ETV Bharat / state

ଆମ ଲୋକକଳା ସଂସ୍କୃତି ଉତ୍ସଵ: ମନମୋହିଲା ଡାଲ ଖାଇ ନୃତ୍ୟ

author img

By

Published : Dec 26, 2021, 10:47 PM IST

ଆମ ଲୋକକଳା ସଂସ୍କୃତି ଉତ୍ସଵ:ମନମୋହିଲା ଡାଲ ଖାଇ ନୃତ୍ୟ
ଆମ ଲୋକକଳା ସଂସ୍କୃତି ଉତ୍ସଵ:ମନମୋହିଲା ଡାଲ ଖାଇ ନୃତ୍ୟ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନୟାଗଡ଼ ଦକ୍ଷିଣ କାଳୀ ପଡ଼ିଆ ଠାରେ ଆଞ୍ଚଳିକ ସ୍ତରୀୟ ଆମ ଲୋକକଳା ସଂସ୍କୃତି ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ନୟାଗଡ: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନୟାଗଡ଼ ଦକ୍ଷିଣକାଳୀ ପଡ଼ିଆ ଠାରେ ଆଞ୍ଚଳିକସ୍ତରୀୟ ଆମ ଲୋକକଳା ସଂସ୍କୃତି ଉତ୍ସଵ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ କୃଷି ଓ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ l

ଆମ ଲୋକକଳା ସଂସ୍କୃତି ଉତ୍ସଵ:ମନମୋହିଲା ଡାଲ ଖାଇ ନୃତ୍ୟ

ଏହି ଉତ୍ସବରେ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ରାଜ୍ୟ କଳାକାର ସଙ୍ଘର ଉପ ସଭାପତି ଅବନୀ କୁମାର ମିଶ୍ର, ଜିଲ୍ଲାପାଳ ପୋମା ଟୁଡୁ ଓ ନୟାଗଡ଼ ଜିଲ୍ଲା କଳାକାର ସଙ୍ଘର ଉପ ସଭାପତି ଶରତ କୁମାର ସାହୁ ପ୍ରମୁଖ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ l ଉତ୍ସବରେ ଯୋଗ ଦେଇଥିବା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରଙ୍କ ଦ୍ଵାରା ସମ୍ବଲପୁର ଢାପ ନୃତ୍ୟ ନୟାଗଡ଼ର ସିଙ୍ଘବାଦ୍ୟ ଢେଙ୍କାନାଳର ଗୋପାଳ ଲଉଡି ,ଖୋର୍ଦ୍ଧାର ପାଇକ ଆଖଡା ପରିବେଷଣ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା l ଆଞ୍ଚଳିକ କଳା ସାହିତ୍ୟ ସଂସ୍କୃତିକୁ ଉଜିବିତ ରଖିବା ପାଇଁ ବିଭାଗ ପକ୍ଷରୁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି l ଡାଲ ଖାଇ ନୃତ୍ୟ ସମସ୍ତଙ୍କୁ ବିଭୋର କରିଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.