ETV Bharat / state

ନୟାଗଡରେ ଚାଞ୍ଚଲ୍ୟ, ପ୍ରେମ ପାଇଁ କଲେଜ ଛାତ୍ରଙ୍କୁ ହତ୍ୟା !

author img

By

Published : May 15, 2022, 11:54 AM IST

ନୟାଗଡରେ ପ୍ରେମ ପାଇଁ ବିଭତ୍ସ ହତ୍ୟା! ପୋଲିସର ତନାଘନା ଜାରି
ନୟାଗଡରେ ପ୍ରେମ ପାଇଁ ବିଭତ୍ସ ହତ୍ୟା! ପୋଲିସର ତନାଘନା ଜାରି

ପ୍ରେମ ପାଇଁ ଯୁବକଙ୍କୁ ବିଭତ୍ସ ହତ୍ୟା । ଘର ଭିତରେ ପଡିରହିଛି ଯୁବକଙ୍କ ମୃତ ଦେହ । ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ନୟାଗଡ଼ ସହର ଉପକଣ୍ଠ ତୁଳସୀପୁରରେ । ଅଧିକ ପଢନ୍ତୁ

ନୟାଗଡ: ପ୍ରେମ ପାଇଁ ଯୁବକଙ୍କୁ ବିଭତ୍ସ ହତ୍ୟା । ଘର ଭିତରେ ପଡିରହିଛି ଯୁବକଙ୍କ ମୃତ ଦେହ । ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ନୟାଗଡ଼ ସହର ଉପକଣ୍ଠ ତୁଳସୀପୁରରେ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ମନ୍ଦାର ନଳସାହିର 22 ବର୍ଷୀୟ ନିଳାଞ୍ଚଳ ପଣ୍ଡା । ସୂଚନା ଅନୁସାରେ, 22 ବର୍ଷୀୟ ନିଳାଞ୍ଚଳ ପଣ୍ଡା ନୟାଗଡ଼ ସହର ଉପକଣ୍ଠ ତୁଳସୀପୁରରେ ଏକ ଭଡା ଘରେ ରହି ସ୍ଥାନୀୟ କଲେଜରେ ପାଠ ପଢୁଥିଲେ । ସେ ରହୁଥିବା ଘର ବାହାରକୁ ରକ୍ତଧାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।

ନୟାଗଡରେ ପ୍ରେମ ପାଇଁ ବିଭତ୍ସ ହତ୍ୟା! ପୋଲିସର ତନାଘନା ଜାରି

ଏହାପରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରେମଜନିତ ହତ୍ୟା ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ଜନିତ ହତ୍ୟା କାଣ୍ଡ ହୋଇଥାଇପାରେ ବୋଲି କୁହାଯାଉଛି । ତେବେ ସାଇନ୍ଟଫିକ ଟିମ ପହଞ୍ଚିବା ପରେ କବାଟ ଖୋଲାଯାଇ ମୃତଶରୀରକୁ ଉଦ୍ଧାର କରାଯିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.