ETV Bharat / state

ପୁଣି ଜୀବନ ନେଲ ଭାଲୁ, ଜଣେ ବନ କର୍ମଚାରୀ ମୃତ 3 ଗୁରୁତର

author img

By

Published : Jul 18, 2023, 10:52 PM IST

ବିଜାଖମନ ଜଙ୍ଗଲରେ ଭାଲୁ ଆତଙ୍କ
ବିଜାଖମନ ଜଙ୍ଗଲରେ ଭାଲୁ ଆତଙ୍କ

ଜୀବନ ନେଲା ଭାଲୁ । କୋମନା ରେଞ୍ଜ ଅଧୀନସ୍ଥ ବିଜାଖମନ ଜଙ୍ଗଲରେ ଭାଲୁ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ । ଜଣେ ମୃତ 3 ଜଣ ଗୁରୁତର । ଅଧିକ ପଢ଼ନ୍ତୁ

ବିଜାଖମନ ଜଙ୍ଗଲରେ ଭାଲୁ ଆତଙ୍କ

ନୂଆପଡା: ନୂଆପଡା ଜିଲ୍ଲାରେ ପୁଣି ଆତଙ୍କ ରଚିଲା ଜଙ୍ଗଲୀ ଭାଲୁ । ଚାରିଜଣ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ବେଳେ ଜଣେ ବନ କର୍ମଚାରିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ନୂଆପଡା ଜ଼ିଲ୍ଲା କୋମନା ବନ ବିଭାଗରେ କାର୍ଯ୍ୟରତ ଫରେଷ୍ଟର ,ଫରେଷ୍ଟ ଗାର୍ଡ, ବନ କର୍ମଚାରି ଏବଂ ବନରକ୍ଷୀଙ୍କୁ ମଙ୍ଗଳବାର ଜଙ୍ଗଲୀ ଭାଲୁ ଆକ୍ରମଣ କରିଛି ।

ଜଙ୍ଗଲୀ ଭାଲୁ ଆକ୍ରମଣରେ 3 ଜଣ ବନ ବିଭାଗର କର୍ମଚାରୀ ଗୁରୁତର ହୋଇପଡିଥିବାବେଳେ, ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବିରୁନପଦର ଗାଁର ବନରକ୍ଷୀ ସନ୍ତୋଷ ଡୁଣ୍ଡି ବୋଲି ଜଣାପଡିଛି । ସମସ୍ତ ବନ କର୍ମଚାରୀଙ୍କୁ ସ୍ଥାନୀୟ ଲୋକଙ୍କ ସହ ପୋଲିସ କର୍ମଚାରୀ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କୋମନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଚାରିଜଣଙ୍କ ମଧ୍ୟରୁ ବନରକ୍ଷୀ ସନ୍ତୋଷ ଡୁଣ୍ଡି ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ: ବିଜାଖମନ ଜଙ୍ଗଲରେ ଭାଲୁ ଆକ୍ରମଣ: ବାପର ମୃତ, ପୁଅ ଗୁରୁତର

ସୂଚନା ଅନୁଯାୟୀ କୋମନା ରେଞ୍ଜ ଅଧିନସ୍ଥ କୋନାବିରା ଗ୍ରାମପଞ୍ଚାୟତ ସ୍ଥିତ ବିରୁନପଦର ଗାଁ ନିକଟସ୍ଥ ବିଜାଖମନ ଜଙ୍ଗଲରେ ଦୁଇଦିନ ପୂର୍ବରୁ ବାପ ପୁଅକୁ ଜଙ୍ଗଲୀ ଭାଲୁ ଆକ୍ରମଣ କରିଥିଲା । ଘଟଣାରେ ବାପ ଘନଶ୍ୟାମ ପଟେଲର ମୃତ୍ୟୁ ଘଟିଥିବାବେଳେ, ପୁଅ ଚୈତୁ ପଟେଲ ଗୁରୁତର ହୋଇ ଚିକିତ୍ସା ହେଉଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଥିଲା । ଯାହାକୁ ନେଇ ମଙ୍ଗଳବାର ପୁଣି ମଣିଷଖିଆ ଜଙ୍ଗଲୀ ଭାଲୁ ବିରୁନପଦର ଗାଁ ନିକଟକୁ ଆସିଥିଲା । ସ୍ଥାନୀୟ ଲୋକ କୋମନା ବନ ବିଭାଗକୁ ଖବର ଦେଇଥିଲେ । ତତକ୍ଷଣାତ ଖଡ଼ିଆଳ DFO ଶୁଶୀଲ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଭାଲୁକୁ ଘଉଡାଇବା ପାଇଁ 4 ଜଣ ବନ କର୍ମଚାରୀ ନିୟୋଜିତ ହୋଇଥିଲେ ।

ଯେଉଁଥିରେ ଫରେଷ୍ଟର ଗୋପାଳ ମହାନନ୍ଦ, ବନକର୍ମଚାରି ସାଗର ଠେଲା, ବନରକ୍ଷୀ ସନ୍ତୋଷ ଡୁଣ୍ଡି, ଫରେଷ୍ଟ ଗାର୍ଡ ତାଣ୍ଡି ବାବୁ ବିରୁନପଦର ଗାଁ ବିଜାଖମନ ଅଞ୍ଚଳକୁ ଯାଇ ଜଙ୍ଗଲୀ ଭାଲୁକୁ ଘଉଡ଼ାଇ ବାକୁ ଚେଷ୍ଟା କରିଥିଲେ । ଏତିକି ବେଳେ ମଣିଷଖିଆ ଜଙ୍ଗଲୀ ଭାଲୁ 4ଜଣ ବନ କର୍ମଚାରୀ ଉପରକୁ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ 3 ଜଣ କର୍ମଚାରୀ ଗୁରୁତର ହୋଇଥିବା ବେଳେ, ବନରକ୍ଷୀ ସନ୍ତୋଷ ଡୁଣ୍ଡିଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.