ETV Bharat / state

ଚିକିତ୍ସା ଅଭାବରୁ ମରୁଛି ରୋଗୀ, ବିଜୁ ସ୍ବାସ୍ଥ୍ୟ ଯୋଜନା କାହା ପାଇଁ ?

author img

By

Published : Jul 25, 2019, 1:40 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଚିକିତ୍ସା ଅଭାବରୁ ନୂଆପଡା ଜିଲ୍ଲାରେ ଜଣେ କର୍କଟ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା କରି ପାରି ନଥିଲେ । ଶେଷରେ ସେ ପ୍ରାଣ ହରାଇଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନା ଥାଇ ସୁଦ୍ଧା ଗରିବ ଲୋକଙ୍କ ନିକଟରେ ନ ପହଞ୍ଚିବା ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ନୂଆପଡା: ଗରିବ ଲୋକଙ୍କ ପାଇଁ ସରକାରଙ୍କ କେତେ କଣ ଯୋଜନା । ସ୍ବାସ୍ଥ୍ୟସେବା ଠାରୁ ଆରମ୍ଭ କରି ବାସଗୃହ ପର୍ଯ୍ୟନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା କରିଛନ୍ତି । କିନ୍ତୁ ଆଜି ବି ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଟି ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡିବା ସରକାରଙ୍କ ଯୋଜନା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଗରିବ ଲୋକଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ ଯୋଜନା କରିଛନ୍ତି । ହେଲେ ଏହି ଯୋଜନାର ସୁଫଳ ଗରିବ ଲୋକଙ୍କୁ ମିଳୁ ନଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ଜାମବାହେଲି ଗାଁରୁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଗାଁର ଗୋବର ଜଗତ ନାମକ ବ୍ୟକ୍ତି ଚିକିତ୍ସା ଅଭାବରୁ ପ୍ରାଣ ହରାଇଛନ୍ତି । ସେ ଦୀର୍ଘ ଦିନରୁ କ୍ୟାନସର ରୋଗରେ ପୀଡିତ ଥିଲେ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ତାଙ୍କର ଚିକିତ୍ସା ହୋଇପାରି ନଥିଲା । ଶେଷରେ ଦୀର୍ଘଦିନ ଧରି ବେଡରେ ପଡି ରହିବା ପରେ ସେ ପ୍ରାଣ ହରାଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଗରିବଙ୍କ ପାଇଁ ସରକାର ଯେଉଁ ସବୁ ଯୋଜନା କରିଛନ୍ତି, ତାହାର ପ୍ରକୃତ ଫାଇଦା କେଉଁମାନେ ଉଠାଉଛନ୍ତି । ତାହାର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।


ନୂଆପଡାର ମୋତିଲାଲ ବାଗ, ଇଟିଭି ଭାରତ

Intro:Body:

Testing 789


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.