ETV Bharat / state

ନୟାଗଡ଼ରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ସହରରେ ଜମିରହିଲାଣି କୁଢ଼ କୁଢ଼ ଆବର୍ଜନା

author img

By

Published : Nov 8, 2022, 11:31 AM IST

ନୟାଗଡ଼ ମୁନିସିପାଲିଟି ସାନିଟାରୀ ଅଧିକାରୀ ବଦଳି ଦାବିରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ନୟାଗଡ଼ ମୁନିସିପାଲିଟି ସାନିଟାରୀ ଅଧିକାରୀ ବଦଳି ଦାବିରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ନୟାଗଡ଼ରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ନୟାଗଡ଼ ମୁନିସିପାଲିଟି ସାନିଟାରୀ ଅଧିକାରୀ ଲଷ୍ମୀଧର ସାହୁଙ୍କ ବଦଳି ଦାବିରେ 4 ଦିନ ହେଲା ସଫେଇ କର୍ମଚାରୀ ଆନ୍ଦୋଳନ କରିଛନ୍ତି । ଫଳରେ ନୟାଗଡ଼ରେ କୁଢ଼କୁଢ଼ ଆବର୍ଜନା ଜମି ରହିଛି । ଯାହାଦ୍ବାରା ସହରରେ ପରିମଳ ବ୍ୟବସ୍ଥା ବିଗିଡ଼ି ଯାଇଛି । ଅଧିକ ପଢ଼ନ୍ତୁ

ନୟାଗଡ଼: ନୟାଗଡ଼ରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ନୟାଗଡ଼ ମୁନିସିପାଲିଟି ସାନିଟାରୀ ଅଧିକାରୀ ଲଷ୍ମୀଧର ସାହୁଙ୍କ ବଦଳି ଦାବିରେ 4 ଦିନ ହେଲା ସଫେଇ କର୍ମଚାରୀ ଆନ୍ଦୋଳନ କରିଛନ୍ତି । ଫଳରେ ନୟାଗଡ଼ରେ କୁଢ଼କୁଢ଼ ଆବର୍ଜନା ଜମି ରହିଛି । ଯାହାଦ୍ବାରା ସହରରେ ବିଗିଡ଼ି ଯାଇଛି ପରିମଳ ବ୍ୟବସ୍ଥା । ସଫେଇ କର୍ମଚାରୀଙ୍କ ଅଭିଯୋଗ ସାନିଟାରୀ ଅଧିକାରୀ ଲଷ୍ମୀଧର ସାହୁ ବିନା କାରଣରେ ତଳିଆ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି l ଏପରିକି ନିଜ ଘରେ ନେଇ ସଫେଇ କର୍ମଚାରୀଙ୍କୁ କାମ କରୁଥିବା ଅଭିଯୋଗ ହୋଇଛି l ଏହାର ପ୍ରତିବାଦରେ ମୁନିସିପାଲିଟର ସମସ୍ତ ସ୍ଥାୟୀ ଠିକା ଏବଂ ଅସ୍ଥାୟୀ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ନୟାଗଡ଼ ମୁନିସିପାଲିଟି ସାନିଟାରୀ ଅଧିକାରୀ ବଦଳି ଦାବିରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ନୟାଗଡ଼ ମୁନିସିପାଲିଟିର 16ଟି ଯାକ ୱାର୍ଡରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ବିଗିଡି ଯାଇଛି । ଆଉ ସହରରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇଯାଇଛି । କଲେଜ ଛକ ଠାରୁ ଆରମ୍ଭ କରି ତ୍ରିନାଥ ଛକ, ମେଡ଼ିକାଲ ଛକ, ଜିଲ୍ଲାପାଳଙ୍କ କର୍ଯ୍ୟାଳୟ, କୋଟ ଛକ ଏବଂ ପୁରୁଣା ସହର ସାରା ରାସ୍ତା ଉପରେ ଗଡୁଛି କୁଢ଼କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ନାକ । ଫଳରେ ଏହି ବାଟ ଦେଇ ଯାଉଥିବା ଲୋକେ ନାକରେ ରୁମାଲ ବାନ୍ଧି ଯାତାୟତ କରୁଛନ୍ତି ।

ସେପଟେ ସେହି ଅଳିଆ ଆବର୍ଜନା ସ୍ଥାନ ପାଲଟିଛି ବୁଲା ଗୋରୁ ଗାଈ କୁକୁରଙ୍କ ବାସସ୍ଥାନ । ସହରର ପରିମଳ ବ୍ୟବସ୍ଥା ସମାଧାନ ଦିଗରେ ପୌର ପରିଷଦ ଅଧ୍ୟକ୍ଷା ବିଫଳତା ହେଉ ଅବା ଜିଲ୍ଲା ପ୍ରଶାସନର ସାନିଟାରୀ ଅଧିକାରୀଙ୍କ ପ୍ରତି ଦୁର୍ବଳତା ଯାହାକୁନେଇ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଅଧିକ ତୀବ୍ର ହୋଇଛି । ସେପଟେ 4 ଦିନ ହେଲା ସହରରୁ ଅଳିଆ ଆବର୍ଜନା ଉଠୁନଥିବାରୁ ଦୁର୍ଗନ୍ଧମୟ ପରିବେଶ ମଧ୍ୟରେ ଅଣନିଶ୍ଵାସୀ ହୋଇ ପଡିଲେଣି ସ୍ଥାନୀୟ ବାସିନ୍ଦା । ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ସ୍କୁଲ ଛାତ୍ରଛାତ୍ରୀ, ବସ୍ ଯାତ୍ରୀ, ଏବଂ ବ୍ୟବସାୟୀ ସମସ୍ତ ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି । ତେଣୁ ଏଥିପ୍ରତି ଜିଲ୍ଲାପାଳ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.