ETV Bharat / state

ପୁଣି ବିବାଦରେ ନୟାଗଡ ପୋଲିସ, ବେବି ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ସାବାଳକ ନୁହେଁ ନାବାଳକ

author img

By

Published : Jul 12, 2021, 10:56 PM IST

ନୟାଗଡ଼ର ବହୁଚର୍ଚ୍ଚିତ ବେବି ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ପୋଲିସ ଗିରଫ କରିଥିବା ଅଭିଯୁକ୍ତ ସାବାଳକ ନୁହଁ ନାବାଳକ । ଯାହାକୁ ନେଇ ପୋଲିସର ତୃଟିପୂର୍ଣ୍ଣ ତଦନ୍ତ ଓ ରିପୋର୍ଟ ଦାଖଲକୁ ନେଇ ପୁଣି ଚର୍ଚ୍ଚାରେ ନୟାଗଡ଼ ପୋଲିସ l ଅଧିକ ପଢନ୍ତୁ...

ବେବି ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ଼; ଅଭିଯୁକ୍ତ ନାବାଳକ
ବେବି ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ଼; ଅଭିଯୁକ୍ତ ନାବାଳକ

ନୟାଗଡ: ପରୀ ହତ୍ୟା ମାମଲାରେ ଯେଉଁ ତୃଟି ଦେଖାଯାଇଥିଲା ତାହାର ପୁନରାବୃତ୍ତି ଘଟିଛି । ନୟାଗଡ଼ର ବହୁଚର୍ଚ୍ଚିତ ବେବି ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ପୋଲିସ ଦ୍ବାରା ଗିରଫ ଅଭିଯୁକ୍ତ ସାବାଳକ ନୁହଁ ନାବାଳକ । ଯାହାକୁ ନେଇ ପୋଲିସର ତୃଟିପୂର୍ଣ୍ଣ ତଦନ୍ତ ଓ ରିପୋର୍ଟ ଦାଖଲକୁ ନେଇ ପୁଣି ଚର୍ଚ୍ଚାରେ ନୟାଗଡ଼ ପୋଲିସ l

ବେବି ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ଼; ଅଭିଯୁକ୍ତ ନାବାଳକ
ବେବି ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ଼; ଅଭିଯୁକ୍ତ ନାବାଳକ

ଗତ 11 ଜୁନ 2021 ବାଣିଗୋଚ୍ଛା ଥାନା ଧୁନ୍ଦୁଗାଡ଼ିଆର ନାବାଳିକା ବେବି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ନାବାଳକ ହୋଇଥିବା ନେଇ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟରୁ ଆସିଲା ସାଙ୍ଘାତିକ ତଥ୍ୟ । ତେବେ ଅଭିଯୁକ୍ତକୁ ଗିରଫ ବେଳେ ପୋଲିସ ଅଭିଯୁକ୍ତକୁ ସାବାଳକ ଦର୍ଶାଇ ପୋକ୍ସୋ କୋର୍ଟରେ ହାଜର କରିଥିବା ବେଳେ ନାବାଳକର ସାର୍ଟିଫିକେଟ ଓ ବୟସ ପ୍ରମାଣପତ୍ର ଯାଞ୍ଚ ନକରି ପୋଲିସ ଜୁଭେନାଲ ବୋର୍ଡ ବଦଳରେ ପୋକ୍ସୋ କୋର୍ଟରେ ହାଜର କରିବା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି l

ବେବି ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ଼; ଅଭିଯୁକ୍ତ ନାବାଳକ

ବେବି ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ ହୋଇଛି ସତ l ମାତ୍ର, ପୋଲିସ କୋର୍ଟରେ ନାବାଳକ କିମ୍ବା ସାବାଳକ ଦର୍ଶାଇବା ପୂର୍ବରୁ କାହିଁକି ଆବଶ୍ୟକୀୟ ତଥ୍ୟ ପ୍ରମାଣ ଯୋଗାଡ଼ କରୁନାହିଁ? ଏହା କ’ଣ ପୋଲିସର ତୃଟିପୂର୍ଣ୍ଣ ଓ ତରବରିଆ ତଦନ୍ତ ଉପରେ ପ୍ରଶ୍ନ ଉଠାଉ ନାହିଁ କି ? ତେବେ ବେବି ହତ୍ୟାକାଣ୍ଡ କ୍ଷେତ୍ରରେ ଗିରଫ ଅଭିଯୁକ୍ତ ଜଣକ ନାବାଳକ ବୋଲି ନୟାଗଡ଼ ପୋକ୍ସୋ କୋର୍ଟଙ୍କ ସନ୍ଦେହ ହେବା ପରେ ଏନେଇ ଉପଯୁକ୍ତ ତଥ୍ୟ ପ୍ରମାଣ ଯୋଗାଡ଼ ପାଇଁ ନୟାଗଡ଼ ଶିଶୁ ସୁରକ୍ଷା ୟୁନିଟକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ l ତେବେ କୋର୍ଟଙ୍କ ଏହି ନିର୍ଦ୍ଦେଶ ଆଧାରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଯୋଗାଡ଼ କରିଥିବା ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟରୁ ନାବାଳକର ବୟସ 16ବର୍ଷ ବୋଲି ଜଣାପଡ଼ିଛି l ଯାହାକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏନେଇ ଅଭିଯୁକ୍ତକୁ ନାବାଳକ ଦର୍ଶାଇବା ନେଇ ଜୁଭେନାଇଲ କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.