ମାଡ଼ ମାରି ମହିଳାଙ୍କ ଗର୍ଭ ନଷ୍ଟ କରିବା ଘଟଣାରେ ଜଣଙ୍କୁ ବାନ୍ଧିଲା ପୋଲିସ୍‌

author img

By

Published : Dec 7, 2021, 7:57 PM IST

Updated : Dec 7, 2021, 8:54 PM IST

PREGNANT WOMAN ALLEGEDLY BEATEN IN NAYAGARH AND DELIVERS A DEAD WOMB
ମାଡ଼ ମାରି ମହିଳାଙ୍କ ଗର୍ଭ ନଷ୍ଟ କରିବା ଘଟଣାରେ ଜଣଙ୍କୁ ବାନ୍ଧିଲା ପୋଲିସ୍‌ ()

ମାଡ଼ ମାରି ମହିଳାଙ୍କ ଗର୍ଭ ନଷ୍ଟ କରିବା ଘଟଣାରେ ଜଣଙ୍କୁ ବାନ୍ଧିଲା ପୋଲିସ । ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ବାଦିଲୋ ଗାଁର ମିଲୁ ଜେନା । ତେବେ ଅନ୍ୟ 6ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଅଧିକ ପଢନ୍ତୁ

ନୟାଗଡ଼: ମାଡ଼ ମାରି ମହିଳାଙ୍କ ଗର୍ଭ ନଷ୍ଟ କରିବା ଘଟଣାରେ ଜଣଙ୍କୁ ବାନ୍ଧିଲା ପୋଲିସ । ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ବାଦିଲୋ ଗାଁର ମିଲୁ ଜେନା । ତେବେ ଅନ୍ୟ 6ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ପୋଲିସ ଖୋଜୁଛି ।

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ରାକମା ପଞ୍ଚାୟତ ବାଦିଲୋ ଗାଁର ନର୍ମଦା ବେହେରାଙ୍କ ସ୍ବାମୀ ଅଯୋଧ୍ୟା ବେହେରାଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗାଁର ପଠାଣି ଜେନା ଏବଂ ତାଙ୍କର ସହଯୋଗୀମାନେ ମିଳିତ ଭାବେ ଗାଁ ଦାଣ୍ଡରେ ମାଡ଼ ମାରୁଥିଲେ ।

ମାଡ଼ ମାରି ମହିଳାଙ୍କ ଗର୍ଭ ନଷ୍ଟ କରିବା ଘଟଣାରେ ଜଣଙ୍କୁ ବାନ୍ଧିଲା ପୋଲିସ୍‌

ଏହାମଧ୍ୟ ପଢନ୍ତୁ: ନୟାଗଡରେ ଅମାନବୀୟ ଘଟଣା: ଗୋଇଠା ମାଡରେ ମହିଳାଙ୍କ ଗର୍ଭ ନଷ୍ଟ!

ତେବେ ଆକ୍ରମଣକାରୀଙ୍କ କବଳରୁ ସ୍ବାମୀଙ୍କୁ ରକ୍ଷା କରିବାକୁ ନର୍ମଦା ଗାଁ ଦାଣ୍ଡକୁ ଚାଲି ଯାଇଥିଲେ । ମାତ୍ର ଆକ୍ରମଣକାରୀଙ୍କ ମାଡ଼ରେ ନର୍ମଦାଙ୍କ ଗର୍ଭ ନଷ୍ଟ ହୋଇଯାଇଥିଲା । ଏବଂ ଏନେଇ ନର୍ମଦା ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ମିଲୁ ଜେନାଙ୍କୁ ଅଟକ ରଖି ତଦନ୍ତ ଚଳାଇବା ସାହୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Dec 7, 2021, 8:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.