ETV Bharat / state

ଖଡ଼ିଆଳରେ ଫସଲ ଖାଉଛି ଅଜଣା କୀଟ, ଆତଙ୍କିତ ଚାଷୀ

author img

By

Published : Jun 13, 2020, 5:03 PM IST

Updated : Jun 13, 2020, 5:46 PM IST

ଖଡ଼ିଆଳରେ ଫସଲ ଖାଇ ଯାଉଛି ଅଜଣା କୀଟ, ପଙ୍ଗପାଳ ଭାବି ଚାଷୀ ଆତଙ୍କିତଖଡ଼ିଆଳରେ ଫସଲ ଖାଇ ଯାଉଛି ଅଜଣା କୀଟ, ପଙ୍ଗପାଳ ଭାବି ଚାଷୀ ଆତଙ୍କିତ
ଖଡ଼ିଆଳରେ ଫସଲ ଖାଇ ଯାଉଛି ଅଜଣା କୀଟ, ପଙ୍ଗପାଳ ଭାବି ଚାଷୀ ଆତଙ୍କିତ

ଝିଣ୍ଟିକା ଭଳି ସବୁଜ ରଙ୍ଗର ଏକ କୀଟକୁ ଦେଖି ପଙ୍ଗପାଳ ଭାବି ଖଡ଼ିଆଳ ଚାଷୀଙ୍କ ମନରେ ଛନକା । ଏଭଳି କୀଟ ଜିଲ୍ଲାରେ ପ୍ରଥମ ଥର ଦେଖାଦେଇଥିବା ସ୍ଥାନୀୟ ଚାଷୀ କହିଛନ୍ତି । ଏହି କୀଟ ଶହଶହ ସଂଖ୍ୟାରେ ଗଛପତ୍ରରେ ରହି ସବୁଜପତ୍ରକୁ ଖାଇଯାଉଛି।

ନୂଆପଡା: ଖଡ଼ିଆଳରେ ଚାଷୀ ସମାଜରେ ଆତଙ୍କ ଦେଖାଦେଇଛି। ଝିଣ୍ଟିକା ଭଳି ସବୁଜ ରଙ୍ଗର ଏକ କୀଟକୁ ଦେଖି ପଙ୍ଗପାଳ ଭାବି ଚାଷୀ ମନରେ ଛନକା ପଶିଛି। ଜିଲ୍ଲା କୃଷି ବିଭାଗ ତଦନ୍ତ କରି ଚାଷୀଙ୍କୁ କୀଟ ସମ୍ପର୍କରେ ସଚେତନ କରିବା ଜରୁରୀ ହୋଇପଡିଛି। ଗତକିଛି ଦିନ ହେବ ନୂଆପଡା ଜିଲ୍ଲା ଘାଟମାଲ , ନଙ୍ଗଲଵୋଡ ଗ୍ରାମପଞ୍ଚାୟତ ସ୍ଥିତ ବିଭିନ୍ନ ସ୍ଥାନର ଗଛ ପତ୍ରରେ ଏକ ସବୁଜ ଝିଣ୍ଟିକା ଭଳି କୀଟ ଦେଖାଦେଇଛି । ଏହି କୀଟ ଶହ ଶହ ସଂଖ୍ୟାରେ ଗଛପତ୍ରରେ ରହି ସବୁଜପତ୍ରକୁ ଖାଇ ଯାଉଛି।

ଖଡ଼ିଆଳରେ ଫସଲ ଖାଉଛି ଅଜଣା କୀଟ, ଆତଙ୍କିତ ଚାଷୀ

ଏଭଳି କୀଟ ଜିଲ୍ଲାରେ ପ୍ରଥମ ଥର ଦେଖାଦେଇଥିବା ସ୍ଥାନୀୟ ଚାଷୀମାନେ ପ୍ରକାଶ କରିଛନ୍ତି। ପ୍ରଥମ କରି କୀଟକୁ ଦେଖି ସ୍ଥାନୀୟ ଅଞ୍ଚଳର ଚାଷୀମାନେ କାଳେ ପଙ୍ଗପାଳ କୀଟ ହୋଇଥିବ ବୋଲି ଆତଙ୍କିତ ହୋଇପଡିଛନ୍ତି। ସେହିଭଳି ଖଡ଼ିଆଳ ବ୍ଲକ ବଡ଼ଦୋହେଲ ଗ୍ରାମପଞ୍ଚାୟତ ଲଚ୍ଛିପୁର ଗାଁ ଅଞ୍ଚଳରେ ମଧ୍ୟ ଦେଖାଦେଇଛି ଏଭଳି କୀଟ । ସ୍ଥାନୀୟ ଚାଷୀମାନେ କୀଟକୁ ଦେଖି ଆତଙ୍କିତ ହୋଇପଡିଛନ୍ତି। ପନିପରିବା, ଧାନ ଚାଷକୁ କୀଟ ନଷ୍ଟ କରିବା ନେଇ ଚାଷୀ ଆତଙ୍କିତ। ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପଙ୍ଗପାଳ ଆତଙ୍କ ଲାଗିରହିଥିବା ବେଳେ, ଏହାର ପ୍ରଭାବ ନୂଆପଡା ଜିଲ୍ଲାରେ ମଧ୍ୟ ପଡିଥିବା ଦେଖାଦେଇଛି । ତୁରନ୍ତ ଜିଲ୍ଲା କୃଷି ବିଭାଗ ତଦନ୍ତ କରି କୀଟକୁ କୀଟନାଶକ ଛିଞ୍ଚନ କରି ଚାଷୀଙ୍କୁ ସୁରକ୍ଷା ଦେବାକୁ ଦାବି ହେଉଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

Last Updated :Jun 13, 2020, 5:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.