ETV Bharat / state

ଭୂ-ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା, ପିନ୍ଧାଇଲେ ଚୁଡି ଶଙ୍ଖା

author img

By

Published : Sep 29, 2022, 8:57 AM IST

ଭୁ ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା
ଭୁ ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା

ଲାଞ୍ଚ ନଦେବାରୁ ଦୀର୍ଘଦିନ ଧରି ଜମିହରା ଲୋକଙ୍କୁ କ୍ଷତି ପୂରଣ ଦେଉନଥିବା ଅଭିଯୋଗ । ଭୂ ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀଙ୍କୁ ଚୁଡ଼ି, ଶଙ୍ଖା, ସିନ୍ଦୁର ପିନ୍ଧାଇ ଝାଡୁରେ ନିସ୍ତୁକ ମାଡ଼ ମାରିଛନ୍ତି ମହିଳା । ଅଧିକ ପଢ଼ନ୍ତୁ

ନୟାଗଡ଼: ଭୂ-ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା । ମହିଳାଙ୍କ ମାଡ଼ରେ ଆହତ ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ଆହତ ଭୂ-ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପର ଭୂ-ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀଙ୍କୁ ନୟାଗଡ଼ କାର୍ଯ୍ୟାଳୟରେ ପଶି ମାଡ଼ ମାରିଛନ୍ତି ମହିଳା । ଅଧିକାରୀଙ୍କୁ ଚୁଡ଼ି, ଶଙ୍ଖା, ସିନ୍ଦୁର ପିନ୍ଧାଇ ଝାଡୁରେ ନିସ୍ତୁକ ମାଡ଼ ମାରିଛନ୍ତି ମହିଳା ।

ଭୁ ଅର୍ଜନ ଅଧିକାରୀଙ୍କୁ ଝାଡୁରେ ପିଟିଲେ ମହିଳା

ଅଭିଯୋଗ ଅନୁସାରେ ଲାଞ୍ଚ ନଦେବାରୁ ଦୀର୍ଘଦିନ ଧରି ଜମିହରା ଲୋକଙ୍କୁ କ୍ଷତି ପୂରଣ ଦେଉନଥିବା ଅଭିଯୋଗ କରି ମହିଳାମାନେ ଭୂ ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ ମାଡ଼ ମାରିଛନ୍ତି । ମାଡ଼ରେ ଆହତ ହୋଇ ଭୂ ଅର୍ଜନ ଅଧିକାରୀ ସଞ୍ଜୟ ପ୍ରତିହାରୀ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କ ଚାଷଜମି ଅଧିଗ୍ରହଣ କରିଛି ରେଳ ବିଭାଗ ।

ତେବେ ଲୋକମାନେ ହରାଇଥିବା ନିଜ ଜମିର ମୂଲ୍ୟ ପାଇବାରେ ବ୍ୟାପକ ବିଳମ୍ବ ହେଉଛି । ଏପରିକି ସ୍ଥାନୀୟ ବାସିନ୍ଦା ମାନେ ଅନେକ ଦିନ ଧରି ଧାରଣା ଦେଇଥିଲେ । ତେଣୁ ଏନେଇ ମହିଳାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଭୂ ଅର୍ଜନ ଅଧିକାରୀ । ବାରମ୍ବାର ଅଧିଗୃହିତ ଜମି କ୍ଷତି ପୂରଣ ଟଙ୍କା ପାଇଁ ଲୋକମାନେ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହେବାପରେ ଏଭଳି ଘଟିଥିବା ଜଣାପଡିଛି । ଏହି ଘଟଣା ନୟାଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ ,ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.