ETV Bharat / state

ଲଗାଣ ବର୍ଷାରେ ବେହାଲ ନୂଆପଡା, ସ୍ଥିତି ପରଖିଲେ ସରକାରୀ ଅଧିକାରୀ

author img

By

Published : Aug 12, 2019, 3:18 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ମୌସୁମୀଜନିତ ଲଗାଣ ବର୍ଷାରେ ବେହାଲ ନୂଆପଡା ଜିଲ୍ଲା । ବନ୍ୟା ବିତ୍ପାତରେ ଜିଲ୍ଲାର ନଗଲବୋର୍ଡ, ଘଟମାଳ, ନୂଆମାଳପଡା ୩ ଗୋଟି ଗ୍ରାମପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ବାଧ୍ୟ ହୋଇ ଗ୍ରାମବାସୀ ସୀମାନ୍ତ ଛତିଶଗଡ ବର୍ଡର ଦେଇ ଯାତାୟାତ କରୁଛନ୍ତି ।

ନୂଆପଡା: ମୌସୁମୀଜନିତ ଲଗାଣ ବର୍ଷାରେ ବେହାଲ ନୂଆପଡା ଜିଲ୍ଲା । ବନ୍ୟା ବିତ୍ପାତରେ ଥିପାଖୋଳ ମୁଖ୍ୟ ରାସ୍ତା ବ୍ରିଜ ନିକଟରେ ଘାଇମାରି ମାଟି ଅତଡା ଧୋଇଯାଇଥିବାବେଳେ ନୂଆମାଲପଡା, ଅଖଡାଭଟାରେ ମଧ୍ୟ ସମାନ ସ୍ଥିତି । ଯଦ୍ବାରା ଜିଲ୍ଲାର ନଗଲବୋର୍ଡ, ଘଟମାଳ, ନୂଆମାଳପଡା ୩ ଗୋଟି ଗ୍ରାମପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ବାଧ୍ୟ ହୋଇ ଗ୍ରାମବାସୀ ସୀମାନ୍ତ ଛତିଶଗଡ ବୋର୍ଡର ବୁର୍ଜାବାହାଲ, ଝରିଗାଁ, ତେନ୍ତୁଳିଖୁଣ୍ଟି ଦେଇ 10 କିଲୋମିଟର ଦେଇ ଯାତାୟାତ କରୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଅପରପକ୍ଷେ ବର୍ଷା ଯୋଗୁଁ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡି ସମସ୍ତ ସରକାରୀ କର୍ମଚାରୀ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧାନ, ମକା ଆଦି ଫସଲରେ ବନ୍ୟାପାଣି ମାଡିଯାଇ ବ୍ୟାପକ ଫସଲ ଉଜୁଡି ଯାଇଛି । ସେହିଭଳି ପୋଖରୀ ହୁଡା ଧୋଇ ଯାଇ ଫସଲରେ ମାଟି ବାଲି ପଶି ଯାଇଛି । ଫଳରେ ଚାଷୀଙ୍କ ବ୍ୟାପକ ଫସଲ ହାନି ସହିବାକୁ ପଡୁଛି ।

ବର୍ଷାଜନିତ କ୍ଷତି ନେଇ ଲୋକଙ୍କୁ ବ୍ୟାପକ କ୍ଷତି ହୋଇଥିବାବେଳେ ସ୍ଥିତି ଆକଳନ କରିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଇଟିଭି ଭାରତ ଟିମ୍‌ । ଟିମ୍‌ ସହ ସିନାପାଲି ବିଡିଓ, ଏଇ, ଜେଇ, ଇଓ, କେନ୍ଦୁମୁଣ୍ଡା ରାଜସ୍ବ ନିରୀକ୍ଷକ, କୃଷି ଓ ଭର୍ସିଅର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି । ପାଖରେ ଅଧିକାରୀଙ୍କୁ ପାଇ ଲୋକେ ନିଜ ଦୁଃଖଦୁର୍ଦ୍ଦଶା ଜଣାଇଛନ୍ତି ।

ସେହିପରି ଧିଙ୍ଗିଆମୁଣ୍ଡା, ଟଙ୍କାମାଳ, ନୂଆମାଲପଡା, ଅଖଡାଭଟା, ଖନ୍ଦାପଡା, ନଙ୍ଗଳବୋର୍ଡ, ଘଟମାଳ ଆଦି ଅଞ୍ଚଳ ବୁଲି ମଧ୍ୟ ଅନୁଧ୍ୟାନ କରିଛନ୍ତି ଅଧିକାରୀ । ଏହି କ୍ଷୟକ୍ଷତିଜନିତ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଜଣାଇବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇବା ସହ ରାସ୍ତାଘାଟ ମରାମତି କରାଯିବ ବୋଲି ସିନାପାଲି ବିଡିଓ ଏବଂ କେନ୍ଦୁମୁଣ୍ଡା ସର୍କଲ ରାଜସ୍ବ ନିରୀକ୍ଷକ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.