ETV Bharat / state

ଲକଡାଉନରେ ବୁଲା ଗାଈ-ଗୋରୁଙ୍କ ପେଟ କଥା ବୁଝୁଛନ୍ତି ହୋମଗାର୍ଡ ପ୍ରତାପ

author img

By

Published : May 12, 2021, 12:58 PM IST

ବୁଲା ଗାଈ ଗୋରୁଙ୍କ ପ୍ରତି ମାନବିକତା
ବୁଲା ଗାଈ ଗୋରୁଙ୍କ ପ୍ରତି ମାନବିକତା

ଲକଡାଉନ ସମୟରେ ଗାଈ ଗୋରୁଙ୍କ ଭୋକ ମେଣ୍ଟାଉଛନ୍ତି ପ୍ରତାପ । ଯାହାକୁ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ...

ନୟାଗଡ଼:କୋରୋନା ମହାମାରୀ ସମୟରେ ମଣିଷ ଘରେ ବନ୍ଦୀ ହୋଇଛି l ଚାହିଁଲେ ମଧ୍ୟ ବୁଲା ଗାଈ ଗୋରୁଙ୍କୁ ଖାଦ୍ୟ ଦେଇପାରୁନାହାନ୍ତି ଲୋକେ l ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମାନବିକତାର ପରିଚୟ ଦେଖାଇ ଚର୍ଚ୍ଚାରେ ହୋମଗାର୍ଡ ପ୍ରତାପ l

ବୁଲା ଗାଈ ଗୋରୁଙ୍କ ପ୍ରତି ମାନବିକତା

ଖାଦ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ବୁଲା ଗାଈ ଗୋରୁଙ୍କୁ ଦୈନିକ ଖାଦ୍ୟ ଯୋଗାଉଛନ୍ତି ହୋମଗାର୍ଡ l ଭୋକିଲା ଗାଇଗୋରୁଙ୍କ ମୁହଁରେ ଆହାର ଯୋଗାଉଛନ୍ତି ରଣପୁର ଥାନାର ଯୁବ ହୋମଗାର୍ଡ ପ୍ରତାପ କୁମାର ବାରିକ l

ପ୍ରତାପ ଡ୍ୟୁଟି କରୁଥିବା ଅଞ୍ଚଳରେ ବୁଲୁଥିବା ଗାଈ ଗୋରୁଙ୍କୁ ନିଜସ୍ବ ଖର୍ଚ୍ଚରେ ଖାଦ୍ୟ ଦେଉଛନ୍ତି l ପଶୁମାନଙ୍କ ପ୍ରତି ପ୍ରତାପଙ୍କର ଏଭଳି ମନୋଭାବକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି l ପ୍ରତାପଙ୍କ ଏଭଳି ମାନବିକତାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବେଶ ପ୍ରଶଂସା ହେଉଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.