ETV Bharat / state

ଅସହ୍ୟ ଭୋକ, ଡଷ୍ଟବିନରୁ ଗୋଟାଇ ଖାଇଲେ ମହିଳା

author img

By

Published : May 6, 2021, 11:07 PM IST

ଅସହ୍ୟ ଭୋକ, ଡଷ୍ଟବିନରୁ ଗୋଟାଇ ଖାଇଲେ ମହିଳା
ଅସହ୍ୟ ଭୋକ, ଡଷ୍ଟବିନରୁ ଗୋଟାଇ ଖାଇଲେ ମହିଳା

ଏକ ଡଷ୍ଟବିନରୁ ଜଣେ ମହିଳା ପଚାସଢା ଖାଦ୍ୟକୁ ସାଉଁଟି ଖାଇଥିଲେ ।

ନୂଆପଡ଼ା: ଲକଡାଉନର ଦ୍ଵିତୀୟ ଦିବସରେ ନୂଆପଡା ଜିଲ୍ଲା ସାରା ମହାପ୍ରଭାବ ପଡିଛି । ହୋଟେଲ, ଦୋକାନ, ବଜାରରେ ତାଲା ପଡିଥିବା ବେଳେ ଖାଁ ଖାଁ ଲାଗୁଛି ସହର । ଜୀବନ ସୁରକ୍ଷା ନେଇ ସହରବାସୀ ତାଲା ବନ୍ଦ କରି ନିଜ ଘରେ ଥିବା ବେଳେ ଖଡ଼ିଆଳ ସହରସ୍ଥିତ ଥାନା ଛକରେ ଦେଖାଦେଇଛି ହୃଦୟ ବିଦାରକ ଘଟଣା ।

ଅସହ୍ୟ ଭୋକ, ଡଷ୍ଟବିନରୁ ଗୋଟାଇ ଖାଇଲେ ମହିଳା

ସାରା ସହର ଦୋକାନ ବଜାର ବନ୍ଦ ଥିବା ବେଳେ ଖାଇବାକୁ ନପାଇ ଜଣେ ମାନସିକ ବିକୃତ ମହିଳା ଛଟପଟ ହେଉଥିବା ଦେଖାଦେଇଛି । ଉକ୍ତ ମହିଳା ଜଣକ ଭୋକର ଜ୍ୱାଳାକୁ ସହ୍ୟ କରି ନପାରି ଚିତ୍କାର କରି କାନ୍ଦ ବୋବାଳି ହେଉଥିଲା । ଏହାପରେ ତାର ହଠାତ ଏକ ଡ଼ଷ୍ଟବିନ ଉପରେ ଦୃଷ୍ଟି ପକାଇଥିଲା । ତତକ୍ଷଣାତ ଡ଼ଷ୍ଟବିନ ପାଖକୁ ଯାଇ ପଚାସଢା ଖାଦ୍ୟକୁ ସାଉଁଟି ଖାଇଥିଲେ ମହିଳା ଜଣକ ।

ଯାହାକି ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ବିଚଳିତ କରିଛି । ସରକାର ଜନସାଧାରଣଙ୍କୁ ସୁରକ୍ଷା ଦେବା ସହ ଲକଡାଉନ, ସଟଡାଉନ ସମୟରେ ସହର ଯାକ ଘୁରି ବୁଲୁଥିବା ମାନସିକ ବିକୃତ ବ୍ୟକ୍ତିମାନଙ୍କ ଖାଇବା ବ୍ୟବସ୍ଥା କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.