ETV Bharat / state

ନୟାଗଡ଼ ବଜାରରେ ଆରମ୍ଭ ହେଲା ବିଶୋଧନ ପ୍ରକ୍ରିୟା

author img

By

Published : Sep 28, 2020, 10:39 AM IST

ନୟାଗଡ଼ ବଜାରରେ ଆରମ୍ଭ ହେଲା ବିଶୋଧନ ପ୍ରକ୍ରିୟା
ନୟାଗଡ଼ ବଜାରରେ ଆରମ୍ଭ ହେଲା ବିଶୋଧନ ପ୍ରକ୍ରିୟା

ବଢୁଥିବା କୋରୋନା ମହାମାରୀ ପ୍ରଭାବକୁ କମ କରିବା ପାଇଁ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ସହରରେ ଥିବା ଦୋକାନ ଗୁଡିକୁ ବିଶୋଧନ କରାଯାଉଛି । ଏହି ପ୍ରକ୍ରିୟା ୨ ଦିନ ଧରି ଚାଲୁ ରହିବ ବୋଲି ସୂଚନା ମିଳିଛି।

ନୟାଗଡ଼: ଦିନକୁ ଦିନ ନୟାଗଡ଼ ଜିଲ୍ଲାରେ ହୁ ହୁ ହୋଇ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଢୁଥିବା କୋରୋନା ମହାମାରୀ ପ୍ରଭାବକୁ କମ କରିବା ପାଇଁ ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ସହରରେ ଥିବା ଦୋକାନ ଗୁଡିକୁ ବିଶୋଧନ କରାଯାଉଛି । ଏହି ପ୍ରକ୍ରିୟା ୨ ଦିନ ଧରି ଚାଲୁ ରହିବ ବୋଲି ସୂଚନା ମିଳିଛି।

ନୟାଗଡ଼ ଜିଲ୍ଳା ପ୍ରଶାସନ ଓ ବିଭିନ୍ନ ବ୍ୟାବସାୟିକ ସଂଗଠନ ମଧ୍ୟରେ ଆଲୋଚନା କରାଯାଇ ନୟାଗଡ ସହର ବଜାରକୁ ସୋମବାର ଓ ମଙ୍ଗଳବାର ବନ୍ଦ ରହିବା ପାଇଁ କୁହାଯାଇଛି । ଏହି ସମୟ ମଧ୍ୟରେ ଦୋକାନ ଗୁଡିକୁ ସାନିଟାଇଜ କରାଯିବ । ଏହା ସହ ଦୋକାନୀ ଏବଂ ଦୋକାନରେ କାର୍ଯ୍ୟରତ କର୍ମଚାରୀଙ୍କ କୋରୋନା ପରୀକ୍ଷା କରିବା ପାଇଁ ପ୍ରଶାସନ ତରଫରୁ କୁହାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.