ETV Bharat / state

ପୂଜା ମଣ୍ଡପରେ କୋଭିଡ଼ ନିୟମକୁ ଫୁ: ମୁହଁରେ ନାହିଁ ମାସ୍କ, ରହୁନି ସାମାଜିକ ଦୂରତା

author img

By

Published : Oct 27, 2020, 11:04 AM IST

people disobey covid rule in nayagarh
ପୂଜା ମଣ୍ଡପରେ କୋଭିଡ଼ ନିୟମ କୁ ଫୁ: ମୁହଁରେ ନାହିଁ ମାସ୍କ, ରହୁନି ସାମାଜିକ ଦୂରତା

କୋଭିଡ୍ କଟକଣାକୁ ଫୁ' କରି ପୂଜା ମଣ୍ଡପରେ ରୁଣ୍ଡ ହେଉଛନ୍ତି ଶତାଧିକ ଲୋକ । ମଣ୍ଡପକୁ ଯିବା ବେଳେ ମୁହଁରେ ରହୁନି ମାସ୍କ କି ସାମାଜିକ ଦୂରତା । ନୟାଗଡ଼ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଧିକ ପଢନ୍ତୁ...

ନୟାଗଡ଼: ଚାଲିଛି ପାର୍ବଣର ଋତୁ। ଚାରିଆଡ଼େ ପୂଜା ବଜାର ମାହୋଲ। ଚଳିତ ବର୍ଷ କୋରୋନା ପାଇଁ ସାର୍ବଜନୀନ ଦୁର୍ଗାପୂଜାକୁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବାରଣ କରିଥିବା ବେଳେ ପୂଜା ମଣ୍ଡପରେ କିନ୍ତୁ ଭିଡ଼ ଅସମ୍ଭାଳ ହେବାରେ ଲାଗିଛି । କଟକଣାକୁ ଫୁ' କରି ପୂଜା ମଣ୍ଡପରେ ରୁଣ୍ଡ ହେଉଛନ୍ତି ଶତାଧିକ ଲୋକ । ମଣ୍ଡପକୁ ଯିବା ବେଳେ ମୁହଁରେ ରହୁନି ମାସ୍କ କି ସାମାଜିକ ଦୂରତା ।

ପୂଜା ମଣ୍ଡପରେ କୋଭିଡ଼ ନିୟମ କୁ ଫୁ: ମୁହଁରେ ନାହିଁ ମାସ୍କ, ରହୁନି ସାମାଜିକ ଦୂରତା

ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମା ଜଗତଜନନୀଙ୍କୁ ନିରାଡ଼ମ୍ବର ଭାବେ ପୂଜା କରାଯାଉଥିବା ବେଳେ ଅନେକ ପୂଜା ମଣ୍ଡପର କୋଭିଡ଼ ନିୟମକୁ ଲୋକେ ମାନୁନଥିବା ଦେଖିବାକୁ ମିଳିଛି l ମଣ୍ଡପରେ ସାଧାରଣ ଦର୍ଶନକୁ ବାରଣ କରାଯାଇଥିଲେ ମଧ୍ୟ ତାହାକୁ କେହି ମାନୁ ନାହାନ୍ତି । ନୟାଗଡ଼ର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଛି l କିନ୍ତୁ ଏସବୁ ସତ୍ତ୍ବେ ପ୍ରଶାସନ ପକ୍ଷରୁ କୋଭିଡ଼ ନିୟମକୁ କଡ଼ାକଡ଼ି କରାଯାଉ ନାହିଁ l

ପୂର୍ବରୁ ସାମାନ୍ୟ ଭୁଲ କଲେ ଜୋରିମାନା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯଉଥିବା ବେଳେ ବର୍ତ୍ତମାନ କୋଭିଡ ନିୟମ ଲୋକମାନେ ଖୋଲା ଖୋଲି ଉଲ୍ଲଙ୍ଘନ କରୁଥିଲେ ମଧ୍ୟ ଦେଖିବାକୁ କେହି ନଥିବା ଭଳି ମନେ ହେଉଛି। ତେବେ ଏଭଳି ଯଦି ରୁହେ, ଆଗାମୀ ଦିନରେ ପୁଣି ସଂକ୍ରମଣ ବଢିବାର ସମ୍ଭାବନା ରହିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.