ETV Bharat / state

ପରୀ ହତ୍ୟା ମାମଲା: ବଢିଲା ସସପେନ୍ସ, ଶୁଖାଯିବ ପୋଖରୀ

author img

By

Published : Dec 21, 2020, 3:10 PM IST

ପୋଖରୀକୁ ନେଇ ବଢ଼ିଲା ସନ୍ଦେହ
ପୋଖରୀକୁ ନେଇ ବଢ଼ିଲା ସନ୍ଦେହ

ପରୀ ହତ୍ୟା ମାମଲାରେ ପ୍ରମାଣ ଯୋଗାଡ ପାଇଁ ଏସଆଇଟି ପକ୍ଷରୁ ନୟାଗଡର ଯଦୁପୁର ଗାଁରେ ଥିବା ଏକ ପୋଖରୀକୁ ପୂରା ଶୁଖାଇବ । ଗତ ଜୁଲାଇ 23 ତାରିଖରେ ପରୀର କଙ୍କାଳ ପୋଖରୀ କୂଳରୁ ମିଳିଥିଲା l

ନୟାଗଡ: ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା । ଗତକାଲି ପରୀ ହତ୍ୟା ମାମଲାର ଅଭିଯୁକ୍ତକୁ ଗିରଫ କରିଛି ଏସଆଇଟି । ଏପଟେ ପ୍ରମାଣ ଯୋଗାଡ ପାଇଁ ଆକ୍ସନ ମୁଡରେ ଏସଆଇଟି । ମାମଲାରେ ଗାଁ ପୋଖରୀକୁ ନେଇ ବଢ଼ିଛି ସନ୍ଦେହ ।

ଆଉ ସେହି ପ୍ରମାଣ ପାଇଁ ଏସଆଇଟି ପକ୍ଷରୁ ନୟାଗଡର ଯଦୁପୁର ଗାଁରେ ଥିବା ଏକ ପୋଖରୀକୁ ପୂରା ଶୁଖାଇବ । ଗତ ଜୁଲାଇ 23 ତାରିଖରେ ପରୀର କଙ୍କାଳ ପୋଖରୀ କୂଳରୁ ମିଳିଥିଲା l ତେବେ ଅବଶିଷ୍ଟାଂଶ ହାଡ଼ମାଂସ ପୋଖରୀରେ ପଡ଼ିଥିବା ସନ୍ଦେହ କରି ପୋଖରୀକୁ ଶୁଖାଯିବ ବୋଲି ଚର୍ଚ୍ଚା ହେଉଛି l

ତେବେ ପୋଖରୀ ଶୁଖାଯିବା କଥାଟା ଏସଆଇଟି ପକ୍ଷରୁ କୁହାଯାଇ ନଥିବାବେଳେ, ଉକ୍ତ ପୋଖରୀ ପାଖକୁ ସ୍ଥାନୀୟ ପୋଲିସ ଯିବା ଓ କେଉଁ ପାର୍ଶ୍ବରେ ପାଣି ଛଡାଯାଇ ପାରିବ, ସେନେଇ ବିଚାରବିମର୍ଶ କରିବା କଥାରୁ ଏମିତି ପୋଖରୀ ଶୁଖାଇବା ପାଇଁ ଏସଆଇଟି ପ୍ରସ୍ତୁତ ହେଉଥିବା ଜଣାପଡିଛି ।

ତେବେ ଆଜି (ସୋମବାର) ସକାଳେ 2 ଜଣ ଅଧିକାରୀ ଯଦୁପୁର ଯାଇ ସ୍ଥିତି ପରଖିଛନ୍ତି । ଗାଁରେ ଚାପା ଉତ୍ତେଜନା ଲାଗି ରହିଛି କି ନାହିଁ ସେନେଇ ଗ୍ରାମ ସଭାପତିଙ୍କ ଠାରୁ ପଚାରି ବୁଝିଥିଲେ ଅଧିକାରୀ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.