ବେସରକାରୀ ଭାବରେ ମିଶନ ସଂସ୍ଥା ଦ୍ୱାରା ମିଶନ ପ୍ରାଥମିକ ଓ ଉପ୍ରା ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏଠାରେ ସରକାରଙ୍କ ବିନା ସାହାଯ୍ୟରେ ଏବଂ ମିଶନ ସଂସ୍ଥାର ସହଯୋଗରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଏ ପାଠ ପଢୁଥିଲେ । ପରବର୍ତ୍ତୀ ସମୟରେ ଗଣଶିକ୍ଷା ବିଭାଗ ଦ୍ଵାରା ସେହି ବିଦ୍ୟାଳୟର ଷଷ୍ଠ ସପ୍ତମକୁ ଅପଗ୍ରେଡେଡ୍ କରି ସରକାରୀ ବିଦ୍ୟାଳୟର ମାନ୍ୟତା ଦିଆଯାଇଥିଲା । ସ୍ଥାନୀୟ ମୁକ୍ତାପୁର, ସାଗୁନଡୁଙ୍ଗରି ଗ୍ରାମର ଛାତ୍ର ଛାତ୍ରୀଙ୍କୁ ନେଇ ପ୍ରଥମରୁ ଅଷ୍ଟମ ଯାଏଁ ସରକାରୀ ବିଦ୍ୟାଳୟ ଆରମ୍ଭ କରିଥିଲେ ସରକାର ।

ସେହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ, ସ୍କୁଲ ପୋଷାକ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ପାଉଥିବା ବେଳେ ମିଶନ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରୁ ବଞ୍ଚିତ ହୋଇ ଆସୁଛନ୍ତି । ବେସରକାରୀ କ୍ୟାମ୍ପସରେ ସରକାରୀ ବିଦ୍ୟାଳୟ ଏହାସହ ଶ୍ରେଣୀ ଗୃହ ବେସରକାରୀ ପ୍ରାଥମିକ ମିଶନ ବିଦ୍ୟାଳୟର ହୋଇ ମଧ୍ୟ ସରକାରୀ ସୁବିଧା ପାଉନଥିବାରୁ ଏହାକୁ ବିରୋଧ କରି ଛାତ୍ରଛାତ୍ରୀମାନେ ତଲା ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।


ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.