ରାଜବାଟୀକୁ ଆସିଲେ ମା’ ଖିଲାମୁଣ୍ଡା, ଦର୍ଶନ କଲେ ମନସ୍କାମନା ହୁଏ ପୂର୍ଣ୍ଣ

author img

By

Published : Oct 3, 2021, 2:23 PM IST

ରାଜବାଟୀକୁ ଆସିଲେ ମା’ ଖିଲାମୁଣ୍ଡା, ଦର୍ଶନ କଲେ ମନସ୍କାମନା ହୁଏ ପୂର୍ଣ୍ଣ
ରାଜବାଟୀକୁ ଆସିଲେ ମା’ ଖିଲାମୁଣ୍ଡା, ଦର୍ଶନ କଲେ ମନସ୍କାମନା ହୁଏ ପୂର୍ଣ୍ଣ ()

ରାଜବାଟୀକୁ ଆସିଲେ ମା’ ଖିଲାମୁଣ୍ଡା । ପ୍ରତିବର୍ଷ ଦଶହରା ସମୟ ଆସିଲେ ରଣପୁର ରାଜବାଟୀରେ 16 ଦିନ ପାଇଁ ଆସିଥାନ୍ତି ମା' ଖିଲାମୁଣ୍ଡା l ଏହି ସମୟରେ ମା'ଙ୍କୁ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ ଏବଂ ମା’ ପାରା ରୂପରେ ନିଜ ସ୍ଥାନକୁ ଫେରିଯାଆନ୍ତି ବୋଲି ଲୋକଙ୍କ ବିଶ୍ବାସ ରହିଛି । ଅଧିକ ପଢନ୍ତୁ...

ନୟାଗଡ଼: ଓଡ଼ିଶାର ଏକ ପୁରାତନ ଗଡ଼ଜାତ ଭାବେ ବେଶ ପରିଚିତ ରଣପୁର l ଓଡ଼ିଶା ଇତିହାସକୁ ଏହା ଯେତିକି ରୁଧିମନ୍ତ କରିଛି ଏହାର ସଂସ୍କୃତି ଏବଂ ଐତିହ୍ୟ ମଧ୍ୟ ବେଶ ରୋମାଞ୍ଚକର l ପ୍ରତିବର୍ଷ ଦଶହରା ସମୟ ଆସିଲେ ରଣପୁର ରାଜବାଟୀରେ 16 ଦିନ ପାଇଁ ଆସିଥାନ୍ତି ମା' ଖିଲାମୁଣ୍ଡା l ରଣପୁର ରାଜ୍ୟର ତତ୍କାଳୀନ ରାଜାମାନେ ମା' ଖିଲାମୁଣ୍ଡାଙ୍କ ଆଶୀର୍ବାଦ ନେଇ ଶତ୍ରୁମାନଙ୍କ ସହ ଲଢ଼ି ବିଜୟ ହାସଲ କରୁଥିଲେ l ସେଥିପାଇଁ ରଣପୁର ରାଜାଙ୍କ ଆରାଧ୍ୟ ଠାକୁରାଣୀ ଭାବେ ମା ' ଖିଲାମୁଣ୍ଡା ବେଶ ପରିଚିତ l

ରାଜବାଟୀକୁ ଆସିଲେ ମା’ ଖିଲାମୁଣ୍ଡା, ଦର୍ଶନ କଲେ ମନସ୍କାମନା ହୁଏ ପୂର୍ଣ୍ଣ

କେବଳ ସେତିକି ନୁହେଁ, ରଣପୁରବାସୀଙ୍କ ଆରାଧ୍ୟ ଠାକୁରାଣୀ ଭାବେ ମା' ଖିଲାମୁଣ୍ଡା ପରିଚିତ l କାହିଁ କେଉଁ କାଳରୁ ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ସଂରକ୍ଷିତ ମାଳ ଜଙ୍ଗଲ ରାଁଆଳା ଗ୍ରାମରେ ରହିଆସୁଛନ୍ତି ମା ' ଖିଲାମୁଣ୍ଡା l ପ୍ରତିବର୍ଷ ଏହି ଦଶହରା ସମୟରେ ମା’ ଖିଲାମୁଣ୍ଡା କାଠି ଯୋଗେ ରାଜବାଟୀକୁ ଆସିଥାନ୍ତି ଏବଂ ଏଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ ।

ମା’ ଚଳିତ ବର୍ଷ ବୁଢ଼ାବୁଢ଼ୀଆଣି ବେଶରେ ଦର୍ଶନ ଦେବେ l ଏନେଇ 16 ଦିନ ଧରି ରାଜବାଟି ଲୋକରଣ୍ୟରେ ପୁରି ଉଠେ l ଏହି ସମୟରେ ମା'ଙ୍କୁ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ ଏବଂ ମା’ ପାରା ରୂପରେ ନିଜ ସ୍ଥାନକୁ ଫେରିଯାଆନ୍ତି ବୋଲି ଲୋକଙ୍କ ବିଶ୍ବାସ ରହିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.