ETV Bharat / state

ଖଡ଼ିଆଳରେ ଧୁମଧାମରେ ପାଳନ ହେଉଛି ନବରାତ୍ରୀ ଦୁର୍ଗାପୂଜା

author img

By

Published : Sep 28, 2022, 7:33 PM IST

ଆରମ୍ଭ ହୋଇଯାଇଛି ନବରାତ୍ରୀ ଦୂର୍ଗା ପୂଜା
ଆରମ୍ଭ ହୋଇଯାଇଛି ନବରାତ୍ରୀ ଦୂର୍ଗା ପୂଜା

ନୂଆପଡା ଜିଲ୍ଲା ଖଡ଼ିଆଳ ସାର୍ବଜନୀନ ରାଜାପଡା ଦୁର୍ଗାପୂଜା କମିଟି ପକ୍ଷରୁ ନବରାତ୍ରୀ ଦୁର୍ଗାପୂଜା ଆନନ୍ଦ ଉତ୍ସାହର ସହିତ ପାଳନ କରାଯାଉଛି । ଜଗତ ଜନନୀ ଦେବୀ ଦୁର୍ଗା କୁ ଯଥାରୀତିନୀତି ପୂଜା ଆରାଧନା କରାଯାଉଥିବା ଦେଖାଦେଇଛି । ଅଧିକ ପଢନ୍ତୁ

ନୂଆପଡା : ଆସିଛି ପାର୍ବଣ ଋତୁ । ଧରାବତରଣ କରିବେ ଜଗତ ଜନନୀ ମା ଦୁର୍ଗା । ଏନେଇ ଚାରିଆଡେ ଆରମ୍ଭ ହେଲାଣି ଉତ୍ସବର ମାହୋଲ । ଏନେଇ ଚଳଚଞ୍ଚଳ ନୂଆପଡା ଜିଲ୍ଲା । ଜିଲ୍ଲାର ଖଡିଆଳ ସାର୍ବଜନୀନ ରାଜାପଡା ଦୁର୍ଗାପୂଜା କମିଟି ପକ୍ଷରୁ ନବରାତ୍ରୀ ଦୁର୍ଗାପୂଜା ଆନନ୍ଦ ଉତ୍ସାହର ସହିତ ପାଳନ କରାଯାଉଛି ।

ଆରମ୍ଭ ହୋଇଯାଇଛି ନବରାତ୍ରୀ ଦୂର୍ଗା ପୂଜା

ଜଗତଜନନୀ ମା' ଦେବୀ ଦୁର୍ଗାଙ୍କୁ ଯଥା ରୀତିନୀତିରେ ପୂଜା ଆରାଧନା କରାଯାଉଛି । ଏଥିଯୋଗୁଁ ଖଡିଆଳ ସହରରେ କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ସମେତ ପଡୋଶୀ ଛତିଶଗଡ଼ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଛି । ରାତିରେ ସମ୍ବଲପୁରର ମୋଲୋଡି ପାର୍ଟି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ସେହିଭଳି ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମରେ ଦାଣ୍ଡିଆ ନୃତ୍ୟ ମୁଖ୍ୟ ଆକର୍ଷଣ ପାଲଟିଛି ।

ଏନେଇ ରାଜାପଡା ଦୁର୍ଗାପୂଜା କମିଟିର ସଭାପତି ଦେବ ଦେବ ସିଂଦେଓ କହିଛନ୍ତି, "ଆମର ଏହି ବର୍ଷ ଖଡିଆଳର ଝିଅ ଓ ପୁଅ ମାନେ ସବୁ ମିଶି ଦାଣ୍ଡିଆ ଉତ୍ସବର ଆୟୋଜନ କରିଛନ୍ତି । ଏଥି ସହ ଭସାଣ ଶୋଭାଯାତ୍ରା ପାଇଁ ବଲାଙ୍ଗୀର ଓ ସମ୍ବଲପୁରରୁ ବିଭିନ୍ନ ବାଜା ଅଣା ହୋଇଛି । ଅନ୍ୟପଟେ ଶ୍ରଦ୍ଧାଳୁ ସୁକୃ ବାଗ କହିଛନ୍ତି, ଏଠାରେ ଦୁଇଟି ଦୁର୍ଗା ମଣ୍ଡପ ଅଛି । ଏଠାକୁ ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଆସିଛନ୍ତି । ଫଳରେ ବହୁତ ଭିଡ ଦେଖିବାକୁ ମିଳୁଛି ।

ଏହାଛଡା ଖଡ଼ିଆଳ ଚୌହାନ ବଂଶୀୟ ରାଜାଙ୍କ ରାଜ ଦରବାର ଠାରେ ଅଧିଷ୍ଠାତ୍ରୀ ଦେବୀ ମା' ରକ୍ତାମ୍ବରୀ ଏବଂ ସମଲେଶ୍ବରୀ ଶକ୍ତି ପୀଠରେ ଯଥା ବିଧିରେ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ସେହିଭଳି ଇଷ୍ଟ୍ରଦେବୀ ଭାବରେ ମା' ସମଲେଶ୍ବରୀଙ୍କୁ ସ୍ଥାପିତ କରି ଯଥା ରୀତିନୀତିରେ ପୂଜାର୍ଚ୍ଚନା କରା ଯାଉଛି । ଏଠାରେ ଅଖଣ୍ଡ ଦୀପ ପ୍ରଜ୍ଜ୍ବଳନ କରି ବୋଦାବଳୀ ଦେଇ ମା'ଙ୍କର ପୂଜା କରାଯିବାର ପରମ୍ପରା ରହିଛି । ଶହ ଶହ ବର୍ଷର ପରମ୍ପରା ରକ୍ଷା କରିବା ନେଇ ପ୍ରତିବର୍ଷ ଖଡ଼ିଆଳ ରାଜ ଦରବାର ଠାରେ ରାଜ ପରିବାର ସଦସ୍ୟଙ୍କ ତତ୍ତ୍ବାବଧାନରେ ମା'ଙ୍କ ପୂଜା ହୁଏ । ପାରମ୍ପରିକ ବାଜାରେ ମା'ଙ୍କୁ ଶକ୍ତିପୀଠରୁ ଆହ୍ବାନକରି ଦରବାର ସ୍ଥିତ ମନ୍ଦିରରେ ସ୍ଥାପନା କରାଯାଇଥାଏ ।

ନିୟମ ଅନୁସାରେ ପ୍ରତିବର୍ଷ ଦଶହରା ଅବସରରେ ମହାଳୟା ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ମା' ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏହାପରେ ଦଶମୀ ଦିନ ମା'ଙ୍କ ଯୋଡି ଛତରଯାତ୍ରା ସମ୍ପନ୍ନ ହେବା ପରେ ମା'ଙ୍କୁ ପୁଣି ଶକ୍ତିପୀଠକୁ ଫେରାଇ ନିଆଯାଇଥାଏ । ପୁଣି ଏକ ବର୍ଷର ଅପେକ୍ଷା ପରେ ଏହି ପର୍ବ ଆସିଥାଏ । ଦଶହରା ନବରାତ୍ରୀ ପୂଜା ସମୟରେ ଯେକେହି ଶ୍ରଦ୍ଧାଳୁ ମାନସିକ କରି ମା'ଙ୍କୁ ଦର୍ଶନ କରେ ତାର ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.