ETV Bharat / state

ଭିଜିଲାନ୍ସ ଜାଲରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟ ସହକାରୀ କିରାଣୀ

author img

By

Published : Aug 7, 2021, 2:56 PM IST

ଭିଜିଲାନ୍ସ ଜାଲରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟ ସହକାରୀ କିରାଣୀ
ଭିଜିଲାନ୍ସ ଜାଲରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟ ସହକାରୀ କିରାଣୀ

ଭିଜିଲାନ୍ସ ଜାଲରେ ପଡିଛନ୍ତି ମୁଖ୍ୟ ଚିକିତ୍ସାଳୟ ସହକାରୀ କିରାଣୀ ପ୍ରତିମା ଦାସ । ରେଗୁଲାର ଚାକିରୀ କରାଇ ଦେବା ନାଁରେ ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ନେଉଥିଲେ ଲାଞ୍ଚ । ଅଧିକ ପଢନ୍ତୁ...

ନୂଆପଡ଼ା: ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହକାରୀ କିରାଣୀ ପ୍ରତିମା ଦାସ । ଚାକିରୀ ରେଗୁଲାର କରାଇଦେବା ନାଁରେ ନେଉଥିଲେ 1୦ ହଜାର ଟଙ୍କା ଲାଞ୍ଚ । ଅତର୍କିତ ଭାବରେ ରେଡ କରି କିରାଣୀଙ୍କୁ କାବୁ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ଜାଲରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟ ସହକାରୀ କିରାଣୀ

ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରୀ ରେଗୁଲାର କରାଇଦେବା ନାଁରେ ସହକାରୀ କିରାଣୀ ପ୍ରତିମା 10 ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହାପରେ ସ୍ବାସ୍ଥ୍ୟକର୍ମୀ ଜଣକ ଅସହମତ ପ୍ରକାଶ କରି ଭିଜଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି(ଶନିବାର) ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାମୀ ଶ୍ରୀମନ୍ତ କୁମାର ନାଏକ ନଗଦ 10 ହଜାର ଟଙ୍କା କିରାଣୀଙ୍କୁ ଲାଞ୍ଚ ଦେଉଥିବାବେଳେ ଚଢାଉ କରିଥିଲା ଭିଜିଲାନ୍ସ ।

ନବରଙ୍ଗପୁର ଭିଜିଲାନ୍ସ ଇନସ୍ପେକ୍ଟର ପ୍ରମିଳା ସୁନାନୀଙ୍କ ନେତୃତ୍ବରେ ଭିଜିଲାନ୍ସ ଚଢାଉ କରି ସହକାରୀ କିରାଣୀଙ୍କୁ କାବୁ କରି ଟଙ୍କା ଜବତ କରିଛି । ଭିଜିଲାନ୍ସ ଇନସ୍ପେକ୍ଟର ପ୍ରମିଳାଙ୍କ ସମେତ ମାଲକାନଗିରି DSP ସୁଶାନ୍ତ କୁମାର ବିଶ୍ବାଳ, କଳାହାଣ୍ଡି DSP ସତ୍ୟବାନ ମହାନନ୍ଦ ଏବଂ ନୂଆପଡା ଭିଜିଲାନ୍ସ ଇନସ୍ପେକ୍ଟର ଦୀନବନ୍ଧୁ ବେହେରା ଏହି ଚଢାଉ ସମୟରେ ଉପସ୍ଥିତ ଥିଲେ ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.