ETV Bharat / state

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By

Published : Oct 7, 2022, 9:58 AM IST

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ

ନୟାଗଡ଼: ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗଣିଆ ଥାନା ବେଲପଡାପାଟଣା ପଞ୍ଚାୟତସ୍ଥିତ ବେଲପଡା ଗ୍ରାମରେ । ସୂଚନାନୁସାରେ ଦଶପଲ୍ଲାରେ ରହୁଥିବା ସନ୍ତୋଷ କୁମାର ସାହୁଙ୍କ ଝିଅ ସୋନାଲି ସାହୁ ଗଣିଆ ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ରାଜନ କୁମାର ସାହୁଙ୍କୁ ସାତ ବର୍ଷ ପୂର୍ବରୁ ବୈଦିକ ରୀତିରେ ବିବାହ କରିଥିଲେ ।

ତାଙ୍କର ପାଞ୍ଚ ବର୍ଷ ଓ ଆଠ ମାସର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ତେବେ ଦୀର୍ଘ ଦିନ ଧରି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ହେଲେ ଆଜି ଭୋର ସମୟରେ ସୋନାଲିଙ୍କ ସହ ସ୍ୱାମୀ ରାଜନ ପୁଣିଥରେ ଗଣ୍ଡଗୋଳ କରିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ସୋନାଲିଙ୍କୁ ମାରି ଦଉଡ଼ିରେ ଟାଙ୍ଗି ଦେଇଥିଲା ରାଜନ । ଏହାପରେ ସୋନାଲିଙ୍କ ବାପଘର ଲୋକଙ୍କୁ ଫୋନ ଯୋଗେ କହିଥିଲା ଯେ ସୋନାଲି ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଖବରପାଇ ବାପଘର ଲୋକ ନୟାଗଡ଼ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ହେଲେ ସେଠାରେ ଡାକ୍ତର ସୋନାଲିଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ମୃତ ସୋନାଲିଙ୍କ ମାଆ ସସ୍ମିତା କହିଛନ୍ତି, ''ମୋ ଝିଅକୁ ମାରି ଦିଆଯାଇଛି । ତାକୁ ମାରି ଘରେ ଦଉଡ଼ିରେ ଟାଙ୍ଗିଦେଇଥିଲା ସ୍ବାମୀ ରାଜନ । ମୋ ଝିଅ କେବେ ବି ଆତ୍ମହତ୍ୟା କରିପାରିବ ନାହିଁ । ତାକୁ ହତ୍ୟା କରାଯାଇଛି''।ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଥାନାକୁ ଅବଗତ କରାଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜନ କୁମାର ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏହାସହ ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ସେପଟେ ଝିଅକୁ ହରାଇ ଅଧର୍ଯ୍ୟ ହୋଇପଡ଼ିଛି ମାଆ । ଆଖିରୁ ଶୁଖୁନି ଲୁହ । ବାପ ମଧ୍ୟ ନିଜକୁ ସମ୍ଭାଳି ପାରୁନି । କଣ କରିବ କିଛି ଭାବିପାରୁନି । ଯେଉଁ ହାତରେ ଝିଅର କନ୍ୟାଦାନ କରିଥିଲା ଆଜି ସେ ଝିଅର ମୃତଦେହକୁ କାନ୍ଧଉଛି । ଭାଇ ମଧ୍ୟ ଭଉଣୀକୁ ହରାଇ ମୁକ ପାଲଟିଯାଇଛି । ଭଉଣୀକୁ ହରାଇ ସେ ବି ଚୁପ ହୋଇଯାଇଛି । ଆଖିରୁ ଲୁହ ଝରିବା ବନ୍ଦ ହେଉନି । କିଛି ବୁଝିବା ଆଗରୁ ସବୁକିଛି ଶେଷ ହୋଇଯାଇଛି । ସବୁଦିନ ପାଇଁ ଶୋଇଯାଇଛନ୍ତି ସୋନାଲି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.