ETV Bharat / state

ଟ୍ରକକୁ ପଛପଟୁ ପିଟିଲା କାର, 8 ଗୁରୁତର

author img

By

Published : Jun 29, 2022, 1:37 PM IST

ନୟାଗଡରେ ସଡକ ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା କାର । ଦୁର୍ଘଟଣାରେ ୮ ଗୁରୁତର । ଅଧିକ ପଢନ୍ତୁ

ଟ୍ରକକୁ ପଛପଟୁ ପିଟିଲା କାର, 8 ଗୁରୁତର
ଟ୍ରକକୁ ପଛପଟୁ ପିଟିଲା କାର, 8 ଗୁରୁତର

ନୟାଗଡ଼: ଆଖି ଲାଗି ଯିବାରୁ ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା କାର । ଏହି ଦୁର୍ଘଟଣାରେ ୮ ଗୁରୁତର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜାତୀୟ ରାଜପଥ 57ର ନୟାଗଡ ନୂଆଗାଁ ଥାନା ସୋରଡ଼ା ଗାଁ ନିକଟରେ । ଖବରପାଇ ନୂଆଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଟ୍ରକକୁ ପଛପଟୁ ପିଟିଲା କାର, 8 ଗୁରୁତର

ସୂଚନାଅନୁସାରେ, ସୋନପୁର ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିବା ଏକ କାର ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଦୁଇ ପରିବାରର 8 ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ l ସୋନପୁରର ହରିବନ୍ଧୁ ମେହେର ତାଙ୍କ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ l ମାତ୍ର କାର ଚାଳକଙ୍କ ଆଖି ଲାଗି ଯିବାରୁ ନୂଆଗାଁ ଥାନା ସୋରଡା ନିକଟରେ ଟ୍ରକ ପଛ ପାର୍ଶ୍ଵକୁ କାରଟି ଧକ୍କା ଦେଇଥିଲା ।

108 ଆମ୍ବୁଲାନ୍ସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତର ମାନଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସମସ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଇଛି l ସେପଟେ ଖବରପାଇ ନୂଆଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.