ETV Bharat / state

SIT ଉପରେ ଆମର ଭରସା ନାହିଁ: ନୟାଗଡ ନାବାଳିକା ପରିବାର

author img

By

Published : Mar 31, 2021, 10:51 PM IST

SIT ଉପରେ ଆମର ଭରସା ନାହିଁ: ପରୀ ବାପା
SIT ଉପରେ ଆମର ଭରସା ନାହିଁ: ପରୀ ବାପା

ନୟାଗଡ଼ ଯଦୁପୁର ବହୁ ଚର୍ଚ୍ଚିତ ନାବାଳିକା ହତ୍ୟାକାଣ୍ଡ ଘଟଣା ଦିନକୁ ଦିନକୁ ରୋଚକ ମୋଡ଼ ନେଉଛି । SIT ଉପରେ ଅସନ୍ତୋଷ ନାବାଳିକା ବାପା ମା’ ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟ ଯାଇଛନ୍ତି । ଫୌଜଦାରୀ କାର୍ଯ୍ୟାବିଧି ସଂହିତାର 164 ଧାରା ଅନୁଯାୟୀ SIT ଏ ଯାଏଁ କୋର୍ଟରେ ଅଭିଯୋଗକାରୀଙ୍କ ଜମାନବନ୍ଦୀ ରେକର୍ଡ କରିନାହିଁ । ଅଧିକ ପଢନ୍ତୁ...

ନୟାଗଡ଼ : ନୟାଗଡ଼ ଯଦୁପୁର ବହୁ ଚର୍ଚ୍ଚିତ ନାବାଳିକା ହତ୍ୟାକାଣ୍ଡ ଘଟଣା ଦିନକୁ ଦିନକୁ ରୋଚକ ମୋଡ଼ ନେଉଛି । SIT ଉପରେ ଅସନ୍ତୋଷ ନାବାଳିକା ବାପା ମା’ ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟ ଯାଇଛନ୍ତି । ଫୌଜଦାରୀ କାର୍ଯ୍ୟାବିଧି ସଂହିତାର 164 ଧାରା ଅନୁଯାୟୀ SIT ଏ ଯାଏଁ କୋର୍ଟରେ ଅଭିଯୋଗକାରୀଙ୍କ ଜମାନବନ୍ଦୀ ରେକର୍ଡ କରିନାହିଁ ।

SIT ଉପରେ ଆମର ଭରସା ନାହିଁ: ପରୀ ବାପା

ଅନ୍ୟପକ୍ଷରେ ସିବିଆଇ ତଦନ୍ତକୁ ବିରୋଧ କରି ସୁପ୍ରିମକୋର୍ଟରେ ନାବାଳିକାର ମା’ଙ୍କ ରିଟ ଆବେଦନକୁ ଖାରଜ ପାଇଁ ନିବେଦନ କରିଛି SIT । ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସିବିଆଇ ତଦନ୍ତ ନେଇ ନାବାଳିକାର ମାଆ ସୌଦାମିନୀ ସାହୁଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ SIT ବିରୋଧ କରିଛି । ଏହାସହ ନାବାଳିକାର ମାଆଙ୍କ ଏହି ରିଟ ଆବେଦନକୁ ଖାରଜ କରିବା ପାଇଁ ସୁପ୍ରିମକୋର୍ଟରେ 90 ପୃଷ୍ଠାର ସତ୍ୟପାଠ ଦାଖଲ ଜରିଆରେ ନିବେଦନ କରିଛି ଏସଆଇଟି । ଏହାକୁ ନେଇ ମୃତ ନାବାଳିକାଙ୍କ ମାଆ-ବାପା ପ୍ରତିକ୍ରିୟା ଦେଇଛନ୍ତି । ମା’ ସୌଦାମିନୀ ପୂର୍ବ ଦାବି ଦୋହରାଇବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି । "ଆମର କୋର୍ଟ ଉପରେ ବିଶ୍ୱାସ ଓ ଭରସା ରହିଛି, ସିବିଆଇ ନିର୍ଦ୍ଦେଶ ହେବ" ବୋଲି ପରୀ ବାପା କହିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.