ETV Bharat / state

ଚିନି କଳ ପାଇଁ ଉଚ୍ଚସ୍ତରୀୟ ବୈଠକ

author img

By

Published : Aug 8, 2019, 2:20 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡର ଏକମାତ୍ର ଚିନି କଳକୁ ଖୋଲିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୀର୍ଘଦିନ ଧରି ଆନ୍ଦୋଳନ କରିବା ପରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ସହ ସଦସ୍ୟଙ୍କ ବୈଠକ ହୋଇଛି ।

ନୟାଗଡ଼: ଦୀର୍ଘଦିନ ଧରି ବନ୍ଦ ରହିଥିବା ଚିନି କଳ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ । ନୟାଗଡର ଏକମାତ୍ର ଚିନି କଳକୁ ଖୋଲିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୀର୍ଘଦିନ ଧରି ଆନ୍ଦୋଳନ କରିବା ପରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ସହ ସଦସ୍ୟଙ୍କ ବୈଠକ ହୋଇଛି ।

ଏହି ବୈଠକରେ ନୟାଗଡ ଜିଲ୍ଲାପାଳ ଥିରୁମଲା ନାୟକ, କୃଷିମନ୍ତ୍ରୀ, ୟୁକୋ ବ୍ୟାଙ୍କର ବିଭାଗୀୟ ଅଧିକାରୀ, ଚିନି କଳର କ୍ରିୟାନୁଷ୍ଠାନ କମିଟିଙ୍କ ସହ ଆଲୋଚନା କରିଛନ୍ତି । ଏହି ବନ୍ଦ ଚିନିଶିଳ୍ପର ମାଲିକ ତ୍ରିଲୋକ୍ୟ ମିଶ୍ର ହୋଇଥିବାବେଳେ ସେ ଚିନିକଳକୁ ବ୍ୟାଙ୍କରେ ବନ୍ଧକ ରଖିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

କିଛିଦିନ ପରେ ଚିନି ବ୍ୟବସାୟରେ କ୍ଷତି ସହିବାରୁ ଚିନିକଳ ବନ୍ଦ ହୋଇଥିଲା । କିନ୍ତୁ ଚିନି କଳ ବନ୍ଦ ହେବା ପରେ ଅନେକ ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ହରାଇବା ସହ ବକେୟା ପାଉଣା ମଧ୍ୟ ଦେଇନଥିଲେ ତ୍ରିଲୋଚନ । ଯାହାକୁ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଚାଲିଆସିଥିଲା । ପୁଣି ଆସନ୍ତା ସାତ ଦିନ ପରେ ପୁଣି ଆଉଥରେ, ଏହାର ବୈଠକ ବସିବ ବୋଲି ସ୍ଥିର ହୋଇଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ନୟାଗଡ଼, ଚିନିକଲ ଖୋଲିବ, ସେନି ଆଜି ପ୍ରଥମ ଥର ପାଇଁ କୃଷିମନ୍ତ୍ରୀ, ଜିଲ୍ଲାପାଳ, କର୍ମଚାରୀ ଓ ଆଖି ଚାଷୀଙ୍କ ମଧ୍ୟରେ ପ୍ରଥମ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ହୋଇଥିଲା ।


Body:ନୟାଗଡ଼ ର ଏକମାତ୍ର ଚିନିଶିଳ୍ପ କୁ ଦୀର୍ଘ ଦିନ ଧରି ବନ୍ଦ ରଖା ଯାଇଛି । ଚିନିକଲ କୁ ୟୁକୋ ବ୍ୟାଙ୍କ ରେ ବନ୍ଧକ ରଖି, କୋଟି କୋଟି ଟଂକା ଋଣ କରିଥିଲେ ଏହାର ମାଲିକ ତ୍ରିଲୋକ୍ୟ ମିଶ୍ର । ଏପରିକି ଭୁବନେଶ୍ୱର ରୁ ମଧ୍ୟ ଅନେକ ବ୍ୟାଙ୍କ ରୁ କୋଟି କୋଟି ଟଙ୍କା ଋଣ କରି, ସେ ବିଭିନ ବ୍ୟବସାୟ କରିଥିଲେ । କିନ୍ତୁ ଚିନି କଳ ପ୍ରତି ଆନ୍ତରିକ ଦେଖେଇନଥିଲେ । କିଛିଦିନ ପରେ, କ୍ଷତି ହେବାରୁ ଚିନିକଲକୁ ବନ୍ଦ କରିଦେଇଥିଲେ । କିନ୍ତୁ ଶ୍ରମିକ, କର୍ମଚାରୀ, ଆଖିଚାଷୀ, ଓ ଅନ୍ୟ କର୍ମଚାରୀ, ପେଟ୍ରୋଲପମ୍ପ, ଆଦିରେ କୋଟି କୋଟି ଟଙ୍କା ବକୀରଖିଥିଲେ । ତେଣୁ ବାଧ୍ୟ ହୋଇ ଏକ କ୍ରିୟାନୁଷ୍ଠାନ କମିଟି କରି ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଥିଲା ନୟାଗଡ଼ ରେ । ଏପରିକି ଚଳିତ ନିର୍ବାଚନରେ ଏହାକୁ ମୁଦ। କରି ବିଭିନ ରାଜନୈତିକ ଦଳ ମୈଦାନ କୁ ଓଲହେଇଥିଲେ ।
ଆଜି କୃଷିମନ୍ତ୍ରୀ ଡ଼ ଅରୁଣ ସାହୁ, ନୟାଗଡ଼ ଜିଲ୍ଲାପାଳ ଥିରୁମଲା ନାୟକ, ୟୁକୋ ବ୍ୟାଙ୍କ ର ବିଭାଗୀୟ ଅଧିକାରୀ ଓ ଚିନି କଳ ର କ୍ରିୟାନୁଷ୍ଠାନ କମିଟି ମିଳିତ ଭାବେ ଆଲୋଚନା କରିଥିଲେ । କିନ୍ତି ଚିନି କଳ ର ବର୍ତ୍ତମାନ ପରିସ୍ଥିତି କଣ ଓ କାହା ମାଲିକାନା ରେ ଏବେ ଅଛି, ତାର ସଠିକ ତଥ୍ୟ ବ୍ୟାଙ୍କ ଅଧିକାରୀ ଦେଇପାରିନଥିଲେ । ତେଣୁ ଆସନ୍ତା ସାତ ଦିନପରେ ପୁଣି ଆଉଥରେ, ଏହାର ବୈଠକ ବସିବ ବୋଲି ସ୍ଥିରୀକୃତ ହଲିଚଜି ।


Conclusion:ନୟାଗଡ଼ ର ଏକମାତ୍ର ଚିନି ଶିଳ୍ପ, କୁ କିଭଳି ଭାବେ ଚାଲୁ ରଖିବେ, ସମସ୍ତେ ଏକାଠି ହୋଇ ଅଂଟା ବିଧିଛନ୍ତି । ତେବେ, ଏହାର ନିର୍ଜ୍ୟସ କଣ ହେଉଛି, ତାହା ଦେଖିବାକୁ ବାକି ରହିଛି । ଏପରି ଚିନି କଳ ପୁଣି ଖୋଲିବ, ଓ ସମସ୍ତେ ସେମାନଙ୍କର ବକେୟା ପାଉଣା ପାଇବେ, ଏହି ଆଶାରେ ଏବେ ବି ସମସ୍ତେ ଆଶା ବାନ୍ଧିଛନ୍ତି ।
bite ସନ୍ତୋଷ ପ୍ରଧାନ,,,, କ୍ରିୟାନୁଷ୍ଠାନ କମିଟି ସଦଶ୍ୟ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.