ନୟାଗଡ଼ର କୌଣସି ବିକାଶ ହୋଇନି, ନାଁ ନନେଇ ଅରୁଣଙ୍କୁ ପ୍ରତ୍ୟୁଷା ରାଜେଶ୍ବରୀଙ୍କ ଟାର୍ଗେଟ

author img

By

Published : Sep 6, 2022, 7:34 AM IST

ରାଜା ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନୟାଗଡ଼ ରାଜା ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ । କାର୍ଯ୍ୟକ୍ରମରେ ଯୋଗଦେଇ ରାଜ ପରିବାର ସର୍ବଦା ନୟାଗଡ଼ ଉନ୍ନତି ପାଇଁ ରହିଥିବା ପ୍ରକାଶ କରିଛନ୍ତି ରାଣୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ । ଏଠାରେ ଚାଲିଥିବା ଗୁଣ୍ଡାରାଜ ବନ୍ଦ ହେବା ଦରକାର ବୋଲି କହି ପରୋକ୍ଷରେ ବିଧାୟକ ଅରୁଣ ସାହୁଙ୍କୁ କଲେ ଟାର୍ଗେଟ । ଅଧିକ ପଢ଼ନ୍ତୁ

ନୟାଗଡ଼: କନ୍ଧମାଳର ପୂର୍ବତନ ସାଂସଦ ତଥା ନୟାଗଡ଼ ରାଜା ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ । ନୟାଗଡ଼ ବିଜେପି କାର୍ଯ୍ୟାଳୟ ନିକଟରେ ଏହି ଅବସରରେ ଅନୁଷ୍ଠିତ ଏକ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି ରାଣୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ । ନୟାଗଡ଼ର ସାମ୍ପ୍ରତିକ ରାଜନୀତିକୁ ନେଇ ମନ୍ତବ୍ୟ ରଖିଛନ୍ତି ରାଣୀ । ତେବେ ରାଜ ପରିବାର ସର୍ବଦା ନୟାଗଡ଼ ଉନ୍ନତି ପାଇଁ ରହିଥିବା ସେ ପ୍ରକାଶ କରିଛନ୍ତି ।

ରାଜା ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନୟାଗଡ଼ ରାଜା ହେମେନ୍ଦ୍ର ଚନ୍ଦ୍ର ସିଂହଙ୍କର ଆଜି ହେଉଛି ୮ମ ଶ୍ରାଦ୍ଧ ବାର୍ଷିକୀ । ସେ ୨୦୧୪ ନିର୍ବାଚନରେ ବିଜେଡି ଟିକେଟରୁ କନ୍ଧମାଳ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ପ୍ରଥମେ ସେ ନୟାଗଡ଼ ପାଇଁ ବିଧାୟକ ଟିକେଟ ଆଶାୟୀ ଥିଲେ । କିନ୍ତୁ ବିଜେଡି ତାଙ୍କୁ କନ୍ଧମାଳ ପାଇଁ ସାଂସଦ ଟିକେଟ ଦେଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିଲା । ଏହାପରେ ସେହି ସ୍ଥାନରୁ ପୁନର୍ବାର ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ତାଙ୍କ ପତ୍ନୀ ରାଣୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ । ୨୦୧୯ ନିର୍ବାଚନ ସମୟରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ । ତେବେ ନୟାଗଡ଼ ରାଜନୀତିରେ ସର୍ବଦା ଏହି ରାଜ ପରିବାରର ଦବଦବା ରହିଆସିଛି ।

ନୟାଗଡ଼ ବିଜେପି କାର୍ଯ୍ୟାଳୟ ନିକଟରେ ଏହି ଅବସରରେ ଅନୁଷ୍ଠିତ ଏକ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି ରାଣୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ । ଏଥିରେ ନୟାଗଡ଼ର ସାମ୍ପ୍ରତିକ ରାଜନୀତିକୁ ନେଇ ସେ ମନ୍ତବ୍ୟ ରଖିଥିଲେ ଏବଂ ସମାଲୋଚନା କରିଥିଲେ । ତେବେ ସ୍ବାମୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ପ୍ରତ୍ୟୁଷା ରାଜନୀତି ଉପରେ ଅଧିକ ଭାଷଣ ରଖିଥିଲେ । ଯାହା ରାଜନୀତି ପ୍ରତି ତାଙ୍କର ରହିଥିବା ଇଚ୍ଛାକୁ ପ୍ରକାଶ କରିଛି ।

ଶ୍ରାଦ୍ଧ ବାର୍ଷିକୀ ସଭାରେ ଉପସ୍ଥିତ ଅନେକ ଅତିଥି ନୟାଗଡ଼ର ବିଧାୟକଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି । ରାଣୀ ପ୍ରତ୍ୟୁଷା ରାଜେଶ୍ବରୀ କହିଛନ୍ତି, "ମୁଁ ନୟାଗଡ଼ର ସ୍ବର । ନୟାଗଡ଼କୁ ଦୁର୍ନୀତି, ଭ୍ରଷ୍ଟାଚାର ମୁକ୍ତ କରିବାକୁ ହେବ । ନୟାଗଡ଼ର କୌଣସି ବିକାଶ ହୋଇନାହିଁ । ମୁଁ ଏବଂ ମୋର ପରିବାର ନୟାଗଡ଼ ଉନ୍ନତି ପାଇଁ ସବୁବେଳେ ରହିଛୁ । ଏଠାରେ ଚାଲିଥିବା ଗୁଣ୍ଡାରାଜ ବନ୍ଦ ହେବା ଦରକାର ।" ତେବେ ତାଙ୍କର ଏଭଳି ବକ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.