ETV Bharat / state

LVA ଟେଷ୍ଟରୁ ଓହରିଲା ଏସଆଇଟି

author img

By

Published : Feb 19, 2021, 4:04 PM IST

Updated : Feb 19, 2021, 5:43 PM IST

SIT dropped out of LVA Test of pari murdercase accused
LVA ଆବେଦନରୁ ଓହରିଲା ଏସଆଇଟି, ମାର୍ଚ୍ଚ 1ରେ ହେବ ଚାର୍ଜଫ୍ରେମ

17:32 February 19

ପ୍ରିଲିମିନାରୀ ଆସେସମେଣ୍ଟ ଉପରେ ଆବେଦନ କଲେ ଅଭିଯୁକ୍ତଙ୍କ ଓକିଲ

ପ୍ରିଲିମିନାରୀ ଆସେସମେଣ୍ଟ ଉପରେ ଆବେଦନ କଲେ ଅଭିଯୁକ୍ତଙ୍କ ଓକିଲ

ନୟାଗଡ଼: ପରୀ ହତ୍ୟା ଘଟଣାରେ ଅଭିଯୁକ୍ତ ନାବାଳକଙ୍କ ହେବ ନାହିଁ LVA Test l ଏଲଭିଏ ଟେଷ୍ଟ ଉପରେ ଶୁଣାଣି ପୂର୍ବରୁ ଏସଆଇଟି ଏଥିରୁ ଓହରିଯାଇଛି l ଅଭିଯୁକ୍ତଙ୍କ ଓକିଲ ପ୍ରିଲିମିନାରୀ ଆସେସମେଣ୍ଟ ଉପରେ ଆବେଦନ କରିଛନ୍ତି l ଜେଜେ ବୋର୍ଡରେ ସଠିକ ଭାବେ ଆସେସମେଣ୍ଟ କରାଯାଇନଥିବାରୁ ଏହା ଉପରେ ବିଚାର ପାଇଁ ପୁନର୍ବାର ଆବେଦନ ହୋଇଛି l

15:55 February 19

LVA ଆବେଦନରୁ ଓହରିଲା ଏସଆଇଟି, ମାର୍ଚ୍ଚ 1ରେ ହେବ ଚାର୍ଜଫ୍ରେମ

LVA ଆବେଦନରୁ ଓହରିଲା ଏସଆଇଟି, ମାର୍ଚ୍ଚ 1ରେ ହେବ ଚାର୍ଜଫ୍ରେମ

ନୟାଗଡ଼: ବହୁ ଚର୍ଚ୍ଚିତ ନାୟାଗଡ ନାବାଳିକ ହତ୍ୟା ଘଟଣାରେ ଅଭିଯୁକ୍ତ ନାବାଳକଙ୍କ ହେବ ନାହିଁ LVA Test । ଏଲଭିଏ ଆବେଦନରୁ ଓହରିଛି ଏସଆଇଟି  । ତଦନ୍ତ ଶେଷ ହେବା ପରେ ଏସଆଇଟି ଚାର୍ଜସିଟ ଦାଖଲ ପରେ  ଆଉ ଅନ୍ୟ କେଉଁ ଟେଷ୍ଟ ଏସଆଇଟି ଆବେଦନ କରିପାରିବନାହିଁ l 

LVA ଟେଷ୍ଟରୁ ଓହରିଲା ଏସଆଇଟି

ନୟାଗଡ ନାବାଳିକ ହତ୍ୟା ଘଟଣାରେ ଅଭିଯୁକ୍ତ ନାବାଳକଙ୍କ ହେବ ନାହିଁ LVA Test । ଏସଆଇଟି ପକ୍ଷରୁ ଫାଇନାଲ୍ ଚାର୍ଜସିଟ ଦାଖଲ ହୋଇ ସାରିବା ପରେ ଏବଂ ଏସଆଇଟିର ତଦନ୍ତ ଶେଷ ହେବା ପରେ ଆଉ ଅନ୍ୟ କୌଣସି ଟେଷ୍ଟ ଏସଆଇଟି କରିପାରିବନାହିଁ l ଆଉ କିଛି ସମୟ ପରେ ଏଲଭିଏ ଟେଷ୍ଟ ଉପରେ ଶୁଣାଣି କରି ରାୟ ପ୍ରକାଶ ପାଇଥାନ୍ତା l କିନ୍ତୁ ଏହା ପୂର୍ବରୁ ଏଲଭିଏ ଆବେଦନରୁ ଓହରିଯାଇଛି ଏସଆଇଟି l

ସ୍ବୀକାରୋକ୍ତି ଭିଡ଼ିଓ ଭାଇରାଲ ଘଟଣା, ପ୍ରମାଣବିହୀନ ବୋଲି କହିଲେ ଅଭିଯୁକ୍ତଙ୍କ ଓକିଲ

ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣାର ଗିରଫ ଅଭିଯୁକ୍ତର ସ୍ବୀକାରୋକ୍ତି ସମ୍ପର୍କିତ ଏକ ଭିଡ଼ିଓ ଭାଇରାଲ ହୋଇଛି l ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ନୟାଗଡ଼ ଚିଲଡ୍ରେନ କୋର୍ଟରେ ଏହି ଭିଡିଓକୁ ଦାଖଲ କରାଯାଇଛି l ଏହି ଭିଡ଼ିଓ କୋର୍ଟରୁ କିପରି ବାହାରକୁ ଆସିଲା ଏବଂ ଭାଇରାଲ ହେଲା ବୋଲି ପ୍ରଶ୍ନ ଉଠିଛି l ଏହାକୁ ନେଇ ଅଭିଯୁକ୍ତଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ' ଭାଇରାଲ ଭିଡ଼ିଓର କୌଣସି ଏଭିଡେନ୍ସିଆଲ ଭାଲ୍ୟୁ ନଥିବା' କହିଛନ୍ତି l ପୋଲିସ ଯେତେବେଳେ ନିଜ ହେପାଜତକୁ ନେଇଥିଲା l ସେତେବେଳେ ଅଭିଯୁକ୍ତକୁ ଭୟ ଦେଖାଇ ଏ ସବୁ କରାଯାଇଛି ବୋଲି କହିବା ସହ ଏହାର କୌଣସି ଭେଲ୍ୟୁ ନଥିବା କହିଛନ୍ତି l ଏହାକୁ ମାନ୍ୟଵର କୋର୍ଟ ଗ୍ରହଣ କରିବେ ନାହିଁ ବୋଲି ଅଭିଯୁକ୍ତଙ୍କ ଓକିଲ ଚନ୍ଦ୍ର ବିଜୟୀ ମିଶ୍ର କହିଛନ୍ତି l

ଆସନ୍ତା 1 ରେ ହେବ ଚାର୍ଜ ଫ୍ରେମ

ସେହିପରି ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା । ଆସନ୍ତା 1 ରେ ହେବ ଚାର୍ଜ ଫ୍ରେମ l ଅଭିଯୁକ୍ତର ଏଲଭିଏ ଟେଷ୍ଟ ପାଇଁ କରିଥିବା ଆବେଦନରୁ ଓହରିଛି ଏସଆଇଟି । ଚାର୍ଜସିଟ ଦାଖଲ ହୋଇସାରିଥିବାରୁ ଆବେଦନରୁ ଓହରିଥିବା ସୂଚନା l ଆଜି ଚିଲଡ୍ରେନ କୋର୍ଟରେ ଏହା ଉପରେ ହେବାର ଥିଲା ଶୁଣାଣୀ l ଆସନ୍ତା ମାର୍ଚ୍ଚ 1 ରେ ମାମଲାର ଚାର୍ଜଫ୍ରେମ ହେବ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Feb 19, 2021, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.