ETV Bharat / state

ନୟାଗଡରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଅବକାରୀ SI ଙ୍କ ଗିରଫ ଦାବିରେ ସାମ୍ବାଦିକ ସଂଘର ଧାରଣା

author img

By

Published : Jun 26, 2021, 6:05 PM IST

Nayagarh journalist attack case journalist
ନୟାଗଡରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ଅବକାରୀ SI କୁ ଗିରଫ ଦାବୀ

ନୟାଗଡରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା । ଅଭିଯୁକ୍ତକୁ ଗିରଫ ଦାବିରେ ନୟାଗଡ ଥାନା ସମ୍ମୁଖରେ ଧାରଣାରେ ସାମ୍ବାଦିକ ସଂଘ । ତୁରନ୍ତ ଗିରଫ ଦାବି କରିଛି ସାମ୍ବାଦିକ ସଂଘ । ଅଧିକ ପଢନ୍ତୁ...

ନୟାଗଡ: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସ୍ଥାଣୁ ପାଲଟିଛି ପୋଲିସ ପ୍ରଶାସନ l ସଂପୃକ୍ତ ଅଧିକାରୀଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରି ନାହିଁ ପୋଲିସ । ଏହାର ପ୍ରତିବାଦରେ ଟାଉନ ଥାନା ଆଗରେ ଗତକାଲି ଅପରାହ୍ନରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ସାମ୍ବାଦିକମାନେ ।

ନୟାଗଡରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ଅବକାରୀ SI କୁ ଗିରଫ ଦାବୀ

ନୟାଗଡରେ ଖବର ସଂଗ୍ରହ ସମୟରେ 2 ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ରଙ୍କୁ ଅବକାରୀ ବିଭାଗର ଏସଆଇ ଧନଞ୍ଜୟ ପାତ୍ର ଆକ୍ରମଣ କରିଥିଲେ l ସମ୍ପୃକ୍ତ ଏସଆଇଙ୍କୁ ତୁରନ୍ତ ଗିରଫ ଦାବି କରି ଅହୋରାତ୍ର ଟାଉନ ଥାନା ଆଗରେ ଅନଶନ କରିଥିଲେ l ଆଜି ଏନେଇ ଜିଲ୍ଲାର ସମସ୍ତ ସାମ୍ବାଦିକ ପ୍ରତିବାଦ କରିଛନ୍ତି l କିନ୍ତୁ ସମ୍ପୃକ୍ତ ଏସଆଇକୁ ଏଯାବତ ଗିରଫ କରାଯାଇନାହିଁ l ତାଙ୍କୁ ଗିରଫ କରିବା ପର୍ଯ୍ୟନ୍ତ ନୟାଗଡ଼ ସାମ୍ବାଦିକ ସଂଘ ଆନ୍ଦୋଳନ କରିବ କହିଛି ।

ସୂଚନାଥାଉକି ଗତକାଲି ନୟାଗଡ ଆଡ଼କଟାରୁ ନକଲି ମଦ ଜବତ କରିଥିଲା ନୟାଗଡ଼ ଅବକାରୀ ସ୍କ୍ବାର୍ଡ । ଏହି ଖବର ସଂଗ୍ରହ କରିବାକୁ 2 ବରିଷ୍ଠ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଏବଂ ଲୋକନାଥ ମିଶ୍ର ଯାଇଥିଲେ l 2 ସାମ୍ବାଦିକ ଫଟୋ ଉତ୍ତୋଳନ କରୁଥିବା ସମୟରେ ସମ୍ପୃକ୍ତ ଏସଆଇ ସାମ୍ବାଦିକ ଦ୍ବୟଙ୍କୁ ଆକ୍ରମଣ କରିଥିଲେ l ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି l ସମ୍ପୃକ୍ତ ଏସଆଇଙ୍କୁ ଅଟକ ରଖି ପରେ ପୋଲିସ ଛାଡ଼ିଦେଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.