ETV Bharat / state

ଚିକିତ୍ସା ଅଭାବରୁ ଚାଲିଗଲେ ସ୍ବାମୀ, ସରକାରୀ ଯୋଜନାରୁ ବଞ୍ଚିତ ବିଧବା ମହିଳା

author img

By

Published : Oct 8, 2020, 10:39 AM IST

Kherdei Harna, a widow woman deprived of government schemes
ସରକାରୀ ଯୋଜନାରୁ ବଞ୍ଚିତ ବିଧବା ମହିଳା ଖୀରଦେଇ ହେର୍ଣ୍ଣା

ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବ୍ଲକ ଝୋଲପଥର ଗାଁର ବିଧବା ମହିଳା ଖୀରଦେଇ ହେର୍ଣ୍ଣାଙ୍କ ପାଖରେ ଏଯାଏଁ ପହଞ୍ଚି ପାରିଲାନାହିଁ ସରକାରୀ ଯୋଜନା । ଏବେ ଏହି ଅସହାୟ ମହିଳାଙ୍କୁ ବିଧବା ଭତ୍ତା, ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି । ଅଧିକ ପଢନ୍ତୁ...

ନୂଆପଡା: ସରକାର ଗରିବଙ୍କୁ ଭଲରେ ରହିବା ପାଇଁ ବିଭିନ୍ନ ଯୋଜନାରେ ପକ୍କା ଘର ନିର୍ମାଣ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଏହି ଯୋଜନା ପାଇ ପାରୁନାହାନ୍ତି । ଏବେବି କାହାର ଘର ନାହିଁ ତ କିଏ ଭୋକ ଉପାସରେ ଦିନ କାଟୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜ଼ିଲ୍ଲା ଖଡ଼ିଆଳ ବ୍ଲକ ଝୋଲପଥର ଗାଁରେ । ବିଧବା ମହିଳା ଖୀରଦେଇ ହେର୍ଣ୍ଣାଙ୍କ ପାଖରେ ଏଯାଏଁ ପହଞ୍ଚି ପାରିଲାନାହିଁ ସରକାରୀ ଯୋଜନା । ଅସହାୟ ଖୀରଦେଇ ହେର୍ଣ୍ଣା ଏବଂ ତାଙ୍କର 10ବର୍ଷର ନାବାଳକ ସନ୍ତାନ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ।

ସରକାରୀ ଯୋଜନାରୁ ବଞ୍ଚିତ ବିଧବା ମହିଳା ଖୀରଦେଇ ହେର୍ଣ୍ଣା

ସ୍ବାମୀ ମିନିକେତନ ହେର୍ଣ୍ଣାଙ୍କ ମୃତ୍ୟୁକୁ 2ବର୍ଷ ବିତି ଯାଇଥିଲେ ସୁଦ୍ଧା ବେସାହାରା ଖୀରଦେଇ ହେର୍ଣ୍ଣାଙ୍କୁ ବିଧବା ଭତ୍ତା, ଜାତୀୟ ପରିବାର ମଙ୍ଗଳ ଯୋଜନା,ହରିଶ୍ଚନ୍ଦ୍ର ଯୋଜନା ଆଦି କିଛି ବି ମିଳିନଥିବା ଅଭିଯୋଗ କରିଛନ୍ତି । ତେବେ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି ଗାଁର ସାଧାରଣ ଲୋକେ । ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ମିନିକେତନ ହେର୍ଣ୍ଣା, କିଡନୀ ରୋଗରେ ପୀଡିତ ହୋଇ ଚିକିତ୍ସା ଅଭାବରୁ ଆରପାରିକୁ ଚାଲିଗଲେ । ସେହିଦିନଠାରୁ ଅସହାୟ ମହିଳା ଖୀରଦେଇ ଏବଂ ତାଙ୍କର ପୁଅ ଭୋକ ଉପାସରେ ଦିନ କାଟୁଛନ୍ତି ।

ଏବେ ଏହି ଅସହାୟ ମହିଳାଙ୍କୁ ବିଧବା ଭତ୍ତା, ଜାତୀୟ ପରିବାର ମଙ୍ଗଳ ଯୋଜନା ସହାୟତା ତୁରନ୍ତ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ନୂଆ ପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.