ETV Bharat / state

Lightning Death: ଗୋଟିଏ ପରିବାରର ୪ ଜଣଙ୍କ ଶୋଚନୀୟ ମୃତ୍ୟୁ

author img

By

Published : Jun 19, 2022, 8:08 PM IST

Updated : Jun 19, 2022, 9:03 PM IST

Lightning Death: ଗୋଟିଏ ପରିବାରର ୪ ଜଣଙ୍କ ଶୋଚନୀୟ ମୃତ୍ୟୁ
Lightning Death: ଗୋଟିଏ ପରିବାରର ୪ ଜଣଙ୍କ ଶୋଚନୀୟ ମୃତ୍ୟୁ

ନୂଆପଡ଼ାରେ ଆଜି ଘଟିଛି ଏକ ଦୁଃଖଦ ଘଟଣା । ବଜ୍ରାଘାତରେ ଗୋଟିଏ ପରିବାରର ୪ ଜଣଙ୍କ ଏକା ସମୟରେ ଘଟିଛି ମୃତ୍ୟୁ । ଅଧିକ ପଢନ୍ତୁ

ନୂଆପଡା/ଢେଙ୍କାନାଳ: ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମଲ୍ଲିକମୁଣ୍ଡା ଗ୍ରାମରେ ଅଘଟଣ । ବଜ୍ରାଘାତରେ ଗୋଟିଏ ପରିବାରର 4 ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଘର ମରାମତି କରୁଥିବା ସମୟରେ ବଜ୍ରାଘାତରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

Lightning Death: ଗୋଟିଏ ପରିବାରର ୪ ଜଣଙ୍କ ଶୋଚନୀୟ ମୃତ୍ୟୁ

୪ ଜଣ ମୃତ ବ୍ୟକ୍ତି ହେଲେ ଚୁଡାମଣି ନାଗ, ତୀର୍ଥ ନାଗ, ଗୁଣସାଗର ନାଗ, ଲକ୍ଷ୍ମଣ ନାଗ । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି। ମଲ୍ଲିକମୁଣ୍ଡା ଗ୍ରାମର ଏହି ୪ ମୃତକ ବ୍ୟକ୍ତି ନିଜ ଘରେ ଆଜବେଷ୍ଟସ ଲଗାଇ ଘର ମରାମତି କରୁଥିଲେ । ଏତିକି ସମୟରେ ପ୍ରବଳ ପବନ ସହ ବିଜୁଳି ଚଡକ ହୋଇଥିଲା । ବଜ୍ରାଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ଏହି ୪ ଜଣଙ୍କର ମୃତ୍ୟୁ ଘଟିଛି ।

ସେପଟେ ୨ ଜଣ ଗୁରୁତରଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଛି । ଚଳିତ ବର୍ଷ ମୌସୁମୀ ଆଗମନରେ ନୂଆପଡା ଜିଲ୍ଲାରେ ଏକାଥରେ ୪ ଜଣ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ପ୍ରଥମ ଘଟଣା । ଖବର ପ୍ରସାରିତ ହେବା ପରେ ଜିଲ୍ଲାବ୍ୟାପୀ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ଗ୍ରାମରେ ମଧ୍ୟ ଆଜି ବଜ୍ରପାତ ହୋଇଛି । ଏଥିରେ ଜଣେ ଯୁବକଙ୍କ ଘଟିଛି ମୃତ୍ୟୁ । ମୃତକ ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ପ୍ରଶାନ୍ତ କୁମାର ସାହୁ । ପ୍ରଶାନ୍ତ ଘର ନିକଟରେ ଥିବା କୂଅ ପାଖରେ ଠିଆ ହୋଇଥିଲା ବେଳେ ବଜ୍ରାପାତର ଶିକାର ହୋଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ କାର ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା ଓ ଢେଙ୍କାନାଳ

Last Updated :Jun 19, 2022, 9:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.