ETV Bharat / state

ବଢୁଛି ଅଘୋଷିତ ବିଦ୍ୟୁତକାଟ୍‌ ଅସନ୍ତୋଷ, ଖଣ୍ଡପଡାରେ ତାତିଲେ ଲୋକେ

author img

By

Published : Apr 25, 2022, 8:52 PM IST

ଅସହ୍ୟ ହେଲାଣି ଅଘୋଷିତ ବିଦ୍ୟୁତ କାଟ, ରାସ୍ତାକୁ ଓହ୍ଲାଇ କାର୍ଯ୍ୟାଳୟରେ ପ୍ରତିବାଦ
ଅସହ୍ୟ ହେଲାଣି ଅଘୋଷିତ ବିଦ୍ୟୁତ କାଟ, ରାସ୍ତାକୁ ଓହ୍ଲାଇ କାର୍ଯ୍ୟାଳୟରେ ପ୍ରତିବାଦ

ନୟାଗଡ଼ ଜିଲ୍ଲା ଖଣ୍ଡପଡା ଓ ଭାପୁର ବ୍ଲକର ବିଦ୍ୟୁତ ସରବରାହ ଜନିତ ସମସ୍ୟାକୁ ନେଇ ଖଣ୍ଡପଡା ବିକାଶ ମଞ୍ଚ ପକ୍ଷରୁ ଖଣ୍ଡପଡା ଡିଭିଜନସ୍ଥିତ TPCODL କାର୍ଯ୍ୟାଳୟ ଘେରାଉ । ଅଧିକ ପଢନ୍ତୁ

ନୟାଗଡ଼: ଆକାଶରୁ ଅଗ୍ନି ବର୍ଷା ସମୟରେ ଅଘୋଷିତ ବିଦ୍ୟୁତ କାଟ୍‌ରେ ଜନଜୀବନ ଅସ୍ତବ୍ୟସ୍ତ । ବିଦ୍ୟୁତ ବିଭାଗ ମନଇଚ୍ଛା ବିଦ୍ୟୁତ କାଟୁଥିବା ଅଭିଯୋଗ ହୋଇଥିବାବେଳେ, ଅସହ୍ୟ ଗୁଳୁଗୁଳିରେ ସିଝୁଛନ୍ତି ଲୋକେ । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଉପଭୋକ୍ତାଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।

ଅସହ୍ୟ ହେଲାଣି ଅଘୋଷିତ ବିଦ୍ୟୁତ କାଟ, ରାସ୍ତାକୁ ଓହ୍ଲାଇ କାର୍ଯ୍ୟାଳୟରେ ପ୍ରତିବାଦ

ଏହି କ୍ରମରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଓ ଭାପୁର ବ୍ଲକର ବିଦ୍ୟୁତ ସରବରାହ ଜନିତ ସମସ୍ୟାକୁ ନେଇ ଆଜି(ସୋମବାର) ଖଣ୍ଡପଡା ବିକାଶ ମଞ୍ଚ ଖଣ୍ଡପଡା ଡିଭିଜନସ୍ଥିତ TPCODL କାର୍ଯ୍ୟାଳୟ ଘେରାଉ କରିଛି । ଯୁବ ଆଇନଜୀବୀ ତଥା ସମାଜସେବୀ ଅଭିଳାଷ ପଣ୍ଡାଙ୍କ ନେତୃତ୍ତ୍ବରେ ବିଭିନ୍ନ ପଞ୍ଚାୟତର ଯୁବକମାନେ କାର୍ଯ୍ୟାଳୟ ଘେରାଉ କରିବା ସହ SDOଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।


ଗତ କିଛି ଦିନ ଧରି କ୍ରଗାମତ ବିଦ୍ୟୁତକାଟ୍‌ରେ ଲୋକେ ତ୍ରାହିତ୍ରାହି ଡାକିଲେଣି । ଦିନକରେ ୨୦ରୁ ୨୫ ଥର ବିଦ୍ୟୁତ କାଟିବାକୁ ନେଇ ଅତିଷ୍ଠ ହୋଇପଡିଲେଣି । ବିଦ୍ୟୁତ ବଳକା ଦେଖାଇ ବାହାର ରାଜ୍ୟକୁ ବିଦ୍ୟୁତ ବିକାଯାଉଥିବା ବେଳେ ସ୍ଥାନୀୟ ଜନସାଧାରଣ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।

କୌଣସି ପୂର୍ବ ସୂଚନା ନଦେଇ ମନଇଚ୍ଛା ବିଦ୍ୟୁତ କାଟିବାକୁ ନେଇ ଲୋକଙ୍କସ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି l ଏନେଇ ପ୍ରତିନିଧି ମଣ୍ଡଳ ଏକ ଦାବିପତ୍ର ମଧ୍ୟ SDOଙ୍କୁ ଦେଇଛନ୍ତି l ପୁନର୍ବାର ଅଘୋଷିତ ବିଦ୍ୟୁତ କାଟ କଲେ ଦୃଢ଼ ଜବାବ ଦିଆଯିବ ବୋଲି ପ୍ରତିବାଦକାରୀ ମାନେ କହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.