ETV Bharat / state

ରାଣୀପଡା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି: ଧାନ ଖଳା ଟଙ୍କା ଚଳୁ କରିଦେଲେ ବିଭାଗୀୟ ଅଧିକାରୀ !

author img

By

Published : Jan 5, 2022, 9:14 PM IST

ରାଣୀପଡା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି: ଧାନ ଖଳା ଟଙ୍କା ଚଳୁ କରିଦେଲେ ବିଭାଗୀୟ ଅଧିକାରୀ !
ରାଣୀପଡା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି: ଧାନ ଖଳା ଟଙ୍କା ଚଳୁ କରିଦେଲେ ବିଭାଗୀୟ ଅଧିକାରୀ !

ଧାନ ଖଳା ନାଁରେ ଲକ୍ଷାଧିକ ଟଙ୍କା ହଡପ । ଅଭିଯୋଗ କଲେ ମଧ୍ୟ ତଦନ୍ତ ହେଉନଥିବା ଅଭିଯୋଗ କଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ରାଣିପଡା ପଞ୍ଚାୟତବାସୀ । ଆଗାମୀ କମ୍ ଦିନ ମଧ୍ୟରେ ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଲୋକେ । ଅଧିକ ପଢନ୍ତୁ

ନୟାଗଡ: ଧାନ ଖଳା ନାଁରେ ଲକ୍ଷାଧିକ ଟଙ୍କା ହଡପ । ଅଭିଯୋଗ କଲେ ମଧ୍ୟ ତଦନ୍ତ ହେଉନଥିବା ଅଭିଯୋଗ କରିଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ରାଣିପଡା ପଞ୍ଚାୟତବାସୀ । ଧାନ ଖଳା ପାଇଁ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ବ୍ଲକ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛନ୍ତି l

ରାଣୀପଡା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି: ଧାନ ଖଳା ଟଙ୍କା ଚଳୁ କରିଦେଲେ ବିଭାଗୀୟ ଅଧିକାରୀ !


୬ ଟି ଗାଁର ଅଢେଇ ହଜାର ଲୋକଙ୍କୁ ନେଇ ଗଠିତ ନୟାଗଡର ରାଣୀପଡା ପଞ୍ଚାୟତ । ଏଠାକାର ଅଧିକାଂଶ ବ୍ୟକ୍ତି ଚାଷ ଉପରେ ନିର୍ଭରଶୀଳ । ୨୦୧୮-୧୯ ମସିହାରେ ସରକାର ରାଜ୍ୟର ସମସ୍ତ ପଞ୍ଚାୟତରେ ଧାନ ଖଳା ପାଇଁ ୭ ଲକ୍ଷ ଲେଖାଏଁ ଦେଇଥିଲେ । ରାଣୀପଡା ପଞ୍ଚାୟତକୁ ମଧ୍ୟ ସରକାରଙ୍କ ଅନୁଦାନ ଆସିଥିଲା । ହେଲେ ଏ ସୁବିଧା ପହଞ୍ଚିପାରିନି ଚାଷୀଙ୍କ ପାଖରେ । କିଛି ବ୍ୟକ୍ତି ମିଳିତ ଭାବେ ଫଲ୍ସ ବିଲ୍ କରି ଟଙ୍କା ହଡପ କରିନେଇଛନ୍ତି । ଫଳରେ ପରିସ୍ଥିତି ବର୍ତ୍ତମାନ ଯଥା ପୂର୍ବଂ ତଥା ପରଂ । ଚାଷୀ ଧାନ ଶୁଖାଇ ନପାରି ନାନା ହଇରାଣ ହରକତ ହେଉଛନ୍ତି । ସବୁ ଚାଷୀଙ୍କର ଜାଗା ନଥିବାରୁ ସ୍କୁଲ ବାରଣ୍ଡା ଉପରେ ନିର୍ଭର କରୁଛନ୍ତି ।

ତେବେ ଏତିକିରେ ସରିନି ଦୁର୍ନୀତିର ଦଖଲ । ଗ୍ରାମ୍ୟ ଜଙ୍ଗଲ କାଟି ବେଆଇନ ପାର୍କ, ଅଙ୍ଗନବାଡି ଗୃହ, ମିଶନ ଶକ୍ତି ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଲୋକେ ଦୁର୍ନୀତି ବାବଦରେ ବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଫଳରେ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ବିଡିଓ ମଧ୍ୟ ଏ ଦିଗରେ ନିଦାବିଷ୍ଣୁ ପାଲଟିଛନ୍ତି । ସେପଟେ ଖୁବଶୀଘ୍ର ବିଡିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ବ୍ଲକ । ତେବେ ଏହି ଅଞ୍ଚଳବାସୀଙ୍କ ସମସ୍ୟାର କେବେ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।


ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.