ETV Bharat / state

ନୟାଗଡରେ ପାନୀୟ ଜଳ ସମସ୍ୟା ଉତ୍କଟ, ଡହଳବିକଳ ବୁରୁଦେଇ ଗ୍ରାମବାସୀ

author img

By

Published : May 2, 2021, 1:58 PM IST

ପାନୀୟ ଜଳ ସମସ୍ୟା ଉତ୍କଟ
ପାନୀୟ ଜଳ ସମସ୍ୟା ଉତ୍କଟ

ନୟାଗଡ଼ ଜିଲ୍ଲାର ବହୁ ସ୍ଥାନରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା । ପାଣି ବୁନ୍ଦାଏ ପାଇଁ ନଦୀ ଏବଂ ଚୁଆ ଉପରେ ନିର୍ଭର କରୁଛନ୍ତି ଲୋକେ । ହେଲେ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । ଅଧିକ ପଢନ୍ତୁ...

ନୟାଗଡ଼: ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ଜନଜୀବନ । ଖରା ଦିନରେ ନଦୀ ନାଳ ଶୁଖିବା ଯୋଗୁଁ ପାଣି ମୁନ୍ଦେ ପାଇଁ ହେବାକୁ ପଡୁଛି ଡହଳ ବିକଳ । ନୟାଗଡ଼ ଜିଲ୍ଲାର ବହୁ ସ୍ଥାନରେ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା । ପାଣି ବୁନ୍ଦାଏ ପାଇଁ ନଦୀ ଏବଂ ଚୁଆ ଉପରେ ନିର୍ଭର କରୁଛନ୍ତି ଲୋକେ । ହେଲେ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ।

ପାନୀୟ ଜଳ ସମସ୍ୟା ଉତ୍କଟ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ନିକଟବର୍ତ୍ତୀ କାପ୍ତାପଲ୍ଲୀ ପଞ୍ଚାୟତର ବୁରୁଦେଇ ଗ୍ରାମ ପାନୀୟ ଜଳାଭାବ ଦେଖାଦେଇଛି । ଗ୍ରାମରେ ପ୍ରାୟ ୫୦ ପରିବାର ବସବାସ କରୁଥିବାବେଳେ ଗ୍ରାମବାସୀଙ୍କ ପାଇଁ ରହିଛି ମାତ୍ର ଗୋଟିଏ ନଳକୂପ । ଏହି ନଳକୂପରୁ ଦୁଇ ତିନି ବାଲଟି ପାଣି ବାହାରିବା ପରେ ଲାଲ ରଙ୍ଗର ପାଣି ବାହାରୁଛି । ଯାହାକୁ ପାନୀୟ ଜଳ ଭାବେ ଗ୍ରହଣ କରିବା କଷ୍ଟକର ।

ତେଣୁ ପାଣି ବୁନ୍ଦାଏ ପାଇଁ ଗ୍ରାମବାସୀ ଏକ କିଲୋମିଟର ଦୂରରେ ଥିବା ଡାହୁକା ନଦୀ ଉପରେ ନିର୍ଭର କରିବାକୁ ପଡୁଛି । ଡାହୁକା ନଦୀରୁ କୂଳରୁ ଚୁଆ ଖୋଳି ସେଥିରୁ ପାଣି ସଂଗ୍ରହ କରନ୍ତି ଲୋକେ । ଏହି ନଦୀପାଣି ପିଇ ଲୋକେ ରୋଗରେ ପଡୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଗ୍ରାମବାସୀଙ୍କର ଅଭିଯୋଗ,ପଞ୍ଚାୟତ ଠାରୁ ବ୍ଳକ ପ୍ରଶାସନ ପର୍ଯ୍ୟନ୍ତ ଶୁଦ୍ଧ ପାଣି ବୁନ୍ଦାଏ ପାଇଁ ଗୁହାରୀ କଲେଣି ହେଲେ କେହି ଶୁଣିଲେ ନାହିଁ । ତୁରନ୍ତ ଗ୍ରାମରେ ନୂଆ ନଳକୂପ କିମ୍ବା ଟ୍ୟାଙ୍କ ଯୋଗେଁ ପାଣି ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.