ETV Bharat / state

ଉପାନ୍ତ ଅଞ୍ଚଳରେ ଫେଲ୍ ମାରୁଛି ବସୁଧା ଯୋଜନା, ପାଣି ପାଇଁ ଦହଗଞ୍ଜ ମହୁଳଝରଣ ଗାଁ ଲୋକେ

author img

By

Published : Jun 18, 2023, 10:27 PM IST

ନୂଆପଡା ମହୁଳଝରଣ ଗାଁରେ ପାଣି ସମସ୍ୟାକୁ ନେଇ ହନ୍ତସନ୍ତ ଗ୍ରାମବାସୀ । ଘରେଘରେ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ମାଳମାଳ ଯୋଜନା ମାରିଛି ଫେଲ । ଅଧିକ ପଢନ୍ତୁ

ଉପାନ୍ତ ଅଞ୍ଚଳ ମହୁଳଝରଣ ଗାଁ ରେ ଲାଗି ରହିଛି ଜଳ ସଙ୍କଟ
ଉପାନ୍ତ ଅଞ୍ଚଳ ମହୁଳଝରଣ ଗାଁ ରେ ଲାଗି ରହିଛି ଜଳ ସଙ୍କଟ

ଉପାନ୍ତ ଅଞ୍ଚଳ ମହୁଳଝରଣ ଗାଁରେ ଲାଗି ରହିଛି ଜଳ ସଙ୍କଟ

ନୂଆପଡା: ଉପାନ୍ତ ଅଞ୍ଚଳରେ ଜଳ ସଙ୍କଟ ଲାଗି ରହିଛି । ଘରେଘରେ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ମାଳମାଳ ଯୋଜନା ଥିବାବେଳେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ନୂଆପଡା ଜିଲ୍ଲାର ମହୁଳଝରଣରେ ସରକାରୀ ଯୋଜନା ଅପହଞ୍ଚ । ସ୍ୱଚ୍ଛ ପାନୀୟ ଜଳ ଉପାନ୍ତ ଇଲାକାର ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଛି । ଖରାଦିନ ଆସିଲେ ବ୍ଲକର ଅନେକ ଅଞ୍ଚଳରେ ଦେଖା ଦିଏ ଜଳ କଷ୍ଟ । ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । କେବଳ ଖରା ଦିନ କଥା ମୁହେଁ ବରଂ ବର୍ଷ ତମାମ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଉପାନ୍ତ ଅଞ୍ଚଳବାସୀ ।

ନୂଆପଡା ଜିଲ୍ଲା ସଦର ମହୁକମାଠାରୁ ଦୀର୍ଘ 87 କିଲୋମିଟର ଦୂରତା ଖଡ଼ିଆଳ ବ୍ଲକ ବଣ ପାହାଡ଼ ଘେରା ଦୁର୍ଗମ ମହୁଳଝରଣ ଗାଁ । ଗାଁରେ ପ୍ରାୟ 350ରୁ ଉର୍ଦ୍ଧ୍ବ ଲୋକ ବାସ କରୁଥିବାବେଳେ, ଏହା ଏକ ଆଦିବାସୀ ବହୁଳ ଗାଁ ଅଟେ । ଦୁର୍ଗମ ମହୁଳଝରଣ ଗାଁରେ ବିଶୁଦ୍ଧ ପାନୀୟଜଳ ସମସ୍ୟା ଜଟିଳ ହୋଇପଡିଛି । ପ୍ରବଳ ଗ୍ରୀଷ୍ମ ତାତିରେ ପାଣି ବୁନ୍ଦାଏ ପାଇଁ ଗାଁଲୋକେ ଡହଳ ବିକଳ ହେଉଥିବା ଦେଖାଦେଇଛି । ବାଧ୍ୟହୋଇ ଗାଁ ଜଙ୍ଗଲ ନିକଟସ୍ଥ ଚାଷ ଜମିରେଥିବା ଏକ ମୁକୁଳା କୂପର ଦୂଷିତ ପାଣିକୁ ପିଉଛନ୍ତି ଗାଁଲୋକେ ।

ପାହାଡ଼ ଝରଣା, ନଳକୂପ, ପୋଖରୀ ଶୁଖି ଯାଇଛି । ମହୁଲଝରଣ ଗାଁ ଚତୁପାର୍ଶ୍ବ ଖାଁଖାଁ ଲାଗୁଛି । ଗୃହ ପାଳିତ ପଶୁ ପକ୍ଷୀ ବନ୍ୟଜନ୍ତୁଠୁ ଆରମ୍ଭକରି ମଣିଷ ସମସ୍ତେ ପାଣି ବୁନ୍ଦାଏ ପାଇଁ ବିକଳ ହେଉଛନ୍ତି । ଶେଷରେ ବାଧ୍ୟହୋଇ ଜଙ୍ଗଲ ନିକଟସ୍ଥ ଚାଷ ଜମିରେ ଥିବା ଖୋଲା କଞ୍ଚା କୂପର ଦୂଷିତ ପାଣି ରେ ଶୋଷ ମେଣ୍ଟାଉଛନ୍ତି ଗାଁ ଲୋକେ । ଫଳରେ ନାନାଦି ରୋଗ ରେ ଆକ୍ରାନ୍ତ ହେଉଥିବା ଗାଁଲୋକେ ଅଭିଯୋଗ କରିଛନ୍ତି । ଦୁର୍ଗମ ମହୁଲଝରଣ ଗାଁ ଜଙ୍ଗଲ ଝରଣାରେ ପାଣି ଶ୍ରୋତ ବାହାରକରି ଓଭରହେଡ ଟାଙ୍କି ଜରିଆରେ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରିଛି ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ । ହେଲେ ଚଳିତବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହରେ ଗାଁ ଜଙ୍ଗଲ ଝରଣା ଶୁଖିଯାଇଛି । ଯାହାର ପ୍ରଭାବରେ ଓଭରହେଡ ଟାଙ୍କକୁ ପାଣି ଆସୁନାହିଁ ।

ଖଡ଼ିଆଳ ବିଡିଓ ବିରସେନ ବେହେରା କହିଛନ୍ତି,"ମହୁଲଝରଣ ଗାଁ ଓଭରହେଡ ଟାଙ୍କି ଶୁଖିଲା ପଡିଛି । ଗାଁରେ ଜଳସ୍ତର କମିବା ଫଳରେ ଜଳ ଯୋଗାଣ କଷ୍ଟକର ହୋଇ ପଡିଛି । ଓଭରହେଡ ଟାଙ୍କିକୁ ପାଣି ପହଞ୍ଚି ପାରୁନି । ଯଥାଶୀଘ୍ର ଗାଁରେ ଜଳ ଯୋଗାଣ କରାଯିବ । ଏଥିପାଇଁ ବ୍ଲକ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛି ।"

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.