ETV Bharat / state

ନୟାଗଡ ନାବାଳିକା ହତ୍ୟା ମାମଲା: ଆସନ୍ତା 19ରେ ପରବର୍ତ୍ତୀ ଶୁଣାଣି

author img

By

Published : Feb 12, 2021, 3:03 PM IST

Updated : Feb 12, 2021, 5:08 PM IST

ଆସନ୍ତା 19ରେ ନୟାଗଡ ନାବାଳିକା ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି
ଆସନ୍ତା 19ରେ ନୟାଗଡ ନାବାଳିକା ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି

16:58 February 12

ଅଭିଯୁକ୍ତ ଠାରୁ ଜବତ ହୋଇଥିବା ଜିନିଷକୁ ଗୁଜୁରାଟ ପଠାଯାଇଛି

ଆସନ୍ତା 19ରେ ନୟାଗଡ ନାବାଳିକା ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି

ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ଘଟଣାର ପରବର୍ତ୍ତୀ ଶୁଣାଣି ଆସନ୍ତା 19ରେ ହେବ l  SIT ପକ୍ଷରୁ କରାଯାଇଥିବା ଲେଅର ଭଏସ ଆନାଲିସିସ ଟେଷ୍ଟ ଉପରେ ଚିଲଡ୍ରେନ କୋର୍ଟ  ବିଚାର କରି ଆସନ୍ତା 19 ତାରିଖକୁ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି l

ଏପଟେ ଅଭିଯୁକ୍ତ ପାଖରୁ ଜବତ ହୋଇଥିବା ମୋବାଇଲ, ସୀମ କାର୍ଡ ଓ ମେମରିଚିଫକୁ ଅଧିକ ପରୀକ୍ଷା ପାଇଁ ପୂର୍ବରୁ କଲିକତା CFL କୁ ପଠାଯାଇଥିଲା । କିନ୍ତୁ ସେଠାରେ ପରୀକ୍ଷା ପାଇଁ ସମସ୍ତ ସୁବିଧା ନଥିବାରୁ ବର୍ତ୍ତମାନ ଜବତ ସାମଗ୍ରୀଗୁଡିକୁ ଗୁଜୁରାଟ CFLକୁ ପଠାଯାଇଛି । ଯେହେତୁ ଆଗରୁ ପାଟଣାଗଡ଼ ବମ୍ ବ୍ଲାଷ୍ଟରେ ଅଭିଯୁକ୍ତର ମୋବାଇଲକୁ ଗୁଜୁରାଟ ପଠାଯାଇଥିଲା l ଏହାକୁ ଭିର୍ତ୍ତିକରି  ଅଭିଯୁକ୍ତ ଠାରୁ ଜବତ ହୋଇଥିବା ସାମଗ୍ରୀକୁ ପରୀକ୍ଷା ପାଇଁ ଗୁଜୁରାଟ ପଠାଯାଇଥିବା ସରକାରୀ ଓକିଲ କହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

14:55 February 12

ଆସନ୍ତା 19ରେ ନୟାଗଡ ନାବାଳିକା ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି

ଆସନ୍ତା 19ରେ ନୟାଗଡ ନାବାଳିକା ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି

ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ଘଟଣାର ପରବର୍ତ୍ତୀ ଶୁଣାଣି ଆସନ୍ତା 19ରେ ହେବ l ଶୁକ୍ରବାର ଅଭିଯୁକ୍ତ ନାବାଳକକୁ ଆଣି ନୟାଗଡ ଚିଲଡ୍ରେନ କୋର୍ଟରେ ହାଜର କରାଯାଇଥିଲା ।  

ଏସଆଇଟି ପକ୍ଷରୁ କରାଯାଇଥିବା ଲେଅର ଭଏସ ଆନାଲିସିସ ଟେଷ୍ଟ ଉପରେ କୋର୍ଟ ଶୁଣାଣି କରିଥିବା ବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା 19 ତାରିଖ ଦିନକୁ ରଖିଛନ୍ତି କୋର୍ଟ l ଶୁକ୍ରବାର ଅଭିଯୁକ୍ତଙ୍କୁ ନିର୍ଯ୍ୟାତନା ଏବଂ LVA ପାଇଁ ଆବେଦନ ଉପରେ ଶୁଣାଣି ଚାଲିଥିଲା l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Feb 12, 2021, 5:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.