ETV Bharat / state

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୫ ବର୍ଷ ଜେଲ ଦଣ୍ଡାଦେଶ

author img

By

Published : Aug 27, 2022, 10:14 PM IST

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୫ ବର୍ଷ ଜେଲ
ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୫ ବର୍ଷ ଜେଲ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଫାଷ୍ଟଟ୍ରାକ କୋର୍ଟ । ଏହା ସହିତ ୧୦ ହଜାର ଟଙ୍କା ଜୋରିମାନା ମଧ୍ୟ ଦେବ ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

ନୟାଗଡ଼: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ । ୨୦୧୮ ମସିହାରେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ନୟାଗଡ଼ ଫାଷ୍ଟଟ୍ରାକ କୋର୍ଟ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁସାରେ ୨୦୧୮ ମସିହା ଏପ୍ରିଲ ୨୪ ତାରିଖରେ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଭାପୁର ଅଞ୍ଚଳର ୫ ବର୍ଷର ନାବାଳିକା ଘର ପାଖରେ ଖେଳୁଥିବା ସମୟରେ ଅଭିଯୁକ୍ତ ଝିଅଟିକୁ ଉଠାଇନେଇଥିଲା ।

ଏକା ଖେଳୁଥିବାର ସୁଯୋଗ ନେଇ ସେହି ଅଞ୍ଚଳର ଅଭିଯୁକ୍ତ ପ୍ରମୋଦ ଦେହୁରୀ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିଲା । ତେବେ ଘର ଭିତରୁ ଝିଅର ପାଟି ଶୁଣି ସ୍ଥାନୀୟ ଲୋକେ ଝିଅଟିକୁ ଉଦ୍ଧାର କରିଥିଲେ । ଏନେଇ ଗ୍ରାମ କମିଟିରେ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । କିନ୍ତୁ ପରେ ନାବାଳିକାଙ୍କ ବାପା ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଆଧାର କରି ଫତେଗଡ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା ।

ଅଭିଯୁକ୍ତକୁ ଗିରଫ ପରେ ଆଜି(ଶନିବାର) ନୟାଗଡ଼ ଫାଷ୍ଟଟ୍ରାକ କୋର୍ଟରେ ଏହାର ଶୁଣାଣି କରିଥିଲେ ବିଚାରପତି ବିରଞ୍ଚି କୁମାର ରଥ । ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଯାଇଛି । ୧୮ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ, ସରକାରୀ ଓକିଲ ଅମିୟ ପଟ୍ଟନାୟକ ଯୁକ୍ତିକୁ ତର୍ଜମା କରି ବିଚାରପତି ଏହି ରାୟ ଶୁଣାଇଛନ୍ତି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.