ETV Bharat / state

ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା, ଆଜି LVA ଟେଷ୍ଟର ହେବ ଶୁଣାଣି

author img

By

Published : Jan 20, 2021, 11:37 AM IST

Updated : Jan 20, 2021, 12:57 PM IST

ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା
ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା

ନୟାଗଡ ଯଦୁୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା । ଆଜି LVA ଟେଷ୍ଟ ଉପରେ ଶୁଣାଣି କରିବେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡ । ଅଧିକ ପଢନ୍ତୁ...

ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟାକାଣ୍ଡ ଘଟଣା । ଆଜି (ବୁଧବାର) LVA ଟେଷ୍ଟ ଉପରେ ଶୁଣାଣି କରିବେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡ ।

ଯଦୁପୁର ନାବାଳିକା ହତ୍ୟାକାଣ୍ଡ ଘଟଣା

ପ୍ରଥମେ ନାର୍କୋ ଟେଷ୍ଟ, ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ଏସଆଇଟି l ଦୁଇଟିଯାକ ଟେଷ୍ଟ ପାଇଁ ଅଭିଯୁକ୍ତ ଅମଙ୍ଗ ହେବାରୁ ତାହା ଖାରଜ ହୋଇଥିଲା l ପରେ ଏସଆଇଟି ପୁଣି LVA ଟେଷ୍ଟ ପାଇଁ ଆବେଦନ କରିଥିଲା । ଆଜି ଏହାର ଶୁଣାଣି କରିବ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡ । ଅନୁଗୋଳ ବାଳ ସୁଧାର ଗୃହରୁ ସୁରକ୍ଷା ବଳୟ ଭିତରେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଚତୁର୍ଥ ଥର ପାଇଁ ହାଜର ହୋଇଛି ଅଭିଯୁକ୍ତ ।

ପ୍ରକାଶ ଥାଉକି, ନୟାଗଡ ଜିଲ୍ଲା ଯଦୁପୁରର ପ୍ରଥମେ ନାବାଳିକା ନିଖୋଜ ହେବା ଓ କିଛି ଦିନ ପରେ ଗାଁ ପୋଖରୀରୁ ମୃତଦେହ ମିଳିବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିଲା । ଘଟଣାରେ ସେହି ଗାଁର ଜଣେ ନାବାଳକ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Jan 20, 2021, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.