ETV Bharat / state

ଥଇଥାନ ନକରି ବେଘର କଲା ପ୍ରଶାସନ, ଅସନ୍ତୋଷ ଭୂମିହୀନ

author img

By

Published : Nov 17, 2022, 10:44 AM IST

ଭୂମିହୀନଙ୍କୁ ଥଇଥାନ ନ କରି ଜବରଦଖଲ ଉଛେଦକୁ ନେଇ ଅସନ୍ତୋଷ
ଭୂମିହୀନଙ୍କୁ ଥଇଥାନ ନ କରି ଜବରଦଖଲ ଉଛେଦକୁ ନେଇ ଅସନ୍ତୋଷ

ଭୂମିହୀନଙ୍କୁ ଥଇଥାନ କରିବା ପୂର୍ବରୁ ଘର ଉପରେ ବୁଲିଲା ଜେସିବି । ଭୂମିହୀନଙ୍କୁ ଥଇଥାନ ନ କରି ରଣପୁର NACର ଜବରଦଖଲ ଉଚ୍ଛେଦକୁ ନେଇ ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ

ନୟାଗଡ: ଜବରଦଖଲ ଉଚ୍ଛେଦ କଲା ରଣପୁର ଏନଏସି । ବଢିଲା ଭୂମିହୀନଙ୍କ ସମସ୍ୟା । ଭୂମିହୀନଙ୍କୁ ଥଇଥାନ କରିବା ପୂର୍ବରୁ ଘର ଉପରେ ବୁଲିଲା ଜେସିବି । ଭୂମିହୀନଙ୍କୁ ଥଇଥାନ ନ କରିବା ପୂର୍ବରୁ ଜବରଦଖଲ ଉଚ୍ଛେଦକୁ ନେଇ ଅସନ୍ତୋଷ ଦେଖା ଦେଇଛି । ହାଡଭଙ୍ଗା ଶୀତରେ ସାହାରା ଦେବା ପରିବର୍ତ୍ତେ ଭୂମିହୀନ ଲୋକଙ୍କୁ ବେସାହାରା କରିଛି ନୟାଗଡ଼ ଜିଲ୍ଲା ରଣପୁର ଏନଏସି l

ଥଇଥାନ ନ କରି ଜବରଦଖଲ ଉଛେଦ

ରଣପୁର ଏନଏସି ୨ ନଂ ୱାର୍ଡ ହାଟସାହିରେ ଏକାଧିକ ପରିବାରକୁ ଜବରଦଖଲ ଉଚ୍ଛେଦ କରାଯାଇଛି l ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ପର୍ଯ୍ୟାପ୍ତ ସମୟ ନ ଦେଇ ତରଵରିଆ ଭାବେ ପ୍ରଶାସନ ଜଵରଦଖଲ ଉଚ୍ଛେଦ କରିଥିବା ଅଭିଯୋଗ ହୋଇଛି l ଏହାକୁ ବିରୋଧ କରିଛନ୍ତି ଲୋକେ l ଲୋକଙ୍କୁ ପର୍ଯ୍ୟାପ୍ତ ସମୟ ନ ଦେଇ ମନଇଚ୍ଛା ଜେସିବି ଲଗାଇ ଜବରଦଖଲ ଉଚ୍ଛେଦ କରାଯାଉଛି l ଲୋକଙ୍କୁ ଥାଇଥାନ ନ କରି ଜବରଦସ୍ତି ଲୋକଙ୍କ ଘର ଉଚ୍ଛେଦ କରିବାକୁ ନେଇ ଚାପା ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା l

ଏହା ବି ପଢନ୍ତୁ...ଜନତାଙ୍କ ଠାରୁ ଟଙ୍କାଏ ଲେଖାଏଁ ସଂଗ୍ରହ କରୁଛନ୍ତି AAP ପ୍ରାର୍ଥୀ

ପୂର୍ବରୁ ଭୂମିହୀନଙ୍କୁ ଥଇଥାନ କରାଯାଇ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପାଖରେ ୱାର୍ଡ ବାସିନ୍ଦା ଅଭିଯୋଗ କରିଥିଲେ । ଏପରିକି ଏହି ଘଟଣା ନୟାଗଡ଼ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବସ୍ତି ବାସିନ୍ଦା । ଭୂମିହୀନ ବାସିନ୍ଦାଙ୍କୁ ଥଇଥାନ କରାନଯାଇ ଜବରଦଖଲ ଉଚ୍ଛେଦ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘର ଉପରେ ଜେସିବି ବୁଲିବା ଦେଖି କୋହ ସମ୍ଭାଳି ପାରୁନାହାନ୍ତି ଭୂମିହୀନ । 37 ବର୍ଷ ହେବ ହାଟସାହିରେ ରହୁଥିଲେ । ଅନ୍ୟତ୍ର ଥଇଥାନ ପାଇଁ ପ୍ରତିଶ୍ରୁତି ମିଲିଥିଲା ହେଲେ ତାହା ପୂରଣ ହୋଇନାହିଁ । କୋହଭରା କଣ୍ଠରେ କିଛି ସୁବ୍ୟବସ୍ଥା କରିବାକୁ ଗୁହାରି କରିଛନ୍ତି ଭୂମିହୀନ । ଅଭିଯୋଗ ଏବଂ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଭୂମିହୀନ ପରିବାରକୁ ଅସ୍ଥାୟୀ ଥଇଥାନ ପାଇଁ ଏନଏସି ପ୍ରଶାସନ ବ୍ୟବସ୍ଥା କରୁଥିବା ସୂଚନା ମିଳିଛି l

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.