ETV Bharat / state

କୁଖ୍ୟାତ ଆନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କଲା ନୟାଗଡ଼ ପୋଲିସ

author img

By

Published : Nov 3, 2022, 1:19 PM IST

ନୟାଗଡ଼ ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାରେ ଲୁଟ କରି ଆତଙ୍କ ସୃଷ୍ଟି କରିଥିବା ୨ ଆନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କରିଲା ନୟାଗଡ଼ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଅଧିକ ପଢନ୍ତୁ

କୁଖ୍ୟାତ ଅନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କଲା ନୟାଗଡ଼ ପୋଲିସ
କୁଖ୍ୟାତ ଅନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କଲା ନୟାଗଡ଼ ପୋଲିସ

ନୟାଗଡ଼: ଟାଉନଥାନା ପୋଲିସକୁ ସଫଳତା । ନୟାଗଡ଼ ଜିଲ୍ଲା ସମେତ ପଡ଼ୋଶୀ ଜିଲ୍ଲାରେ ଲୁଟ କରି ଆତଙ୍କ ସୃଷ୍ଟି କରିଥିବା ୪ ଜଣିଆ ଲୁଟେରା ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି ନୟାଗଡ଼ ଟାଉନ ଥାନା ପୋଲିସ l ଏନେଇ ସୂଚନା ଦେଇଛନ୍ତି ନୟାଗଡ଼ ଅତିରିକ୍ତ SP । ଗିରଫ ହୋଇଥିବା ଲୁଟେରା ଦୁଇ ଭାଇ ହୋଇଥିବା ବେଳେ ସେମାନଙ୍କର ଘର ଗଞ୍ଜାମ ଜିଲ୍ଲା ଗଣ୍ଡପାଲି ଗାଁରେ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଗିରଫ ଅଭିଯୁକ୍ତ ହେଲେ ଏ ସନ୍ତୋଷ ଏବଂ ଏ ଅର୍ଜୁନ । ଏମାନଙ୍କ ଠାରୁ ୧୦ଟି ଦାମୀ ମୋବାଇଲ ଫୋନ ସହ ଦୁଇଟି ସୁନା ଚେନ ଏବଂ ଦୁଇଟି ମଟର ସାଇକେଲ ଜବତ କରିଛି ଟାଉନ ଥାନା ପୋଲିସ l ତେବେ ଏହି ଦୁଇଭାଇଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ଚୋରି, ଲୁଟ, ରାହାଜାନୀ ଭଳି ସଙ୍ଗୀନ ମାମଲା ରହିଛି l

କୁଖ୍ୟାତ ଅନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କଲା ନୟାଗଡ଼ ପୋଲିସ

ନୟାଗଡ଼ ଟାଉନ ଥାନା ଅଧୀନ ନାରାୟଣୀ ମନ୍ଦିର ଏବଂ ଦିଆନବନ୍ଧ ନିକଟରୁ ଦୁଇ ଜଣ ମହିଳାଙ୍କ ଠାରୁ ସୁନା ଚେନ ଲୁଟ ଘଟଣାରେ ସନ୍ତୋଷ ଏବଂ ଅର୍ଜୁନଙ୍କ ସମ୍ପୃକ୍ତି ରହିଥିବା ପୋଲିସ ତଦନ୍ତ ବେଳେ CCTV ଫୁଟେଜରୁ ଜାଣିବାକୁ ପାଇଛି l ଅନ୍ୟ ଦୁଇ ଜଣ ଲୁଟେରା ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିବା ନୟାଗଡ଼ ଅତିରିକ୍ତ SP ସୂଚନା ଦେଇଛନ୍ତି l ଲୁଟେରା ମାନେ ପରିବା ମାର୍କେଟରେ ଲୋକଙ୍କ ଠାରୁ ମୋବାଇ ଫୋନ ଲୁଟ କରିବାର ଦୃଶ୍ୟ ଜବତ ହୋଇଥିବା ମୋବାଇଲ ଫୋନରୁ ଜଣା ପଡିଥିବା ପୋଲିସ ସୂଚନା ଦେଇଛି l ଲୁଟ ବେଳର ଦୃଶ୍ୟକୁ ଲୁଟେରାମାନେ ନିଜ ମୋବାଇଲ ଫୋନରେ ସୁଟିଂ କରିଥିବା ପୋଲିସର ତଦନ୍ତରୁ ଜଣାପଡିଛି l ଏହାଛଡା ସେମାନେ ରାସ୍ତାରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରିବାର ଦୃଶ୍ୟ CCTV ଫୁଟେଜରୁ ଜଣାପଡ଼ିଥିବା ନୟାଗଡ଼ ଅତିରିକ୍ତ SP କହିଛନ୍ତି ।

ନୟାଗଡ଼ ଅତିରିକ୍ତ SP ଉମାକାନ୍ତ ମଲ୍ଲିକ କହିଛନ୍ତି, "ଗତ ୧୮ ତାରିଖରେ ଅନୁସୟା ଦୋରା ନାରାୟଣୀ ମନ୍ଦିରରୁ ପୂଜାସାରି ଫେରୁଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କ ବେକରୁ ସୁନା ଚେନ ଛଡାଇ ନେଇଯାଇଥିଲେ । ଏହି ଘଟଣାର କିଛି ଦିନ ପୂର୍ବରୁ ଦିଆନବନ୍ଧ ନିକଟରୁ ଦୁଇ ଜଣ ମହିଳାଙ୍କ ଠାରୁ ସୁନା ଚେନ୍‌ ଲୁଟ କରିଥିଲେ । ସିସିଟିଭ ଫୁଟେଜକୁ ଆଧାରକରି ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳରେ ରେଡ କରି ଦୁଇଜଣଙ୍କୁ ଗିରଫ କରିଥିଲେ । ଏହି ଘଟଣାରେ ଦୁଇଟି ମକଦମା ରୁଜୁ କରାଯାଇଛି । ଆଜି କୋର୍ଟ ଚାଲାଣ କରାଯିବ ।"

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.