ETV Bharat / state

ନୟାଗଡରେ କାଳ ବୈଶାଖୀ କାଳ: ଜଣେ ମୃତ, 2 ଗୁରୁତର

author img

By

Published : Apr 14, 2021, 10:06 PM IST

ନୟାଗଡରେ କାଶ ବୈଶାଖୀ କାଳ: ଜଣେ ମୃତ, 2 ଗୁରୁତର
ନୟାଗଡରେ କାଶ ବୈଶାଖୀ କାଳ: ଜଣେ ମୃତ, 2 ଗୁରୁତର

ନୟାଗଡରେ ବଜ୍ରାଘାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ 2 ଜଣ ଆହତ । ଅଧିକ ପଢନ୍ତୁ....

ନୟାଗଡ: ଜିଲ୍ଲାରେ କାଳ ବୈଶାଖୀ କାଳ । ବ୍ରଜାଘାତରେ ଜଣେ ନାବାଳିକା ମୃତ ହୋଇଥିବାବେଳେ 2 ଜଣ ନାବାଳିକା ଆହତ ହୋଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଓଡଗାଁ ଥାନା ବାଉଁଶଗାଡ଼ିଆରେ l

ଆଜି(ବୁଧବାର) ଅପରାହ୍ନରେ ବର୍ଷା ପବନ ହେବାରୁ ଆମ୍ବ ଆଣିବା ପାଇଁ ୩ ଜଣ ନାବାଳିକା ଆମ୍ବ ତୋଟାକୁ ଯାଇଥିଲେ । ଏହି ସମୟରେ ବଜ୍ରାଘାତ ହୋଇଥିଲା l ଫଳରେ ସେହିଠାରେ ହିଁ ତିନିଜଣ ନାବାଳିକା ପଡିଯାଇଥିଲେ l ସେଠାରୁ ସଙ୍ଗେ ସଙ୍ଗେ ୩ ଜଣଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ମାତ୍ର ପରେ ପୂଜାରାଣୀ ସେଠି(12)ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅନ୍ୟ ଦୁଇଜଣ ନାବାଳିକା ଚିକିତ୍ସାଧୀନ ଅଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.