ETV Bharat / state

ତାଲା ପକାଇ ପଳାଇଲେ ଡାକ୍ତର, ଯନ୍ତ୍ରଣାରେ ଛଟପଟ ପ୍ରସୂତି

author img

By

Published : Dec 16, 2021, 4:20 PM IST

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି ନୟାଗଡରେ । ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତରଖାନା ଆସିଥିବା ପ୍ରସୂତିଙ୍କୁ ମିଳିଲାନି ସେବା । ଡାକ୍ତରଖାନାରେ ତାଲା ପକାଇ ପଳାଇଲେ ଡାକ୍ତର । ଅଧିକ ପଢନ୍ତୁ

ତାଲା ପକାଇ ପଳାଇଲେ ଡାକ୍ତର, ଯନ୍ତ୍ରଣାରେ ଛଟପଟ ପ୍ରସୂତି
ତାଲା ପକାଇ ପଳାଇଲେ ଡାକ୍ତର, ଯନ୍ତ୍ରଣାରେ ଛଟପଟ ପ୍ରସୂତି

ନୟାଗଡ: ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି ନୟାଗଡରେ । ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତରଖାନା ଆସିଥିବା ପ୍ରସୂତିଙ୍କୁ ମିଳିଲାନି ସେବା । ଶେଷରେ ଦୀର୍ଘ ସମୟ ହସ୍ପିଟାଲ ବାରଣ୍ଡାରେ ପଡିରହିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି ।

ତାଲା ପକାଇ ପଳାଇଲେ ଡାକ୍ତର, ଯନ୍ତ୍ରଣାରେ ଛଟପଟ ପ୍ରସୂତି

ସୂଚନା ଅନୁଯାୟୀ ରଣପୁର ବ୍ଲକ ଖତିଆ ପଞ୍ଚାୟତ ବେଗୁନିଆପାଟଣାର ହରିହର ପ୍ରଧାନଙ୍କ ଝିଅ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଦର୍ପନାରାୟଣ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର କିଛି ସମୟ ପରେ ମେଡିକାଲରେ ତାଲା ପକାଇ କେଉଁଆଡେ ପଳାଇଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଦୀର୍ଘ ସମୟ ଧରି ଡାକ୍ତରଖାନାକୁ କେହି ନ ଆସିବାରୁ ଶେଷରେ ବାଧ୍ୟହୋଇ 108 ଆମ୍ବୁଲାନ୍ସ ଯୋଗେ ପ୍ରସୂତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ଏହି ମହିଳାଙ୍କର କିଛି ଅଘଟଣ ଘଟିଥାନ୍ତା ତେବେ ଏଥିପାଇଁ କିଏ ଦାୟୀ ରହିଥାନ୍ତେ । ଗର୍ଭବତୀଙ୍କୁ ଚିକିତ୍ସା ଦେବା ପରିବର୍ତ୍ତେ ଏ କି ପ୍ରକାର ବ୍ୟବହାର ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି । ଏଥିସହ ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.