ETV Bharat / state

ସ୍ଵାତୀ ନିଖୋଜ ଘଟଣା, ପୋଖରୀରେ ପଶିଲା ଓଡ୍ରାଫ ଟିମ

author img

By

Published : Dec 13, 2020, 1:05 PM IST

Updated : Dec 13, 2020, 1:18 PM IST

Swati missing case: ODRAF team investigates into suspected pond
ସ୍ଵାତି ନିଖୋଜ ଘଟଣା: ସନ୍ଦେହୀ ପୋଖରୀକୁ ପଶିଲା ଓଡ୍ରାଫ ଟିମ

ନିଖୋଜ 3 ବର୍ଷର ଶିଶୁକନ୍ୟା ପୋଖରୀରେ ପଡ଼ିଥିବା ନେଇ ସନ୍ଦେହ କରି ଓଡ୍ରାଫ ଟିମ ପୋଖରୀରେ ପଶି ଖୋଳତାଡ ଜାରି ରଖିଛି । ଅଧିକ ପଢନ୍ତୁ...

ନୟାଗଡ଼: ଜିଲ୍ଲାର ବଧିପାଟଣା ଗ୍ରାମର 3 ବର୍ଷ ଝିଅ ସ୍ବାତୀ ନିଖୋଜ ଘଟଣାରେ ସନ୍ଦେହ କରାଯାଇଥିବା ପୋଖରୀକୁ ରବିବାର ଓଡ୍ରାଫ ଟିମ ପଶିଛି । ପୋଖରୀରେ ସ୍ଵାତୀ ପଡ଼ିଥିବା ସନ୍ଦେହ ନେଇ ସ୍କୁବା ଡାଇଭର ଦ୍ବାରା ଅଧିକ ତଦନ୍ତ ଜାରି ରହିଛି ।

ସ୍ଵାତି ନିଖୋଜ ଘଟଣା: ସନ୍ଦେହୀ ପୋଖରୀକୁ ପଶିଲା ଓଡ୍ରାଫ ଟିମ

ଜିଲ୍ଲା ରଣପୁର ଥାନା ବଧିପାଟଣା ଗ୍ରାମରେ ଶୁକ୍ରବାର ଦିନ ଅପରାହ୍ନ ସମୟରେ ସଂଜୟ କୁମାର ସାହୁଙ୍କ 3 ବର୍ଷ ଝିଅ ସ୍ଵାତୀ ସାହୁ ନିଖୋଜ ହୋଇଯାଇଥିଲା l ପରୀ ଘଟଣା ପରେ ପୁଣି ଆଉ ଏକ ଶିଶୁକନ୍ୟାର ନିଖୋଜ ପରେ ଘଟଣାଟିକୁ ନେଇ ରାଜନୀତି ସରଗରମ ହୋଇଉଠିଛି । ପରେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହିତ ନେଇ ଶିଶୁକନ୍ୟା ସ୍ବାତୀକୁ ଖୋଜିବାରେ ଲାଗିଛନ୍ତି ।

ଜିଲ୍ଲାର ବଧିପୋଖରୀ ଗାଁ ମୁଣ୍ଡରେ ଥିବା ପୋଖରୀରେ ସ୍ଵାତୀ ପଡ଼ିଥିବା ନେଇ ସନ୍ଦେହ କରାଯାଇଥିଲା । ଶନିବାର ରାତି ସମୟରେ ଅନୁସନ୍ଧାନ ସମୟରେ ଡ୍ରଗ୍ସ ସ୍କ୍ବାର୍ଡର ସନ୍ଧାନୀ କୁକୁର ପୋଖରୀ ମୁଣ୍ଡକୁ ଯାଇଥିଲା l ତେଣୁ ସ୍ଵାତୀ ଏହି ପୋଖରୀରେ ପଡ଼ିଥିବା ନେଇ ସନ୍ଦେହ କରି ଓଡ୍ରାଫ ଟିମ ପୋଖରୀକୁ ତଦନ୍ତ ଆରମ୍ଭ କରିଛି l ସ୍କୁବା ଡାଇବର ଦ୍ବାରା ପୋଖରୀକୁ ଓଡ୍ରାଫ ଟିମ ପଶି ଖୋଳତାଡ ଜାରି ରଖିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Dec 13, 2020, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.